ବିଲ ଗେଟସଙ୍କ ନୂଆ ଗର୍ଲ ଫ୍ରେଣ୍ଡ୍‌…

ଓ୍ବାଶିଂଟନ,୯।୨ : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲିୟନେୟାର ବିଲ ଗେଟ୍ସ ବର୍ତ୍ତମାନ ନୂଆ ଗର୍ଲ ଫ୍ରେଣ୍ଡ୍‌ ପାଲା ହେର୍ଡଙ୍କ ସହ ସମ୍ପର୍କ ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ବିଲ ଗେଟସଙ୍କ ବୟସ ୬୭ ବର୍ଷ ହୋଇଥିବାବେଳେ ପାଲାଙ୍କୁ ୬୦ ବର୍ଷ। ଏହା ବ୍ୟତୀତ ପାଲା ମଧ୍ୟ ଓରାକଲ କମ୍ପାନୀର ପୂର୍ବତନ ସିଇଓ ମାର୍କ ହେଡଙ୍କ ସ୍ତ୍ରୀ। ମାର୍କ ହର୍ଡଙ୍କର ୨୦୧୯ ରେ ଦେହାନ୍ତ ହୋଇଥିଲା।

ଗତ ମାସରେ ଅଷ୍ଟ୍ରେଲୀୟ ଓପନରେ ବିଲ ଗେଟ୍ସ ଏବଂ ପାଲାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ନାମେଣ୍ଟର ଡବ୍ଲୁଟିଏ ସେମିଫାଇନାଲ ମ୍ୟାଚ ରେ ଉଭୟଙ୍କ ଏକାଠି ବସିଥିବାର ଫଟୋ ମଧ୍ୟ ପ୍ରକାଶ ପାଇଥିଲା। ଉଭୟ ନିଜ ସମ୍ପର୍କକୁ ସର୍ବସାଧାରଣଙ୍କ ଦୃଷ୍ଟିରୁ ଦୂରେଇ ରଖିଛନ୍ତି। ପ୍ରକାଶ ଥାଉକି, ମିଡିଆ ରିପୋର୍ଟ ଅନୁଯାୟୀ, ଗତ ମାସରେ ପାଲା ବିଲ ଗେଟ୍ସଙ୍କ ସହିତ ସିଡନୀକୁ ଯାଇଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କୁ ଭେଟିଥିଲେ।

ବିଲ ଗେଟ୍ସଙ୍କ ବିଷୟରେ ଏହି ଖବର ତାଙ୍କ ପୂର୍ବତନ ପତ୍ନୀ ମିଲିଣ୍ଡା ଗେଷ୍ଟଙ୍କ ଛାଡପତ୍ରର ଦୁଇ ବର୍ଷ ପରେ ଆସିଛି। ବିବାହର ୨୭ ବର୍ଷ ପରେ ବିଲ ଗେଟ୍ସ ଏବଂ ମିଲିନ୍ଦ ମେ ୨୦୨୧ ରେ ଅଲଗା ହେବା ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ...

ସାମୁଦ୍ରିକ ଝଡ଼ ଗାବ୍ରିଏଲର ତାଣ୍ଡବ, ୨୫୦ କିଲୋମିଟର ବେଗରେ ବହିଲା ପବନ, ଜରୁରୀକାଳୀନ ପରିସ୍ଥିତି ଜାରି…

ଅକଲାଣ୍ଡ,୧୪।୨ : ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ...

୯୦ ବର୍ଷୀୟା ବୃଦ୍ଧା ନେଲେ ବିଶ୍ୱର ପ୍ରଥମ ଫାଇଜର ଟିକା

ଲଣ୍ଡନ,୮।୧୨- ଜଣେ ୯୦ ବର୍ଷୀୟା ବୃଦ୍ଧା ମାର୍ଗେରେଟ କିନାନ ମଙ୍ଗଳବାର ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର କୋଭିଡ୍‌-୧୯ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ୯୧...

କୁକୁରର ଠାଟ୍‌ବାଟ୍‌

ରୋମାନିୟାର ଏକ କୁକୁର ଏବେ ବେଶ୍‌ ଚର୍ଚ୍ଚାରେ ଅଛି। ଚର୍ଚ୍ଚାର କାରଣ ହେଉଛି ଏହାର ଠାଟ୍‌ ବାଟ୍‌। ଡିଜାଇନର୍‌ ପୋଷାକକୁ ଷ୍ଟାଇଲିସ୍‌ ସନ୍‌ଗ୍ଲାସ୍‌ ତା’ସାଙ୍ଗକୁ ମ୍ୟାଚିଂ...

ମାଆର ମାଗୁଣି

ମୋ’ ବସ୍‌ ରାଜରାସ୍ତାରେ ଗଡ଼ିବା ଆରମ୍ଭ କରିଥିଲା। ବସ୍‌ ଭିତରେ ବିଶେଷ ଭିଡ଼ ନ ଥିଲା । ପଛପଟକୁ ଗୋଟେ କଡ଼ିକିଆ ସିଟ୍‌ ଅକ୍ତିଆର କରି...

ଟାଇଟନିକ୍‌ ପୋଜ୍‌ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…

୧୯୯୭ରେ ହଲିଉଡ୍‌ ଫିଲ୍ମ ‘ଟାଇଟନିକ୍‌’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

ବୃକ୍ଷ ପ୍ରେମରେ ବନ୍ଧା ମଣିଷ

ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା...

Advertisement
Archives

Model This Week