ତାଳଚେରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ତାଳଚେର,୨୧।୨(ନି.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଅନୁଗୋଳ ଜିଲାର ତାଳଚେର ଓ କିଶୋରନଗର ବ୍ଲକରେ ଏଥିପାଇଁ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅନ୍ତିମ ଦିନରେ ଦୁଇ ବ୍ଲକର ଜିଲା ପରିଷଦ ପ୍ରାର୍ଥୀମାନେ ଜୋର୍‌ଦାର ପ୍ରଚାର କରିଛନ୍ତି। ବିଶେଷକରି ତାଳଚେର ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ (ନଂ. ୧୮, ୧୯, ୨୦, ୨୧)ରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ରହିଥିଲେ ମଧ୍ୟ ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୭ ନିର୍ବାଚନରେ ୪ଟି ଜୋନ୍‌ ମଧ୍ୟରୁ ୩ଟିକୁ ସିଧାସଳଖ ଭାଜପା ଅକ୍ତିଆର କରିନେଇଥିବାରୁ ବିଜେଡି ଏଥର ଏଠାରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ କରୁଛି।
ତାଳଚେର ବ୍ଲକରେ ୨୧ ପଞ୍ଚାୟତ ସହ ୪ଟି ଜିଲା ପରିଷଦ ଜୋନ୍‌ ରହିଛି। ଏଠାକାର ମୋଟ୍‌ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୯୬୮। ମତଦାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୩୦୫ ବୁଥ୍‌ କରାଯାଇଛି। ସେଥିରୁ ୧୬୮ ବୁଥ୍‌ ସମ୍ବେଦନଶୀଳ ହୋଇଥିବାବେଳେ ଅତି ସମ୍ବେଦନଶୀଳ ବୁଥ୍‌ ସଂଖ୍ୟା ୮୫। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୨୨୦ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଧିକ ୫ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଛି। ୪ ଜିଲା ପରିଷଦ, ୨୧ ସରପଞ୍ଚ, ୨୦ ସମିତି ସଭ୍ୟ ଓ ୧୫୦ ୱାର୍ଡମେମ୍ବର ପଦବୀ ପାଇଁ ୫ଶହରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ତେବେ ଦଳୀୟ ଭିତ୍ତିରେ ଲଢ଼ାଯାଉଥିବା ଜିଲା ପରିଷଦ ପ୍ରାର୍ଥୀଙ୍କୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ୨୦୧୭ ନିର୍ବାଚନରେ ୪ଟି ଜୋନ୍‌ ମଧ୍ୟରୁ ଭାଜପା ୧୮, ୨୦ ଓ ୨୧ ନଂ. ଜୋନରେ ବିଜୟୀ ହୋଇଥିଲା। ୧୯ ନଂ ଜୋନ୍‌ରେ ବିଜେଡି ଜୟଲାଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୟୀ ପ୍ରାର୍ଥୀ ଭାଜପାରେ ଯୋଗ ଦେଇଥିଲେ। ତେଣୁ ମୋଟ ଉପରେ ତାଳଚେରର ସମସ୍ତ ଜିଲା ପରିଷଦ ପଦବୀ ଭାଜପା ଅକ୍ତିଆରକୁ ଆସିଥିଲା। ଚଳିତ ନିର୍ବାଚନରେ ମଧ୍ୟ ସେଭଳି ପ୍ରଦର୍ଶନ କରିବାକୁ ଭାଜପା ଆଶାବାଦୀ ରହିଛି। ଅପରପକ୍ଷରେ ବିଜେଡି ଗତଥରର ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲି ଫଳାଫଳକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଜାରି ରଖିଛି। ଏପରି କି ଏଥର ଜିଲା ପରିଷଦ ନିର୍ବାଚନ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ତେବେ ଭାଜପା-ବିଜେଡି ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ କେତେଜଣ ବିଦ୍ରୋହୀ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri