ଛାତ୍ରୀଛାତ୍ରଙ୍କୁ ଦିଆଯିବ ଜୈବବିବିଧତା ଶିକ୍ଷା

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ‘ମୋ ସ୍କୁଲ୍‌’ ଅଭିଯାନ ପରିଚାଳନା ସଙ୍ଗଠନର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବହୁ ନୂତନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ସହ ପୁରାତନ ଛାତ୍ରୀଛାତ୍ରଙ୍କ ସମ୍ପର୍କ ବଢ଼ିବା ପରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ଏହାକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟର ୧୯୮ ବ୍ଲକ୍‌ରେ ସେପ୍ଟେମ୍ବର ୮ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପୁରାତନ ଛାତ୍ରୀଛାତ୍ରଙ୍କ ସମ୍ମିଳନୀ ଆୟୋଜନ କରାଯିବ। ସମସ୍ତ ପୁରାତନ ଛାତ୍ରୀଛାତ୍ର କମିଟିର ସଭାପତି ତଥା ପ୍ରତିନିଧିମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ଦିଗରେ ଆଲୋଚନା କରିବେ। କମିଟି ସଭାପତିମାନେ ‘ମୋ ସ୍କୁଲ୍‌’ ଅଭିଯାନ କାର୍ଯ୍ୟକ୍ରମରେ କରିଥିବା ଭଲ କାମକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ। ସେହିପରି ସମସ୍ତ ବିଦ୍ୟାଳୟରେ ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରୀଛାତ୍ର ଓ ଲୋକ ପ୍ରତିନିଧିମାନେ ଯୋଗଦେବେ। ସେହିପରି ‘ପୋଷ୍ୟ ବିଦ୍ୟାଳୟ’ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ୫ରୁ ୮ତାରିଖ ମଧ୍ୟରେ ସ୍କୁଲ୍‌ର ମାର୍ଗଦର୍ଶକ ଓ ପୁରାତନ ଛାତ୍ରୀଛାତ୍ରଙ୍କର ବୈଠକ ହେବ। ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ପ୍ରଥମ କରି ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ ହୋଇଛି। ପାଠ୍ୟକ୍ରମ ଅନୁସାରେ ବିଦ୍ୟାଳୟରେ କ୍ଲବ୍‌ ବ୍ୟବସ୍ଥା ଜରିଆରେ ବିଭିନ୍ନ ଶିକ୍ଷା ଦିଆଯିବ। ବିଦ୍ୟାଳୟସ୍ତରରେ ୪ଟି କ୍ଲବ୍‌(କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା)ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ବିଦ୍ୟାଳୟ ପରିସର ବାହାରେ ହେବାକୁ ଥିବା ବିଭିନ୍ନ ଶିକ୍ଷା-ଭ୍ରମଣ(ଏଜୁକେସନ ଟୁର୍‌) ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହଯୋଗ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
‘ମୋ ସ୍କୁଲ୍‌’ର ଆଉ ଦୁଇଟି ନୂତନ କାର୍ଯ୍ୟକ୍ରମକୁ ବୈଠକରେ ଅନୁମୋଦନ ମିଳିଛି। ଆକାଂକ୍ଷୀ ପାଠ୍ୟକ୍ରମର ‘ଜିଜ୍ଞାସା’ କ୍ଲବ୍‌ ଅଧୀନରେ ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ‘ମୋ ସ୍କୁଲ୍‌’ର ମିଳିତ ଉଦ୍ୟମରେ ‘ଛାତ୍ରୀଛାତ୍ର ଜୀବ ଉଦ୍ୟାନ ପ୍ରତିନିଧି’(ଷ୍ଟୁଡେଣ୍ଟ ଜୁ ଆମ୍ବାସାଡର) କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନନ୍ଦନକାନନ ଆଖପାଖରେ ଥିବା କଟକ ଓ ଖୋର୍ଦ୍ଧା ଜିଲାର ୪୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଛାତ୍ରୀଛାତ୍ରଙ୍କୁ ଜୈବବିବିଧତା ଉପରେ ଶିକ୍ଷା ଦିଆଯିବ। ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖାନ୍‌ ଏକାଡେମୀ ଓ ‘ମୋ ସ୍କୁଲ୍‌’ ମଧ୍ୟରେ ମିଳିତ ଚୁକ୍ତିନାମା କରାଯିବ। ଏନେଇ ବୈଠକରେ ପ୍ରସ୍ତାବକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରୀ ଦେଇଛି।
ଅନ୍ୟପକ୍ଷରେ ଚଳିତ ମାସରେ ମୋଟ ୩୬କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ୫,୮୫୭ଟି ପ୍ରକଳ୍ପ ପ୍ରସ୍ତାବକୁ ବୈଠକରେ ମଞ୍ଜୁରୀ ମିଳିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ସ୍କୁଲ୍‌ଗୁଡ଼ିକୁ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସରକାରକୁ ପ୍ରସ୍ତାବ ଦିଆଯିବ। ସରକାରୀ କୋଠା କିମ୍ବା ସରକାରୀ ଜମିରେ ଚାଲୁଥିବା ୧୨ଟି ଜିଲାର ୨୬ଟି ‘ସ୍ବତନ୍ତ୍ର ସ୍କୁଲ୍‌’କୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ‘ମୋ ସ୍କୁଲ୍‌’ ସଙ୍ଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ଓଏସ୍‌ଡି ଡ. ମଣିନ୍ଦ୍ର କୁମାର ମିଶ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri