ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍‌ ଲୁଟ୍‌ କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ଆନ୍ତଃଜିଲା ବାଇକ୍‌ ଚୋରି ରାକେଟ୍‌ ପର୍ଦ୍ଦାଫାଶ କରିବାରେ ଝାରସୁଗୁଡ଼ା ପୋଲିସ ସଫଳ ହୋଇଛି।

ସଂପୃକ୍ତ ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଏକମା କିଷାନପଡ଼ାର ସୁବାସ ଟପ୍ପୋ(୨୯), ସମ୍ବଲପୁରର ରେଙ୍ଗାଲି ଥାନା ବ୍ଲକ୍‌ପଡ଼ାର ଜିତୁ ମାଝି(୩୦), ଡୁଙ୍ଗୁରିପଡ଼ାର ବିଶ୍ୱାମିତ୍ର ଛୁରିଆ(୨୭),ବ୍ରଜରାଜନଗର ଥାନା ବଘରାଚକାର ରାମ କଣ୍ଡରା(୩୨), କତରବଗା ଥାନା ଘଣ୍ଟାମାଳର ରବିରନତ୍ ରଣବିଡ଼ା(୩୪),ଏସ୍‌ କୁମାର ସିଂହ(୨୫)ବୋଲି ଜଣାପଡ଼ିଛନ୍ତି। ଏମାନଙ୍କ ନିକଟରୁ ପୋଲିସ ସମୁଦାୟ ୨୦ ଚୋରି ବାଇକ୍‌ ଜବତ କରିଛି। ଏନେଇ ପୋଲିସ୍‌ ଝାରସୁଗୁଡା ଟାଉନ୍‌ ଥାନା କେସ୍‌ ନଂ ୩୧/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତଙ୍କୁ ପୋଲିସ ଶନିବାର କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି।

ତେବେ ଏହି ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ଅଭିଯୁକ୍ତ ହେଲେ ଜଗନ୍ନାଥ ରଣା(୩୧)। ସେ ଗଞ୍ଜାମ ଜିଲା ତାରାସିଂହ ଉଲୁଧନା ଗ୍ରାମର ମୂଳବାସିନ୍ଦା ହୋଇଥିବାବେଳେ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ବ୍ଲକ୍‌ପଡ଼ାରେ ରହୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ତାଙ୍କୁ ପୋଲିସ୍‌ ଧରିବା ପାଇଁ ଜାଲ ବିଛାଇଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି।

ଏସ୍‌ପି ଦାସ,ଏସ୍‌ଡିପିଓ ନିର୍ମଳ ମହାପାତ୍ର,ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ପୋଲିସ ଅଧିକାରୀଙ୍କୁ ନେଇ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ପି କହିଥିଲେ, ସ୍ଥାନୀୟ ମାଳିମୁଣ୍ଡାସ୍ଥିତ ଷ୍ଟାଡିୟମ ନିକଟରେ କେତେକ ଯୁବକ ଏକତ୍ରିତ ହୋଇ ଅସାମାଜିକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ ଚଳାଇଥିଲେ। ଏହି ସମୟରେ ଝାରସୁଗୁଡ଼ା ଟାଉନ୍‌ ଥାନା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସବ୍‌ଇନ୍ସପେକ୍ଟର ଏମ୍‌ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଯୁବକମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ପୋଲିସ୍‌ ୬ ବାଇକ୍‌ ଜବତ କରିବା ସହ ଏହାର କାଗଜପତ୍ର ଯାଞ୍ଚ କରିଥିଲା। ହେଲେ କୌଣସି ବାଇକ୍‌ର କାଗଜପତ୍ର ନ ଥିଲା। ଏ ସମ୍ପର୍କରେ ସେମାନଙ୍କୁ ପୋଲିସ୍‌ ପଚରାଉଚରା ପରେ ଜଣାପଡ଼ିଥିଲା ଏହାସବୁ ଚୋରି ବାଇକ୍‌ ବୋଲି। ତା’ପରେ ଏ ସମ୍ପର୍କରେ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri