ଜୀବନ ଦୃଷ୍ଟିରେ ଜୈବ ବିବିଧତା

ଈପ୍ସିତା ମହାନ୍ତି

 

ବେଦ, ଉପନିଷଦ, ପୁରାଣ, ଗୀତା, ଭାଗବତ ଆଦି ଗ୍ରନ୍ଥରେ ଆମ ପ୍ରାଚୀନ ଭାରତୀୟ ସଭ୍ୟତା ଏବଂ ସାମାଜିକ ଜୀବନର ମୂଲ୍ୟବୋଧ ସଂରକ୍ଷିତ ହୋଇରହିଛି। ଆମ ସାମାଜିକ ଏବଂ ସାଂସ୍କୃତିକ ଜୀବନକୁ ଶୃଙ୍ଖଳିତ ଢଙ୍ଗରେ ଗଢ଼ିତୋଳିବା ପାଇଁ ଯେଉଁସବୁ ମୂଲ୍ୟବୋଧ ଆବଶ୍ୟକ, ସେସବୁ ଏହି ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି। ସନାତନ ଧର୍ମ ଅନୁସାରେ ଧରିତ୍ରୀ ହେଉଛି ଆମ ମା’। ଏହା ଉପରେ ମନୁଷ୍ୟର ଯେତିକି ଅଧିକାର ଅନ୍ୟ ସମସ୍ତ ପ୍ରାଣୀଙ୍କର ସେତିକି ଅଧିକାର ରହିଛି। ସହ-ଜୀବନ ଏବଂ ସହ-ଅସ୍ତିତ୍ୱର ମୂଲ୍ୟ ଏହି ଧର୍ମର ସବୁଠାରୁ ବଡ଼ ପୁଞ୍ଜି। ଜୈବ ବିବିଧତା ସୁନିଶ୍ଚିତ ପାଇଁ ଏଠାରେ ପ୍ରକୃତିର ବିଭିନ୍ନ କାରକ ଯଥା- ବୃକ୍ଷଲତା, ପଶୁପକ୍ଷୀ, ସରୀସୃପ, ଜଳ, ବାୟୁ, ମୃତ୍ତିକା, ଅଗ୍ନି, ପ୍ରସ୍ତର, ପର୍ବତ, ଗ୍ରହ, ନକ୍ଷତ୍ର ଆଦି ପୂଜାର୍ଚ୍ଚନାର ବ୍ୟବସ୍ଥା ରହିଛି। ଏହା ମାଧ୍ୟମରେ ଆମେ ପ୍ରକୃତିର ବିଭିନ୍ନ ପବିତ୍ରତାକୁ ଚିହ୍ନଟ କରିଛୁ। ସମୟକ୍ରମେ ତାହାର ପ୍ରଶଂସା କରିବା ସହିତ ସଂରକ୍ଷଣ ପାଇଁ ଅଣ୍ଟାଭିଡିଛୁ।
ବାୟୁମଣ୍ଡଳ, ବାରିମଣ୍ଡଳ ଏବଂ ଅଶ୍ମମଣ୍ଡଳ ମଧ୍ୟରେ ଏକ ସହ-ଅସ୍ତିତ୍ୱର ସିଦ୍ଧାନ୍ତ ଉପରେ ବୈଦିକ ସଭ୍ୟତା ଛିଡ଼ାହୋଇଥିଲା। ଜୀବନର ଉତ୍ପତ୍ତି ଜଳରୁ ହୋଇଛି। ଜଳର ଶୁଦ୍ଧତା ସୁନିଶ୍ଚିତ ନ କରି ଜୀବନ ରକ୍ଷା ହୋଇପାରିବ ନାହିଁ। ଜଳ ପ୍ରଦୂଷଣକୁ ରୋକିବା ପାଇଁ ନଦୀ, ହ୍ରଦ ସମେତ ବିଭିନ୍ନ ଜଳ ଉତ୍ସକୁ ପୂଜା କରାଯାଉଥିଲା। ବୈଦିକ ସଭ୍ୟତାର ଲୋକମାନେ ଜାଣିଥିଲେ ପର୍ବତ, ଜଙ୍ଗଲ ଏବଂ ତୃଣଭୂମି ହେଉଛି ଜୈବ ବିବିଧତାର ଅମାପ ଭଣ୍ଡାର। ଜୀବନ ରକ୍ଷାକାରୀ ପରିବେଶୀୟ ତନ୍ତ୍ରର ସଂରକ୍ଷଣ ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିଲା। ବୈଦିକ ସଂସ୍କୃତିର ବିଶ୍ବାସ ଅନୁଯାୟୀ ମାନବଙ୍କ ପରି ଉଦ୍ଭିଦମାନଙ୍କର ମଧ୍ୟ ଚେତନା ଅଛି। ଉଦ୍ଭିଦମାନେ ଯନ୍ତ୍ରଣା ସହିତ ଆନନ୍ଦକୁ ମଧ୍ୟ ଅନୁଭବ କରନ୍ତି। ଏହି ବିଶ୍ବାସର ଫଳ ସ୍ବରୂପ ଉଦ୍ଭିଦ ଏବଂ ସେମାନଙ୍କର ଉତ୍ପାଦଗୁଡିକ ଆମ ରୀତିନୀତିର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲେ। ଆଜି ମଧ୍ୟ ଭାରତୀୟ ଗ୍ରାମୀଣ ପରିବେଶରେ ଅଶ୍ବତ୍ଥ, ବର, ଅଁଳା, ନିମ, ଅଶୋକ, କଦମ୍ବ, ବଉଳ, ବେଲ, ତୁଳସୀ, ଆମ୍ବ, ନଡିଆ, କଦଳୀ, ପାନ, ଚନ୍ଦନ, ରୁଦ୍ରାକ୍ଷ, ପଦ୍ମ, ପାରିଜାତ, ଦୂବଘାସ ଆଦି ବୃକ୍ଷଲତା ପୂଜାର୍ଚ୍ଚନାର ଅତ୍ୟାବଶ୍ୟକ ଅଂଶ ରୂପେ ବ୍ୟବହୃତ ହେଉଛି। ”ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ନିୟନ୍ତ୍ରଣକୁ ବଜାୟ ରଖିବାରେ ବୃକ୍ଷଲତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି“ ଏକଥା ବୈଦିକକାଳର ଲୋକମାନେ ବେଶ୍‌ ଭଲ ଭାବେ ଜାଣିଥିଲେ।
‘ସର୍ବନିମ୍ନ ସମ୍ବଳ ସହିତ ବଞ୍ଚିବା’ ଏବଂ ‘ପ୍ରାକୃତିକ ସମ୍ପଦର ନ୍ୟାୟପୂର୍ଣ୍ଣ ବ୍ୟବହାର’ ଥିଲା ବୈଦିକ ସଭ୍ୟତାର ଦୁଇଟି ମୁଖ୍ୟ ନୀତି। ଯାହା ମାନବ ଜୀବନକୁ ନିୟନ୍ତ୍ରଣରେ ରଖିଥିଲା। ଭାରତବର୍ଷର ଶେଷ ହିନ୍ଦୁ ଶାସକ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜୁତି ପରେ ବିଶେଷକରି ବିଦେଶୀ ଶାସନ କାଳରେ ଭାରତୀୟ ପ୍ରାଚୀନ ବୈଦିକ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ଦ୍ରୁତଗତିରେ ଅବକ୍ଷୟ ହୋଇଚାଲିଲା। ଏଭଳି ସ୍ଥିତିରେ ଆମର ସମଗ୍ର ବିଶ୍ୱ ଦୃଷ୍ଟିଖଣ୍ଡିତ ହେବାରେ ଲାଗିଲା। ‘କମ ହିଁ ଅଧିକ’ ଆଜି ‘ଅଧିକ ମଧ୍ୟ କମ ଅଟେ’, ‘ସର୍ବେ ଭବନ୍ତୁ ସୁଖୀନଃ’ ଆଜି ‘ଅହମ ଭବନ୍ତୁ ସୁଖୀନଃ’, ‘ବସୁଧୈବ କୁଟୁମ୍ବକମ’ ଆଜି ‘ଲିଭ ଇନ୍‌ ରିଲେସନଶିପ’, ‘ମୁଁ ନୁହେଁ ତୁମେ’ ଆଜି ‘ତୁମେ ନୁହଁ ମୁଁ’, ‘ପ୍ରକୃତି କୈନ୍ଦ୍ରିକ’ ଆଜି ‘ଆତ୍ମକୈନ୍ଦ୍ରିକ’ ଏବଂ ‘ପରିବେଶ ସହ ବନ୍ଧୁତା’ ଆଜି ‘ପରିବେଶ ସହ ଶତ୍ରୁତା’ରେ ପରିବର୍ତ୍ତିତ ହୋଇଛି। ସବୁକିଛି ମୋର ଏବଂ ଏହା କେବଳ ମୋ ପାଇଁ ଏଭଳି ଅନୁଭବ ଆଜି ମଣିଷଙ୍କ ଭିତରେ ଦୃଢ଼ ଭାବରେ ଘର କରିନେଇଛି। ‘ମୁଁ’କାର ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ‘ପ୍ରକୃତି ଆମ ଆତ୍ମାର ବିସ୍ତାର’ ଏଭଳି ବୈଦିକ ବିଚାର ଆମ ଚିନ୍ତାଧାରାରୁ କ୍ରମଶଃ ଲୁପ୍ତ ପାଇବାକୁ ଯାଉଛି। ପ୍ରାକୃତିକ ପରିବେଶ ସହ ରହିଥିବା ଆମ ନିବିଡ଼ତାକୁ ଆମେ ଅନୁଭବ କରିପାରୁ ନାହୁଁ। ଆମେ ବ୍ୟକ୍ତିବାଦୀ, ଉପଭୋକ୍ତାବାଦୀ ମାନସିକତାକୁ ଜୀବନର ଲକ୍ଷ୍ୟ କରିନେଇଛୁ। ଫଳସ୍ବରୂପ ପ୍ରାକୃତିକ ସମ୍ପଦ ଅତ୍ୟଧିକ ମାତ୍ରାରେ ଶୋଷିତ ହୋଇଚାଲିଛି। ପ୍ରାକୃତିକ ଅବୟବଗୁଡ଼ିକ ପ୍ରଭାବହୀନ ହୋଇଛି। ଜଙ୍ଗଲରେ ମୂଲ୍ୟବାନ ବୃକ୍ଷଲତା, ବିରଳ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଛି। ନଦୀ, ହ୍ରଦ ଆଦି ଜଳାଶୟ ଶୁଖିଯାଉଛି। ସେଥିରେ ମଇଳା ଆବର୍ଜନା ଜମା ହେଉଛି। ଅନେକ ସ୍ଥାନରେ ଏଗୁଡିକ ବିଲୁପ୍ତ ହୋଇଗଲେଣି। ବାୟୁମଣ୍ଡଳ ବହୁମାତ୍ରାରେ ପ୍ରଦୂଷିତ ହେଉଛି। ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି।
”ମାନବ ଶରୀର ଜଳ, ଆକାଶ, ବାୟୁ, ଅଗ୍ନି ଓ ପୃଥିବୀ ଆଦି ପଞ୍ଚତତ୍ତ୍ବରେ ଗଢ଼ା।“ ଏହି ୫ଟି ତତ୍ତ୍ବ ପୃଥିବୀ ପୃଷ୍ଠରେ ଜୀବନର ଆଧାର। ଆମେରିକୀୟ ଅନ୍ତରିକ୍ଷୀୟ ଗବେଷଣା ସଂସ୍ଥା (ନାସା)ର ତଥ୍ୟ ଅନୁଯାୟୀ, କୌଣସି ୨ୟ ଗ୍ରହରେ ମାନବ ସଭ୍ୟତାର ଜୀବନ ଧାରଣ ପାଇଁ ୫ଟି ତତ୍ତ୍ବ ନିହାତି ଜରୁରୀ। ତାହା ହେଲା- ଜଳ, ସୂର୍ଯ୍ୟାଲୋକ, ଅମ୍ଳଜାନ, ମନୁଷ୍ୟକୁ ସୁହାଇଲା ଭଳି ତାପମାତ୍ରା ଏବଂ ଯବକ୍ଷାରଜାନ। ହେଲେ ଦୁଃଖର କଥା; ଧର୍ମୀୟ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଜୀବନ ପାଇଁ ଆବଶ୍ୟକ ଏସବୁ ତତ୍ତ୍ବର ବିନାଶ କାର୍ଯ୍ୟକୁ ମନୁଷ୍ୟ ଆଜି ଖୁବ୍‌ କ୍ଷିପ୍ର ଗତିରେ ଆରମ୍ଭ କରିଦେଇଛି। ପୃଥିବୀରେ ଜୀବନ ଧାରଣ ପାଇଁ ଯେଉଁ ସବୁ ତତ୍ତ୍ବ ଅନିବାର୍ଯ୍ୟ ସେସବୁ ମଧ୍ୟରୁ ଅଧିକାଂଶକୁ ଆମେ ନଷ୍ଟ କରିସାରିଛୁ ଅବା ନଷ୍ଟ କରିବା ଦିଗରେ ମାଡିଚାଲିଛୁ। ଏହି ପରିପ୍ରେକ୍ଷୀରେ ଆମେ ଯଦି ସମସାମୟିକ ବିପଦପୂର୍ଣ୍ଣ ପରିସ୍ଥିତିରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଚାହିଁବା, ତେବେ ଆମକୁ ଆମ ବୈଦିକ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ସହ ରହିଥିବା ସମ୍ପର୍କ ସହିତ ମାନବ ସମାଜର ସୌହାର୍ଦ୍ଦ୍ୟକୁ ପୁନର୍ବାର ଅବସ୍ଥାପିତ କରିବାକୁ ପଡ଼ିବ। ପ୍ରକୃତିକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ପ୍ରତିବଦ୍ଧତା ଆବଶ୍ୟକ। ଏଥିପାଇଁ ସର୍ବପ୍ରଥମେ ଆମକୁ ଏହା ସ୍ବୀକାର କରିବାକୁ ହେବ ଯେ ଜୀବନ ଜିଇବା ପାଇଁ ବର୍ତ୍ତମାନର ଆମ ବିଚାରଧାରା ଉଚିତ ଏବଂ ନ୍ୟାୟସଙ୍ଗତ ନୁହେଁ। ତତ୍‌ସହିତ ଆମକୁ ଏହା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ ଆମେ ପ୍ରକୃତି ପ୍ରତି ନିଷ୍ଠୁର ହୋଇପଡିଛୁ ଏବଂ ଆମର ଅସୀମ ଲାଳସା ପୂରଣ ପାଇଁ ଆମେ ଜୈବ ବିବିଧତାକୁ କ୍ଷତି ପହଞ୍ଚାଇ ଚାଲିଛୁ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri