ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ: ଫେରାର୍‌ ଟ୍ରକ୍‌ର ନମ୍ବର ପ୍ଲେଟ୍‌ ଜବତ

ଝାରସୁଗୁଡା ଅଫିସ୍‌,୨୦।୧୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୋଖରାସାଲେ ମହିକାନୀ ଛକ ନିକଟରେ ରବିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍‌କୁ ଧକ୍କାଦେଇ ଟ୍ରକ୍‌ ଫେରାର୍‌ ହୋଇଯାଇଛି। ହେଲେ ଦୁର୍ଘଟଣା ସ୍ଥଳରେ ପଡିଥିବା ଟ୍ରକ୍‌ର ଓଡି ୦୯ଏକ୍ସ ୩୯୧୨ ନମ୍ବର ପ୍ଲେଟ୍‌କୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

ପ୍ରକାଶ ଯେ, ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବାଇକ୍‌ ଚାଳକ ଜଣଙ୍କ ହେଲେ ଠର୍କିମାଲ ଗ୍ରାମର ରବି ପିଙ୍ଗ(୪୭)। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ସୁକୁମାର ତ୍ରିପାଠୀ କହିଛନ୍ତି। ଏନେଇ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ କୋଲାବିରା ଥାନାରେ ଏକ ମାମଲା (ନଂ. ୧୭୮/୨୨) ରୁଜୁ କରିଛି। ଦୁର୍ଘଟଣାଗ୍ରସ୍ତ ଓଡି ୨୩ ଜେ ୫୦୫୨ବାଇକ୍‌କୁ ପୋଲିସ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ବିସ୍ମୃତିର ନବପର୍ବ

ଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri