ଗଞ୍ଜାମରୁ ଆରମ୍ଭ ବିଜୁଙ୍କ ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ସାଧାରଣ ନିର୍ବାଚନରେ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ଏବଂ ୧୯୫୭ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଜିତିଥିଲେ। ୧୯୬୧-୬୨ ନିର୍ବାଚନରେ କଟକ ଜିଲା ଚୌଦ୍ୱାର ଆସନରୁ ପୁଣି କଂଗ୍ରେସରୁ ନିର୍ବାଚିତ ହୋଇ ପ୍ରଥମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ବଳ୍ପକାଳ କ୍ଷମତାସୀନ ହୋଇଥିବା ବିଜୁବାବୁ ଜାତୀୟ କଂଗ୍ରେସର କାମରାଜୁ କାର୍ଯ୍ୟକ୍ରମରେ ଯୋଗଦେଇ ପଦ ଛାଡ଼ିଥିଲେ। ତେଣୁ ବୀରେନ ମିତ୍ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ବିଜୁଙ୍କ ପୈତୃକ ଗ୍ରାମ ଭଞ୍ଜନଗର ନିକଟ ନୂଆଗଁା। ତାଙ୍କ ବାପା ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସେଠାରେ ଜନ୍ମ ହୋଇଥିଲେ। ତେଣୁ ଭୋଟ ରାଜନୀତି ପାଇଁ ପ୍ରଥମେ ଗଞ୍ଜାମ ଜିଲାକୁ ବାଛିଥିଲେ। ସେତେବେଳେ ଏହି ଜିଲାରେ ବିରୋଧୀ ଭାବେ ମୁଖ୍ୟତଃ କମ୍ୟୁନିଷ୍ଟ ଏବଂ ଆଉ କେତେକ ଅଞ୍ଚଳରେ ଗଣତନ୍ତ୍ର ପରିଷଦ ପାର୍ଟି କଂଗ୍ରେସକୁ ମୁକାବିଲା କରୁଥିଲା। ୧୯୯୬ ଲୋକ ସଭା ନିର୍ବାଚନରେ ସେ ଆସିକା କ୍ଷେତ୍ରରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ମାତ୍ର ବର୍ଷକରେ ୧୯୯୭ରେ ଆରପାରିକୁ ଚାଲିଗଲେ।
ଆସିକା ଲୋକ ସଭା ଉପନିର୍ବାଚନ ୧୯୯୭ରେ ହୋଇଥିଲା। ପୁତ୍ର ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ନିର୍ବାଚିତ ହେଲେ। ଫଳରେ ପିତାଙ୍କ ପରେ ପୁତ୍ର ମଧ୍ୟ ଗଞ୍ଜାମରୁ ଭୋଟ ରାଜନୀତି ଆରମ୍ଭ କରିଛନ୍ତି। ଉପନିର୍ବାଚନ ପରେ ୧୯୯୮ ଓ ୯୯ ଲୋକ ସଭା ନିର୍ବାଚନରେ ନବୀନ ବିଜୁ ଜନତା ଦଳରୁ ଏମ୍‌ପି ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୦୦ ବିଧାନସଭା ନିର୍ବାଚନ ବେଳେ ସେ ଏମ୍‌ପି ପଦ ଛାଡ଼ି ପ୍ରଥମେ ହିଞ୍ଜିଳିକାଟୁ ସେଗ୍‌ମେଣ୍ଟରୁ ବିଧାୟକ ହେଲେ। ସେଠାରୁ ଲଗାତର ୫ ଥର ଜିତି ୫ମ ପାଳି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ବିଜୁବାବୁଙ୍କ ଭଳି ନବୀନଙ୍କର ମଧ୍ୟ ଏହି ଜିଲାରେ ଲୋକପ୍ରିୟତା ବଢ଼ି ଚାଲିଛି। ପ୍ରବାଦ ପୁରୁଷଙ୍କ ଜନ୍ମ ତିଥିରେ ଜିଲା ଓ ବିଶେଷକରି ସୋରଡ଼ା ଓ ଜଗନ୍ନାଥପ୍ରସାଦ ଅଞ୍ଚଳର ପୁରୁଣାକାଳିଆ ଲୋକେ ତାଙ୍କୁ ମନେପକାଉଛନ୍ତି।
– ନରସିଂହ ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri