ରାଶି ଅନୁସାରେ ଭାଇଙ୍କୁ ବାନ୍ଧନ୍ତୁ ଏପରି ରଙ୍ଗର ରାଖୀ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରାଖୀପୂର୍ଣ୍ଣିମା ଦିନ ଯଦି ଭଉଣୀଟିଏ ତା’ ଭାଇର ରାଶିକୁ ସୁହାଇଲା ଭଳି ଠିକ୍‌ ରଙ୍ଗର ରାଖୀ ଚୟନ କରି ହାତରେ ବାନ୍ଧିଦେଇ ଥାଏ, ତା’ହେଲେ ସେହି ରାଖୀ ଭାଇ ଜୀବନରେ ସୁଖସମୃଦ୍ଧି ଭରିଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି ମେଷ ରାଶି ଥିବା ଭାଇମାନଙ୍କ ହାତରେ ନାଲିରଙ୍ଗର ରାଖୀ ବାନ୍ଧିଲେ ସେମାନଙ୍କ ଜୀବନରେ ଶାନ୍ତି ବଜାୟ ରହିବା ସହ ସର୍ବଦା ଉର୍ଜ୍ଜାବାନ ରହିଥାନ୍ତି। ସେହି ଦୃଷ୍ଟିରୁ ଦେଖିଲେ ବୃଷ ରାଶି ପାଇଁ ଧଳା, ମିଥୁନ ରାଶି ସବୁଜ, କର୍କଟ ରାଶି ଧଳା କିମ୍ବା ହଳଦିଆ, ସିଂହ ରାଶି ପାଇଁ ନାଲି କିମ୍ବା ହଳଦିଆ ରଙ୍ଗର ରାଖୀ ଶୁଭ ବୋଲି ବିବେଚନା କରାଯାଇଥାଏ। ସେହିପରି ଯେଉଁ ଭାଇମାନଙ୍କର କନ୍ୟା ରାଶି ସେମାନଙ୍କୁ ସବୁଜ, ତୁଳା ରାଶିର ଭାଇଙ୍କୁ ନୀଳ କିମ୍ବା ଧଳା ରଙ୍ଗର, ବିଛା ରାଶି ନାଲି କିମ୍ବା ଗୋଲାପୀ, ଧନୁ ରାଶି ପାଇଁ ସୁନେଲି ଅବା ହଳଦିଆ ରଙ୍ଗର ରାଖୀ ବାନ୍ଧିବା ଶୁଭ ହୋଇଥାଏ। କୁହାଯାଏ, ଏହାଦ୍ୱାରା ଭାଇଭଉଣୀଙ୍କ ଭିତରେ ସମ୍ପର୍କ ଦୃଢ଼ ହେବା ସହ ଭଲପାଇବା ବଢ଼ିଥାଏ। ତା’ଛଡ଼ା ମକର ଓ କୁମ୍ଭ ରାଶିର ଭାଇମାନଙ୍କ ପାଇଁ ଗାଢ଼ ନୀଳ ହେଉ ଅବା ହାଲୁକା ନୀଳ ରଙ୍ଗର ରାଖୀ ବାନ୍ଧିବା ଉତ୍ତମ ହୋଇଥାଏ। ଅନ୍ୟପକ୍ଷେ ମୀନ ରାଶିଙ୍କ ପାଇଁ ଚକଚକିଆ ହଳଦିଆ କିମ୍ବା ସବୁଜ ରଙ୍ଗର ରାଖୀ ସର୍ବଶ୍ରେଷ୍ଠ ହୋଇଥାଏ; କାରଣ ଏହା ସେମାନଙ୍କୁ ସୁଖଶାନ୍ତି ପ୍ରଦାନ କରିଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଆଶଙ୍କା କମାଏ ସୁସ୍ଥ ପରିବେଶ

କଥାରେ ଅଛି-‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଦ୍ୱାରା କ୍ୟାନ୍‌ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରୁଛି ଏବଂ କେତେକ ପ୍ରକାର କ୍ୟାନ୍‌ସରରୁ...

ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା...

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ

କାଲିଫର୍ନିଆରେ ଥିବା ମେଡ୍‌ଟେକ୍‌ କମ୍ପାନୀ ଅଧୀନ ମାୟୋସାଇନ୍ସ ନାମକ ସଂସ୍ଥାର ଗବେଷକମାନେ ଏକ ଆୟୋଭେରା-ସି କ୍ରାୟୋଆନାଲଜେସିଆ ଡିଭାଇସ ପ୍ରସ୍ତୁତ କରିଛନ୍ତି। ଏହା ଯନ୍ତ୍ରଣା ଲାଘବ କରିବାରେ...

ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ...

ଚାଲିଲେ ବଢେ ଆୟୁ

ୟୁନିଭରସିଟି ଅଫ୍‌ ସିଡ୍‌ନୀର ଗବେଷକମାନେ ଏବେ ଏକ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ଯେତେ ଦ୍ରୁତ ଗତିରେ ଚାଲିଥାଆନ୍ତି ସେମାନେ ସେତେ ଦୀର୍ଘାୟୁ ହୋଇଥାଆନ୍ତି।...

ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ, କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ...

ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ...

ଉପକାରୀ ଅଣ୍ଡା

ସ୍ବାସ୍ଥ୍ୟ ପାଇଁ ଅଣ୍ଡା ବେଶ୍‌ ଉପକାରୀ। ଏଥିରେ ନ୍ୟୁଟ୍ରିଏଣ୍ଟ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଭିଟାମିନ୍‌ ‘ଡି’ ଏବଂ ଭିଟାମିନ୍‌ ‘ବି-୨’...

Advertisement
Archives

Model This Week