Posted inଖେଳ

ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ ୨୦୨ କିଗ୍ରା ଓଜନ ଉଠାଇ ସେ ରୋପ୍ୟ ନିଜ ନାମରେ କରିଛନ୍ତି।

ରୋପ୍ୟ ଜିତିବା ପରେ ନିଜ ଖୁସିବ୍ୟକ୍ତ କରି ବିନ୍ଦ୍ୟାରାଣୀ କହିଛନ୍ତି, ମୁଁ ପ୍ରଥମ ଥର ଲାଗି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଛି। ଏଥିରେ ରୋପ୍ୟ ଜିତି ମୁଁ ବହୁତ ଖୁସି। ଆଜି ମୋ’ ଜୀବନର ସବୁଠାରୁ ଭଲ ପ୍ରଦର୍ଶନ ଥିଲା। ହେଲେ ସ୍ବର୍ଣ୍ଣ ଜିତି ପାରିଲି ନାହିଁ। ଆଗାମୀ ଦିନରେ ଆହୁରୀ ଭଲ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଏଯାବତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୪ ପଦକ ଜିତିଥିବା ବେଳେ ସବୁ ଭାରୋତ୍ତୋଳନରୁ ଆସିଛି। ଦେଶ ପାଇଁ ଭାରୋତ୍ତୋଳକ ସଙ୍କେତ ମହାଦେବ ସାଗର ପ୍ରଥମ ପଦକ(ରୌପ୍ୟ) ଜିତିଥିଲେ । ଏହା ପରେ ପୁରୁଷ ୬୧ କେଜି ବର୍ଗରେ ଗୁରୁରାଜ ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରୋତ୍ତୋଳନରେ ଦେଶ ପାଇଁ ତୃତୀୟ ପଦକ ଜିତିଥିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ। ସେ ସ୍ବର୍ଣ୍ଣ ପଦକ ଜିତିବା ସହ ଏହି କ୍ରୀଡାରେ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଣ୍ଡଶିପ୍‌ ଫୁଟ୍‌ବଲ: ଟାଟା ଷ୍ଟିଲ ଚାମ୍ପିୟନ

ଭୁବନେଶ୍ୱର, ୨ା୧୦ (ବିଜୟ ରଣା): ସ୍ଥାନୀୟ ଓଡ଼ିଶା ଫୁଟ୍‌ବଲ ଏକାଡେମୀଠାରେ ରବିବାର ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅଫିସର୍ସ ଏକାଦଶକୁ ୨-୧...

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ...

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ...

ଫିଲିପ ହ୍ୟୁଗ୍ସଙ୍କୁ ଟିମ୍‌ ଅଷ୍ଟ୍ରେଲିଆର ଶ୍ରଦ୍ଧାଞ୍ଜଳି

ମେଲବୋର୍ନ,୨୭।୧୧- ଆଜିର ଦିନରେ ୫ ବର୍ଷ ପୂର୍ବେ କ୍ରିକେଟ ଫିଲ୍ଡରେ ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଫିଲିପ ହ୍ୟୁଗ୍ସଙ୍କୁ ବୁଧବାର ଶ୍ରଦ୍ଧାଞ୍ଜଳି ଦେଇଛି ଟିମ୍‌ ଅଷ୍ଟ୍ରେଲିଆ।...

ଫେଡରରଙ୍କୁ ୧୦ମ ହାଲେ ଏଟିପି ଟାଇଟଲ

ହାଲେ ଓ୍ବେଷ୍ଟଫଲେନ (ଜର୍ମାନୀ), ୨୪ା୬ (ଏଏଫ୍‌ପି)-ରୋଜର ଫେଡରର ହାଲେ ଏଟିପି ଇଭେଣ୍ଟ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ବେଲଜିୟମର ଡେଭିଡ୍‌ ଗଫିନଙ୍କୁ ୭-୬ (୭/୨),...

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ଖୁସି ଖବର: ଦଳକୁ ଫେରିବେ ଦ୍ରୁତ ବୋଲର

ନୂଆଦିଲ୍ଲୀ,୨୬।୪: ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଏପ୍ରିଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଖେଳିବ। ଏହି ମ୍ୟାଚ ପୂର୍ବରୁ ଦଳ ପାଇଁ ଏକ...

ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୧୨: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି -୨୦ ଅନ୍ତର୍ଜାତୀୟ ଅଧିନାୟକ ଫରହାନ୍‌ ବେହେରଡିଏନ୍‌ ମଙ୍ଗଳବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା...

Advertisement
Archives

Model This Week