ଧରା ପଡ଼ି ଛେଚା ଖାଇଲେ ବାଇକ୍‌ ଚୋର

ବେତନଟୀ,୫।୧୦(ସ୍ବ.ପ୍ର.): ଧରାପଡି ନିର୍ଧୂମ ଛେଚା ଖାଇଲେ ବାଇକ ଚୋର। ବୈଶିଙ୍ଗା ଥାନା ଅଧୀନ ଦାହିବାଡି ସାପ୍ତାହିକ ହାଟରୁ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ଛେଚା ଖାଇଛନ୍ତି। ତାଙ୍କୁ ଉପସ୍ଥିତ ଥିବା ବେପାରୀ ଓ ସାଧାରଣ ଲୋକେ ଧରି ମାଡ଼ ମାରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଦାହିବାଡ଼ି ହାଟ ପରିସରରେ ଜଣେ ଯୁବକ ବାଇକ ଦୀର୍ଘ ସମୟ ଧରି ଗୋଟିଏ ଓଡି୧୧ୟୁ-୧୬୮୧ ନଂ ବିଶିଷ୍ଟ ହିରୋ ଗ୍ଲାମର ବାଇକ ନିକଟରେ ଛିଡା ହୋଇ ରହିବା ଓ ଏକ ମାଷ୍ଟର ଚାବିରେ ବାଇକର ଚାବି ଖୋଲି ଚୋରାଇ ନେବାକୁ ଉଦ୍ୟତ ହେଉଥିବାବେଳ ଏହି ଦୃଶ୍ୟକୁ ପୂର୍ବରୁ ଦେଖୁଥିବା ସ୍ଥାନୀୟ ପରିବା ବେପାରୀ ଓ ବାଇକର ମାଲିକ ସେଠାରେ ହଠାତ୍‌ ପହଞ୍ଚି ଯାଇଥିଲେ। ବାଇକ ଲୁଟ ହେଉଥିବା ଜାଣିପାରି ସେମାନେ ପାଟି କରିବା ପରେ ହାଟରେ ଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୁଟେରାକୁ ଧରି ନିର୍ଧୁମ ଛେଚିଥିଲେ l ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଲୁଟେରାକୁ ଗିରଫ କରିବା ସହିତ ପୋଲିସ ବାଇକ ଚୋରିର ଖିଅ ଖୋଜୁଛି । ଗିରଫ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ନରହରିପୁରର ମହିନ୍ଦ୍ର ମାରାଣ୍ଡିର ପୁଅ କଟି ମାରାଣ୍ଡି । ପ୍ରାୟତଃ ସପ୍ତାହକୁ ଥରେ ଉକ୍ତ ଦାହିବାଡି ହାଟରୁ ବାଇକ ଚୋରି ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ଥିବାବେଳେ ଏହି ଯୁବକଜଣକ ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ହାଟରେ ବାଇକ ଚୋରି କରିଥିଲେ। ଏଥିଲାଗି ପୂର୍ବରୁ ଚୋରି ଯାଇଥିବା ବାଇକ ଗୁଡିକର ସୁରାକ ମିଳିବା ନେଇ ପୋଲିସ ଆଶାବାଦୀ ଅଛି l


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ଜିଅନ୍ତା ସମାଧି ଉଦ୍ୟମ

ପାରଳାଖେମୁଣ୍ଡି, ୯ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ହରିପୁର ଗ୍ରାମରେ ମଙ୍ଗଳବାର ସମ୍ପତ୍ତି ପାଇଁ ମା’, ଝିଅଙ୍କୁ ଜିଅନ୍ତା ସମାଧି ଉଦ୍ୟମ...

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କପ୍ତିପଦା,୧୮।୪(ଡି.ଏନ.ଏ): କପ୍ତିପଦା ବ୍ଲକ ଅଧିନ ଲାବଣ୍ୟଦେଇପୁର ପଞ୍ଚାୟତର ବଡ଼ଶାଳ ଗଁ।ର ଆଗାମୀ ନିର୍ବାଚନ ଅର୍ଥାତ୍‌ ଏପ୍ରିଲ ୨୯ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଁ।ଲୋକେ...

ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ...

ପୌରକେଲା ଆଦିବାସୀ ଛାତ୍ରୀନିବାସ: ବିଦ୍ୟୁତ୍‌ ଅଭାବୁ କାଯ୍‌କ୍ଷମ ହେବାରେ ବିଲମ୍‌

କର୍ଲାମୁଣ୍ଡା, ୧୩ା୮ (ଡି.ଏନ୍‌.ଏ.): ଆଦିବାସୀ ଛାତ୍ରୀମାନେ କେନ୍‌ଥେଇ ପାଠ୍‌ ପଢ଼ବାକେ ମନ୍‌ ବଲାବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସରକାର ସବୁ...

ଆଢୁଆଳରେ ଚାଲିଛି ଖଣିଜ ଲୁଟ୍‌

ଖଇରା, ୫।୧(ଡି.ଏନ.ଏ.) ନିର୍ବାଚନରେ ରାଜସ୍ବ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏବେ ଖଣି ମାଫିଆମାନେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରୁ ପଥର...

ସୋରଡ଼ାରେ ଅଗ୍ନିକାଣ୍ଡ: ୪ ଗୁରୁତର

ସୋରଡ଼ା,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଅଗ୍ନିଗାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ...

ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ୬୦% ରାଜ୍ୟ ବାହାର ପର୍ଯ୍ୟଟକ

ସମ୍ବଲପୁର,୫ା୪(ବ୍ୟୁରୋ):ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୧୬ ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ସେଥି...

ପରଲୋକରେ ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକ

କେସିଙ୍ଗା,୨୪।୭(ଡି.ଏନ୍‌.ଏ.): କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ...

Advertisement
Archives

Model This Week