ବିଜୁ ସେତୁ ଯୋଜନା ଲୋକଙ୍କ ପାଇଁ ପ୍ରହସନ: ବିଦ୍ୟୁତ୍‌ ତାରରେ ନଦୀ ପାର ହେଉଛନ୍ତି ମୋହନା ବ୍ଲକବାସୀ

ଆର.ଉଦୟଗିରି,୨୦ା୧୦(ଡି.ଏନ.ଏ.):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଯେପରି ଲୋକଙ୍କ ପାଇଁ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉ ନ ଥିବାରୁ ଗମନାଗମନ ପାଇଁ ବିଦ୍ୟୁତ୍‌ ତାର ହିଁ ଭରସା। ଭରାନଈର ଦୁଇ ତଟରେ ଥିବା ଦୁଇଟି ଗଛକୁ ଗୋଟିଏ ବିଦ୍ୟୁତ୍‌ ତାର ଦ୍ୱାରା ବନ୍ଧାଯାଇଛି। ତଳେ ଉଛୁଳା ନଈ ଉପରେ ବିଦ୍ୟୁତ୍‌ ତାର। ଆଉ ଲୋକେ ସେହି ତାର ଧରି ପାର ହେଉଛନ୍ତି ଭରାନଈ। ଯଦି ହାତ ଖସିଯାଏ କିମ୍ବା ବିଦ୍ୟୁତ୍‌ ତାର ଛିଡିଯାଏ ତା’ହେଲେ ନଦୀରେ ଭାସିଯାଇ ଜୀବନ ଯିବାର ରହିଛି ଯଥେଷ୍ଟ ସମ୍ଭାବନା। ଏହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ଓ ଗରଡମା ପଞ୍ଚାୟତ ମଧ୍ୟରେ ଥିବା ହରଭଙ୍ଗି ନଦୀରେ। ନଦୀର ଆରପଟେ ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଭଳି ଅନେକ ଗାଁ ରହିଥିବା ବେଳେ ନଦୀର ଏପଟେ ରାଜବସା, କୁଟୀପଦର ଓ ଗାଙ୍ଗୁଡିପଙ୍କାଳ ଭଳି ଅନେକ ଗାଁ ରହିଛି। ହେଲେ ଉଭୟ ପଞ୍ଚାୟତବାସୀ ସମସ୍ତ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏଠାରେ ପୋଲ ଖଣ୍ଡିଏ ନିର୍ମାଣ କରାଯାଉ ନ ଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ନେତାଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗାଙ୍ଗୁଡିପଙ୍କାଳ ଓ ରାଜପୁର ଗ୍ରାମବାସୀ ଗୁରୁଝୁଳୀ ପଞ୍ଚାୟତରେ ଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ରାସ୍ତା ନ ଥିବାରୁ ନଦୀ ଆରପଟେ ଥିବା ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ବର୍ଷା ସମୟରେ ନଦୀ ପାର ହେବା ପାଇଁ କଷ୍ଟ ଥିଲେ ମଧ୍ୟ ଅନ୍ୟ ସମୟରେ ବାଇକ ମଧ୍ୟ ନଦୀ ଭିତରେ ବୋହି ନେଇ ଗମ୍ଭାରୀ ଗାଁରେ ପହଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏପରି ନଦୀ ପାର ହେବା ବେଳେ ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷର ଜୀବନ ହାନି ମଧ୍ୟ ଘଟୁଥିବା ଅଭିଯୋଗ କରିଛନ୍ତି ଖଗେଶ୍ୱର ଦଳବେହେରା, ତରଣୀସେନ ଦଳାଇ, ରୟାଲ ମାଝୀ। ଯଦି ଏଠାରେ ସେତୁ ନିର୍ମାଣ କରାଯାଏ ତେବେ ଗରଡମା ପଞ୍ଚାୟତ ଅଞ୍ଚଳବାସୀଙ୍କ ସହ ପଡୋଶୀ ଜିଲା ଓ ମୋହନା ବ୍ଲକ ଅଞ୍ଚଳର ଲକ୍ଷ ଲକ୍ଷ ଜନସାଧାରଣ ମଧ୍ୟ ଗମନାଗମନ ଦୃଷ୍ଟିରୁ ଯଥେଷ୍ଟ ସୁବିଧା ପାଇପାରନ୍ତେ। ହେଲେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଏଠାରେ ପୋଲ ନିର୍ମାଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri