ଦିଗପହଣ୍ଡିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ପାଇଁ ବିଧାୟକଙ୍କ ଆହ୍ବାନ

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ବିଡ଼ିଓ ଉମେଶ ଚନ୍ଦ୍ର ସେଠୀ, ସିଡିପିଓ ଗିତାଞ୍ଜଳୀ ବେହେରା, ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟଙ୍କ ସମେତ ସରପଞ୍ଚ ବିଜୟ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ, ଲିଙ୍ଗରାଜ ଦୋରା, ବି . ସନ୍ଧ୍ଯାରାଣୀ ସୁବୁଦ୍ଧି, ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ, ସମିତି ସଭ୍ୟ ଶୈଳ ବେହେରା, ଜିଲା ପରିଷଦ ସଦସ୍ୟା ଏମ୍. ଅନୁସୁୟା ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ ।

ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ବ୍ଳକର ସମସ୍ତ ପଞ୍ଚାୟତ ଏବଂ ଗ୍ରାମାଞ୍ଚଳରେ ପହଞ୍ଚି ବିକାଶ ପ୍ରକ୍ରିୟାରେ କିପରି ଅଗ୍ରସର ହୋଇପାରିଛି ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ, ମଧୁବାବୁ ପେନସନ, ସୁଭଦ୍ରା ଯୋଜନା, ମୁଖ୍ଯମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦିର ଉନ୍ନତିକରଣ କାର୍ଯ୍ୟ ଗୁଡିକ ଡିଜିଟାଲ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।  ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଲକ୍ଷ୍ଯପତି ଦିଦି, ମୁଖ୍ୟମନ୍ତ୍ରୀଙ୍କ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ, ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ବଣ୍ଟନ, ଗ୍ରାମକଣ୍ଟ ପଟ୍ଟା, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଆର୍ଥିକ ସହାୟତା ରାଶି, ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ ଏସ୍ ଏମ୍ ଇ ଯୋଜନାରେ କିଛି ଉଦ୍ୟୋଗୀ , ସ୍ବୟଂ ରୋଜଗାରୀ , ଯୁବ ଉଦ୍ଯମୀ ଏବଂ ମହିଳା ଉଦ୍ୟୋଗୀ ହିତାଧିକାରୀଙ୍କୁ ବିଧାୟକ ମାନପତ୍ର ଓ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି , ବିଭିନ୍ନ ବିଭାଗୀୟ ଅଧିକାରୀ , ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ବ୍ଳକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

କାହାରି କଥା ଶୁଣନ୍ତି ନାହିଁ ଶୁବମନ ଗିଲ, ନିଜ ଇଚ୍ଛାର ମାଲିକ ହୋଇଯାଇଛନ୍ତି, ୪ଟି ଭୁଲ ପାଇଁ…

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବଡ଼ ଭୁଲ କରିଥିଲେ। ଭାରତକୁ ଏହାର…

୩୨ ବର୍ଷର ଅପେକ୍ଷାର ଘଟିଲା ଅନ୍ତ: ନ୍ୟୁଜିଲାଣ୍ଡ ମାଟିରେ ବିରଳ ରେକର୍ଡ କଲେ ଜୟସ୍ବାଲ-ରାହୁଲ

ଓ୍ବେଲିଂଟନ୍‌,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଏକ ଐତିହାସିକ ରେକର୍ଡ…

ଡିସେମ୍ବର ପହିଲାରୁ ୪ ରାଶିଙ୍କ ଗୋଲଡେନ୍‌ ଟାଇମ ଆରମ୍ଭ: ବୁଧ କରିବେ ମାଲାମାଲ, ମିଳିବ ବଡ଼ ଫାଇଦା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ବୁଧ ଗ୍ରହ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ରରେ…

ଭାରତର ଅଶୋଧିତ ତୈଳ ଆମଦାନୀରେ ୧୧% ବୃଦ୍ଧି: କମିଲା ଏଲପିଜି ଆମଦାନୀ

ନୂଆଦିଲ୍ଲୀ, ୨୦।୧୧: ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ନେଇ ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟ ସହ ହର୍ମୁଜ ପ୍ରଣାଳୀରେ ଅସ୍ଥିରତା ମଧ୍ୟରେ ଭାରତ ଅଶୋଧିତ ତୈଳ (Crude Oil) ଆମଦାନୀ…

ୱେଲିଂଟନ୍‌ରେ ଜୟସ୍ବାଲଙ୍କ ଧମାକା: SENA ଦେଶରେ ଗୌତମ ଗମ୍ଭୀରଙ୍କୁ ପକାଇଲେ ପଛରେ

ୱେଲିଂଟନ,୨୦।୧୧: ୱେଲିଂଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରେ ଦେଖିବାକୁ ମିଳିଛି ଦମ୍‌ଦାର ପ୍ରଦର୍ଶନ। ପ୍ରଥମ…

ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?