ବିଜୁ ଛାତ୍ର ଜନତା ଦଳ ରାଜ୍ୟ, ଜିଲା ସଭାପତି ନିଯୁକ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପରେ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲା ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ବ୍ୟୋମକେଶ ରାୟ ଏକ ପ୍ରେସ ବିଜ୍ଞପ୍ତ ଜରିଆରେ ଏହି ସୂଚନା ଦେଇଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଏବଂ ରାଜେଶ ରାଜ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଈପ୍‌ସିତା ସାହୁଙ୍କୁ ସେକ୍ରେଟାରୀ ଜେନେରାଲ (ମହାସଚିବ) ଏବଂ ବରିଷ୍ଠ ଉପସଭାପତି ଭାବେ ଅଜିତ୍‌ ବେହେରା, ବିଶ୍ୱ ପ୍ରତାପ ସାହୁ ଏବଂ ସ୍ବାଗତିକା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ଜୋନ୍‌ ସଭାପତି ଭାବେ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱର ଜୋନ୍‌ ସଭାପତି ଭାବେ ଭଗବାନ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କଟକ ସ୍ମୃତି ରଞ୍ଜନ ଦାସ, ଗଞ୍ଜାମ ଜ୍ୟୋତିରଞ୍ଜନ ସାହୁ, ସମ୍ବଲପୁର ମିଲନ୍‌ ହୋତା, ବଲାଙ୍ଗୀର ଚିରାଗ ସିଂଦେଓ ଏବଂ କୋରାପୁଟ ପାଇଁ ଶିବରାଜ ଖଣ୍ଡପାଣିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ଅପୂର୍ବ ଅପରୂପା, ବୈଶାଖୀ ନନ୍ଦ, ସ୍ଥିତପ୍ରଜ୍ଞ ଦାସ, ଅବିନାଶ ପଟେଲ, କମଳ ଜ୍ୟୋତି ଦାସ, ଚିନ୍ମୟ ଦାସ, ପ୍ରଦୋଷ ପରିଡା, ବିଜୟ ବାସନ୍ତିଆ, ଶିବବ୍ରତ ନାୟକ, ଭବାନୀ ଶଙ୍କର ସାହୁ ଏବଂ ଭବାନୀ ଶଙ୍କର ଦାସଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡା ଛାତ୍ର ବିଜେଡିରେ ୪୦ ଜଣ ସାଧାରଣ ସମ୍ପାଦକ, ୪୪ ଜଣ ସମ୍ପାଦକ ଏବଂ ୩୩ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ଏଥିସହିତ ୩୨ଟି ଛାତ୍ର ବିଜେଡି ଜିଲା ସଂଗଠନର ସଭାପତି ନିଯୁକ୍ତି କରାଯାଇଛି। ବଲାଙ୍ଗୀର ପାଇଁ ସିମେବ ୱାକାସ, ରାଉରକେଲା ରାଣା ପ୍ରତାପ ସିଂ, ସୁନ୍ଦରଗଡ ସେହବାଜ ହୁସେନ, ପୁରୀ ରାଜେଶ ରଥ, ବାୈଦ୍ଧ ସଂଗ୍ରାମ କେଶରୀ ଦାସ, ନୟାଗଡ ନୀଳମାଧବ ପଣ୍ଡା, ଗଞ୍ଜାମ ପ୍ରଶାନ୍ତ ପଣ୍ଡା, ସୋନପୁର ଶାଶ୍ୱତ ମିଶ୍ର, ଢେଙ୍କାନାଳ ସୁରଜ ମହାପାତ୍ର, ଝାରସୁଗୁଡା ପଳାଶ କର୍ମକାର, ଅନୁଗୋଳ ରାଜୀବ ଲୋଚନ ଦାସ, ମାଲକାନଗିରି ତାପସ ନାୟକ ଏବଂ ରାୟଗଡା ଜିଲା ସଭାପତି ଭାବେ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି କଳାହାଣ୍ଡି ଜିଲାର ସଭାପତି ଭାବେ ଅଜିତ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମୟୂରଭଞ୍ଜ-୧ ସୁନୀଲ ନାୟକ, ମୟୂରଭଞ୍ଜ-୨ ଅନିଶ ମାନା, କେନ୍ଦୁଝର ଅବିନାଶ ପଟ୍ଟନାୟକ, ଭଦ୍ରକ ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ଯାଜପୁର ସାୈମ୍ୟ ପ୍ରକାଶ ବିଶ୍ୱାଳ, ଖୋର୍ଦ୍ଧା ବିଶ୍ୱଦୀପ ପ୍ରଧାନ, ନୂଆପଡା ଅମିତ କୁମାର ସିଂଦେଓ, କୋରାପୁଟ ଶଶାଙ୍କ ମିଶ୍ର, ସମ୍ବଲପୁର ସିଦ୍ଧାନ୍ତ ମହାନ୍ତି, ବରଗଡ କରଣ ସିକନ୍ଦର, କେନ୍ଦ୍ରାପଡା ପ୍ରଦୀପ ସାହୁ, କଟକ ସିଟି ସଞ୍ଜୟ ପଟ୍ଟନାୟକ, କଟକ ଅସିଫ ଅମିନ, କନ୍ଧମାଳ ସୁନୀଲ ସେଠୀ ଏବଂ ନବରଙ୍ଗପୁର ଜିଲାର ସଭାପତି ଭାବେ ସୁଧାଂଶୁ ଦାସ, ଗଜପତି ବିଶ୍ୱଜିତ୍‌ ତ୍ରିପାଠୀ, ଭୁବନେଶ୍ୱର ସୁବାସ ସାହୁ ଓ ଦେବଗଡ଼ ଭବାନୀଶଙ୍କର ସାହୁଙ୍କୁ ଜିଲା ସଂଗଠନ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri