ତାଳଚେରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ତାଳଚେର,୨୧।୨(ନି.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଅନୁଗୋଳ ଜିଲାର ତାଳଚେର ଓ କିଶୋରନଗର ବ୍ଲକରେ ଏଥିପାଇଁ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅନ୍ତିମ ଦିନରେ ଦୁଇ ବ୍ଲକର ଜିଲା ପରିଷଦ ପ୍ରାର୍ଥୀମାନେ ଜୋର୍‌ଦାର ପ୍ରଚାର କରିଛନ୍ତି। ବିଶେଷକରି ତାଳଚେର ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ (ନଂ. ୧୮, ୧୯, ୨୦, ୨୧)ରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ରହିଥିଲେ ମଧ୍ୟ ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୭ ନିର୍ବାଚନରେ ୪ଟି ଜୋନ୍‌ ମଧ୍ୟରୁ ୩ଟିକୁ ସିଧାସଳଖ ଭାଜପା ଅକ୍ତିଆର କରିନେଇଥିବାରୁ ବିଜେଡି ଏଥର ଏଠାରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ କରୁଛି।
ତାଳଚେର ବ୍ଲକରେ ୨୧ ପଞ୍ଚାୟତ ସହ ୪ଟି ଜିଲା ପରିଷଦ ଜୋନ୍‌ ରହିଛି। ଏଠାକାର ମୋଟ୍‌ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୯୬୮। ମତଦାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୩୦୫ ବୁଥ୍‌ କରାଯାଇଛି। ସେଥିରୁ ୧୬୮ ବୁଥ୍‌ ସମ୍ବେଦନଶୀଳ ହୋଇଥିବାବେଳେ ଅତି ସମ୍ବେଦନଶୀଳ ବୁଥ୍‌ ସଂଖ୍ୟା ୮୫। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୨୨୦ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଧିକ ୫ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଛି। ୪ ଜିଲା ପରିଷଦ, ୨୧ ସରପଞ୍ଚ, ୨୦ ସମିତି ସଭ୍ୟ ଓ ୧୫୦ ୱାର୍ଡମେମ୍ବର ପଦବୀ ପାଇଁ ୫ଶହରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ତେବେ ଦଳୀୟ ଭିତ୍ତିରେ ଲଢ଼ାଯାଉଥିବା ଜିଲା ପରିଷଦ ପ୍ରାର୍ଥୀଙ୍କୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ୨୦୧୭ ନିର୍ବାଚନରେ ୪ଟି ଜୋନ୍‌ ମଧ୍ୟରୁ ଭାଜପା ୧୮, ୨୦ ଓ ୨୧ ନଂ. ଜୋନରେ ବିଜୟୀ ହୋଇଥିଲା। ୧୯ ନଂ ଜୋନ୍‌ରେ ବିଜେଡି ଜୟଲାଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୟୀ ପ୍ରାର୍ଥୀ ଭାଜପାରେ ଯୋଗ ଦେଇଥିଲେ। ତେଣୁ ମୋଟ ଉପରେ ତାଳଚେରର ସମସ୍ତ ଜିଲା ପରିଷଦ ପଦବୀ ଭାଜପା ଅକ୍ତିଆରକୁ ଆସିଥିଲା। ଚଳିତ ନିର୍ବାଚନରେ ମଧ୍ୟ ସେଭଳି ପ୍ରଦର୍ଶନ କରିବାକୁ ଭାଜପା ଆଶାବାଦୀ ରହିଛି। ଅପରପକ୍ଷରେ ବିଜେଡି ଗତଥରର ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲି ଫଳାଫଳକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଜାରି ରଖିଛି। ଏପରି କି ଏଥର ଜିଲା ପରିଷଦ ନିର୍ବାଚନ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ତେବେ ଭାଜପା-ବିଜେଡି ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ କେତେଜଣ ବିଦ୍ରୋହୀ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?