ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ମୋହନଗୁଡ଼ା ଗ୍ରାମର ଧନିଆ ମାଝୀ(୩୨) ଏବଂ ଗୁରୁତର ହେଲେ ହରେକୃଷ୍ଣପୁର ଗ୍ରାମର ସାମନ୍ତ ମାଝୀ(୨୫)।

ମିଳିଥିବା ସୂଚନା ମୁତାବକ, ମୋହନଗଡ଼ା ଗ୍ରାମର ଧନିଆ ମାଝୀ ଏବଂ ହରେକୃଷ୍ଣପୁର ଗ୍ରାମର ସାମନ୍ତ ମାଝୀ ଏକ ବାଇକ୍‌ ଯୋଗେ କୌଣସି କାମରେ ମାହନଗୁଡାରୁ ହରେକୃଷ୍ଣପୁର ଯାଉଥିଲେ। ସେତିକିବେଳେ ରଘୁନାଥପୁର ନିକଟରେ ଥିବା ଏକ ବୁଲାଣି ରାସ୍ତାରେ ବାଇକ୍‌ ଭାରସାମ୍ୟ ହରାଇ ଏକ ମନରେଗା ସୂଚନା ଫଳକରେ ପିଟିହୋଇ ଯାଇଥିଲା। ଫଳରେ ସେମାନେ ବାଇକ୍‌ରୁ ଛଟିକି ପଡି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଧନିଆଙ୍କୁ ମୃତ ଘୋଷଣା କରିଥିଲେ I ଗୁରୁତର ସାମନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଲାଞ୍ଜିଗଡ଼ ବ୍ଲକ ଚିକିତ୍ସା ଅଧିକାରୀ ଭବାନୀଶଙ୍କର ଲେଙ୍କା ସୂଚନା ପ୍ରଦାନ କରିଛନ୍ତି ।

ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏସ୍‌ଆଇ ଡୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଲାଞ୍ଜିଗଡ଼ ପୋଲିସ ଏକ ମାମଲା(ନଂ.୯/୨୬) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ଆଇ ଡୋଳାମଣି ବିଶି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍‌, ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ହଟିଲେ ଶ୍ରୀଲଙ୍କା କ୍ରିକେଟ୍‌ ମୁଖ୍ୟ ଶାମି ସିଲ୍‌ଭା

କଲମ୍ବୋ,୨୯ା୪: ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଅନୁରୋଧ ପରେ ଶ୍ରୀଲଙ୍କା କ୍ରିକେଟ୍‌(ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଏକ ସ୍ବତନ୍ତ୍ର ବୈଠକରେ ସେମାନଙ୍କ…

ମମତା ବାନାର୍ଜୀ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ ପ୍ରାରମ୍ଭିକ ସମୟରେ ହୋଇଗଲା ଖେଳ

କୋଲକାତା,୨୯।୪: ପଶ୍ଚିମବଙ୍ଗର ୧୪୨ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଭବାନୀପୁର, ଯେଉଁଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି,…

ଥାନାରେ ଆତ୍ମହତ୍ୟା କଲେ ବଳାତ୍କାର ଅଭିଯୁକ୍ତ: ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ…

ଭାଜପା କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ ଚାଲିଥିବାବେଳେ ବୁଥ୍‌ରେ ମାରପିଟ୍‌

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଶଙ୍କର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

ଦାରିଙ୍ଗବାଡି, ୨୯/୪(ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା…

ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ: ମରାମତି ପାଇଁ ଦାବି

କେସିଙ୍ଗା,୨୯।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ହରିଜନ ପଡା(ପୂର୍ବ)ରେ ଥିବା ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ହେଲା ବିପଦସଂକୁଳ ଅବସ୍ଥାରେ…

ଡ୍ରେସିଂ ରୁମ୍‌ରେ ଇ-ସିଗାରେଟ୍‌ ଟାଣି ଚର୍ଚ୍ଚାରେ ଅଧିନାୟକ: ହେବ କି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ପ୍ରିମିୟମ ଲିଗ ୨୦୨୬ ମ୍ୟାଚ ସମୟରେ ଏକ ନୂତନ ବିବାଦ ଦେଖାଦେଇଛି। ରାଜସ୍ଥାନର ୨୪ ବର୍ଷୀୟ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri