ବିଳାସିନୀ ନାଟ୍ୟମକୁ ସନ୍ତୁର ବାଦନର ନିଆରା ପରିବେଶ

ଭୁବନେଶ୍ୱର,୯ା୯(ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ଭାରତୀୟ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତର ମହାକୁମ୍ଭ ଓଏମ୍‌ସି ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ମଙ୍ଗଳବାର ଥିଲା ୪ର୍ଥ ସନ୍ଧ୍ୟା। ପ୍ରତି ସନ୍ଧ୍ୟା ଭଳି ଏଥର ମଧ୍ୟ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ ଆକର୍ଷଣ ରହିଥିଲା। ନୃତ୍ୟଶିଳ୍ପୀ ପୂର୍ବ ଧନୁଶ୍ରୀଙ୍କ ବିଳାସିନୀ ନାଟ୍ୟମ୍‌ ସାଙ୍ଗକୁ ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟଙ୍କ ସନ୍ତୁର ବାଦନ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।
ପ୍ରଥମେ ରାଗ ଆରଭିରେ ନିବଦ୍ଧ ‘ଚୁର୍ନିିକା’ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପୂର୍ବା ଦ୍ୱିତୀୟ ପ୍ରସ୍ତୁତିରେ ‘ଯତିସ୍ବରମ୍‌’ ମଞ୍ଚସ୍ଥ କରିଥିଲେ। ଏହାପରେ ସେ ଅଷ୍ଟାଦଶ ଶତାବ୍ଦୀର କବି ସଦାଶିବ ବ୍ରହ୍ମେନ୍ଦ୍ରଙ୍କ କବିତା କ୍ରିତି, କ୍ରିଦତିବନମାଳୀରେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶ୍ରୀଜୟଦେବଙ୍କ ରଚିତ ଗୀତଗୋବିନ୍ଦର ଦୁଇଟି ଅଷ୍ଟପଦୀ ପରିବେଷଣ କରିଥିଲେ। ଶିଳ୍ପୀଙ୍କୁ କଣ୍ଠରେ କେ. ଭେଙ୍କଟେଶ୍ୱରନ୍‌, ଚନ୍ଦେର ରାଓ ଏବଂ ସୁଧା ରଘୁରାମନ୍‌ ସହଯୋଗ କରିଥିବାବେଳେ ମୃଦଙ୍ଗରେ ଆର୍‌, ଶ୍ରୀଗଣେଶ୍‌, ଭି. ଶ୍ରୀଧରଚାର୍ଯ୍ୟ, ବଂଶୀରେ ଜି. ରଘୁରାମନ୍‌, ଭେଙ୍କଟେଶ, ଭାଓଲିନ୍‌ରେ ଶିବ, ପଖୱାଜରେ ପ୍ରଫୁଲ୍ଲ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ।
ପର୍ଯ୍ୟାୟରେ ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟଙ୍କ ସନ୍ତୁର ବାଦନ ବିଶେଷ ଆକର୍ଷଣ ରହିଥିଲା। ଦେଶରେ ସନ୍ତୁରବାଦନ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଥିବା ପଣ୍ଡିତ ଭଟ୍ଟାଚାର୍ଯ୍ୟ ରାଗବାଗେଶ୍ରୀରେଏହି ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ। ତବଲାରେ ହିନ୍ଦୋଳ ମଜୁମଦାର ସହଯୋଗ କରିଥିଲେ।
ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାଯର୍ର୍‌ୟକ୍ରମ ପରିକଳ୍ପନା କରିଥିବାବେଳେ ଦେବୀପ୍ରସାଦ ମିଶ୍ର ପରିଚାଳନା କରୁଛନ୍ତି। ଟାଇଟଲ ସ୍ପନ୍‌ସର ଓଡ଼ିଶା ଖଣି ନିଗମ ଲିମିଟେଡ୍‌ ସହ ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏମ୍‌ଜିଏମ୍‌ ଗ୍ରୁପ୍‌ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡ଼ିଆ ପାର୍ଟନର ରହିଛି। ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଢ଼େହଉଥିବା ଏହି ୫ ଦିନିଆ ଉତ୍ସବକୁ ଫେସ୍‌ବୁକ୍‌ ଲାଇଭ୍‌ ଏବଂ ୟୁଟୁବ୍‌ରେ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri