ଷଣ୍ଢ ସହ ବାଇକ୍‌ ଧକ୍କା: ଚାଲିଗଲା ଯନ୍ତ୍ରୀଙ୍କ ଜୀବନ

ଆନନ୍ଦପୁର,୧୩ା୮(ସ୍ବ.ପ୍ର.): ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡିଙ୍କର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘସିପୁରା ଥାନା ନାରଙ୍ଗପୁର ଛକ ନିକଟରେ ଏହି ବାଇକ୍‌ ଦୁର୍ଘଟଣା ଘଟିଥିଲା। ବାଇକ୍‌ ଯୋଗେ ନିଜ ଘର ହରିଚନ୍ଦନପୁର ଟାଙ୍ଗିରିଆପାଳରୁ ଆନନ୍ଦପୁର ଅଭିମୁଖେ ଫେରିବା ସମୟରେ ନାରଙ୍ଗପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ କେତେକ ଯୁବକ ନିକଟସ୍ଥ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯନ୍ତ୍ରୀ ରାମଚନ୍ଦ୍ର ୨୦୧୭ ନଭେମ୍ବରରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri