ବିଜୁ ସେତୁ ଯୋଜନା ଲୋକଙ୍କ ପାଇଁ ପ୍ରହସନ: ବିଦ୍ୟୁତ୍‌ ତାରରେ ନଦୀ ପାର ହେଉଛନ୍ତି ମୋହନା ବ୍ଲକବାସୀ

ଆର.ଉଦୟଗିରି,୨୦ା୧୦(ଡି.ଏନ.ଏ.):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଯେପରି ଲୋକଙ୍କ ପାଇଁ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉ ନ ଥିବାରୁ ଗମନାଗମନ ପାଇଁ ବିଦ୍ୟୁତ୍‌ ତାର ହିଁ ଭରସା। ଭରାନଈର ଦୁଇ ତଟରେ ଥିବା ଦୁଇଟି ଗଛକୁ ଗୋଟିଏ ବିଦ୍ୟୁତ୍‌ ତାର ଦ୍ୱାରା ବନ୍ଧାଯାଇଛି। ତଳେ ଉଛୁଳା ନଈ ଉପରେ ବିଦ୍ୟୁତ୍‌ ତାର। ଆଉ ଲୋକେ ସେହି ତାର ଧରି ପାର ହେଉଛନ୍ତି ଭରାନଈ। ଯଦି ହାତ ଖସିଯାଏ କିମ୍ବା ବିଦ୍ୟୁତ୍‌ ତାର ଛିଡିଯାଏ ତା’ହେଲେ ନଦୀରେ ଭାସିଯାଇ ଜୀବନ ଯିବାର ରହିଛି ଯଥେଷ୍ଟ ସମ୍ଭାବନା। ଏହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ଓ ଗରଡମା ପଞ୍ଚାୟତ ମଧ୍ୟରେ ଥିବା ହରଭଙ୍ଗି ନଦୀରେ। ନଦୀର ଆରପଟେ ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଭଳି ଅନେକ ଗାଁ ରହିଥିବା ବେଳେ ନଦୀର ଏପଟେ ରାଜବସା, କୁଟୀପଦର ଓ ଗାଙ୍ଗୁଡିପଙ୍କାଳ ଭଳି ଅନେକ ଗାଁ ରହିଛି। ହେଲେ ଉଭୟ ପଞ୍ଚାୟତବାସୀ ସମସ୍ତ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏଠାରେ ପୋଲ ଖଣ୍ଡିଏ ନିର୍ମାଣ କରାଯାଉ ନ ଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ନେତାଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗାଙ୍ଗୁଡିପଙ୍କାଳ ଓ ରାଜପୁର ଗ୍ରାମବାସୀ ଗୁରୁଝୁଳୀ ପଞ୍ଚାୟତରେ ଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ରାସ୍ତା ନ ଥିବାରୁ ନଦୀ ଆରପଟେ ଥିବା ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ବର୍ଷା ସମୟରେ ନଦୀ ପାର ହେବା ପାଇଁ କଷ୍ଟ ଥିଲେ ମଧ୍ୟ ଅନ୍ୟ ସମୟରେ ବାଇକ ମଧ୍ୟ ନଦୀ ଭିତରେ ବୋହି ନେଇ ଗମ୍ଭାରୀ ଗାଁରେ ପହଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏପରି ନଦୀ ପାର ହେବା ବେଳେ ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷର ଜୀବନ ହାନି ମଧ୍ୟ ଘଟୁଥିବା ଅଭିଯୋଗ କରିଛନ୍ତି ଖଗେଶ୍ୱର ଦଳବେହେରା, ତରଣୀସେନ ଦଳାଇ, ରୟାଲ ମାଝୀ। ଯଦି ଏଠାରେ ସେତୁ ନିର୍ମାଣ କରାଯାଏ ତେବେ ଗରଡମା ପଞ୍ଚାୟତ ଅଞ୍ଚଳବାସୀଙ୍କ ସହ ପଡୋଶୀ ଜିଲା ଓ ମୋହନା ବ୍ଲକ ଅଞ୍ଚଳର ଲକ୍ଷ ଲକ୍ଷ ଜନସାଧାରଣ ମଧ୍ୟ ଗମନାଗମନ ଦୃଷ୍ଟିରୁ ଯଥେଷ୍ଟ ସୁବିଧା ପାଇପାରନ୍ତେ। ହେଲେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଏଠାରେ ପୋଲ ନିର୍ମାଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?