ଖରସ୍ରୋତାରେ ନିର୍ମାଣ ହେବ ବିଜୁ ସେତୁ

ରସୁଲପୁର,୨୧।୮(ରଂଜିତ ରାଉତ):ରସୁଲପୁର ଓ କୋରେଇ ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ଖରସ୍ରୋତା ନଦୀରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉକ୍ତ ଦାବି ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ସେତୁକୁ ମଞ୍ଜୁରୀ ମିଳିଛି। ପୋଲର ଆବଶ୍ୟକତା ଓ ଅଞ୍ଚଳବାସୀଙ୍କ ଦାବି ମୁତାବକ ତତ୍କାଳୀନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ପକ୍ଷରୁ ସେତୁ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା। ତଦ୍‌ନୁଯାୟୀ କଳ୍ପତରୁ ଖରସ୍ରୋତାରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ସରକାରଙ୍କ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରସ୍ତାବ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ଅର୍ଥ ମଞ୍ଜୁର ହୋଇସାରିଛି। ପୋଲ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି। ତେବେ ପୋଲ ନିର୍ମାଣ ପାଇଁ ପ୍ରସ୍ତାବିତ ମୂଳ ସ୍ଥାନରେ ପରିବର୍ତ୍ତନ ଅଣାଯାଇଛି। ଯାହାକୁ ନେଇ ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବ ପ୍ରସ୍ତାବିତ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତର ମା’ହିଙ୍ଗୁଳାଙ୍କ ପୀଠ ବଇଞ୍ଚ ପଡ଼ିଆକୁ ସଂଯୋଗ କରୁଥିବା ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲ ନିର୍ମାଣ ସ୍ଥାନରେ ପରିବର୍ତ୍ତନ କରିବା ପାଇଁ ପ୍ରଶାସନିକସ୍ତରରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ପୋଲ ନିର୍ମାଣ ପାଇଁ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି। ଏହି ପୋଲ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଭା ସମୟରେ ତାର ବାମପାର୍ଶ୍ୱ ମୁଣ୍ଡ ବରେଇ ଗ୍ରାମକୁ ସଂଯୋଗ କରୁଥିବାବେଳେ ଡାହାଣ ପାର୍ଶ୍ୱ ମୁଣ୍ଡ ଭୋଟକା ପଞ୍ଚାୟତର ମା’ ହିଙ୍ଗୁଳା ପୀଠକୁ ସଂଯୋଗ କରିବାକୁ ପ୍ରସ୍ତାବ ରହିଥିଲା। ମା’ ହିଙ୍ଗୁଳା ହେଉଛନ୍ତି ବରେଇ ଓ ତଣ୍ଡରା ଗ୍ରାମବାସୀଙ୍କ ଆରାଧ୍ୟ ଦେବୀ। ଏହି ପୀଠକୁ ଯାତାୟାତରେ ଖରସ୍ରୋତା ନଦୀ ବାଧକ ସାଜିଥିଲା। ଏହାଛଡ଼ା ଯାଜପୁର ଜିଲାର ଶିଳ୍ପାଞ୍ଚଳ କଳିଙ୍ଗନଗରକୁ ଯାତାୟାତ କରିବାରେ ଅଞ୍ଚଳବାସୀଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଦେବୀ ମା’ ହିଙ୍ଗୁଳାଙ୍କ ଭଉଣୀ କୋରେଇ ବ୍ଲକ ଖମଣ ପଞ୍ଚାୟତର ଶଙ୍ଖଚିଲାଠାରେ ପୂଜା ପାଉଛନ୍ତି। ସେ ସ୍ଥାନକୁ ଯାତାୟାତ ପାଇଁ ପୋଲ ବିଶେଷ ଉପଯୋଗୀ ହେବ। ଯାଜପୁରରୋଡ୍‌ରୁ କଟକ ଯିବାରେ ପୋଲ ବହୁ ସହାୟକ ହେବ। ଏମିତି କି ପୂର୍ବ ପ୍ରସ୍ତାବିତ ସ୍ଥାନରେ ପୋଲ ନିର୍ମାଣ ହେଲେ କଟକ-ଯାଜପୁରରୋଡ୍‌ ରାସ୍ତା ୧୦ କି.ମି. କମ୍‌ ହୋଇଯିବ ବୋଲି କୁହାଯାଉଛି। ମାତ୍ର ରାଜନୈତିକ ଅଭିସନ୍ଧି ରଖି ପୂର୍ବ ପ୍ରସ୍ତାବିତ ସ୍ଥାନରେ ପରିବର୍ତ୍ତନ ଅଣାଯାଇ ପୋଲର ଡାହାଣ ପାର୍ଶ୍ୱକୁ କଇଞ୍ଚି ଗାଁକୁ ସଂଯୋଗ କରିବାକୁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ଅବଗତ ହେବା ପରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହେବା ସହ ପୂର୍ବ ସ୍ଥାନରେ ପୋଲ ନିର୍ମାଣ କରିବାକୁ ଦାବି କରୁଛନ୍ତି। ପୋଲ ନିର୍ମାଣ ପାଇଁ ସ୍ଥିରୀକୃତ ସ୍ଥାନରେ କେବଳ ଗୋଟିଏ ଗାଁ ଲୋକଙ୍କ ଉପକୃତ ହେବାକୁ ଗୁରୁତ୍ୱ ଦିଆଯାଇଛି। ଏହାକୁ ବାତିଲ କରାଯାଇ ପୂର୍ବ ପ୍ରସ୍ତାବିତ ସ୍ଥାନକୁ ସର୍ଭେ କରାଯାଇ ପୋଲ ନିର୍ମାଣ କରାଗଲେ ଲୋକଙ୍କ ଦୀର୍ଘଦିନର ଦାବିପୂରଣ ହୋଇପାରିବ। ଅନ୍ୟପକ୍ଷରେ ନଦୀ ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣଙ୍କ ମତାମତ ଓ ଗ୍ରାମସଭା ଜରିଆରେ ପ୍ରସ୍ତାବ ଗ୍ରହଣ କରାଯାଇ ପୋଲ ନିର୍ମାଣ ସ୍ଥାନ ସ୍ଥିର କରାଯିବାକୁ ଦାବି କରାଯାଇଛି। ଏହା ନ ହେଲେ ପୋଲ ନିର୍ମାଣର ଅସଲ ଉଦେଶ୍ୟପୂରଣ ହୋଇପାରିବ ନାହିଁ ବୋଲି ବରେଇ-ତଣ୍ଡରା, ଭୋଟକା, ରସୁଲପୁର, ଗନ୍ଧଣ, ବଡ଼ବିରୁଆଁ ଓ ଗୋଳେଇପୁର ଆଦି ପଞ୍ଚାୟତର ଜନସାଧାରଣ ମତ ରଖିଛନ୍ତି। ଲୋକଙ୍କ ଦାବିକୁ ଅଣଦେଖା କରାଗଲେ ସେମାନେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?