ପ୍ରଶ୍ନବାଚୀରେ ବିଜୟଙ୍କ ଦକ୍ଷତା

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଗୁରୁବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଜିଲା କଥା ବୁଝିବାକୁ କହି ଆଶୀର୍ବାଦ ଦେଇଥିଲେ। ଏହି ବିଷୟ ତୁମ ବାପାଙ୍କୁ ଜଣାଇଦେବ ବୋଲି କହିଥିଲେ। ଏହି ସମାନ ଦିନରେ ବିଜେଡି-ଭାଜପା ମେଣ୍ଟ ସଂକ୍ରାନ୍ତୀୟ ଆଲୋଚନା ଶୀର୍ଷ ଛୁଇଁଥିଲା। ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଦିଲ୍ଲୀ ଗସ୍ତ କରିଥିଲେ। ଆସନ ବୁଝାମଣା ନେଇ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରାଯାଇଥିବା କୁହାଯାଉଛି।
ପ୍ରଚ୍ଛଦପଟରେ ଦୁଇ ଦଳ ମଧ୍ୟରେ ୧୯୯୮ରେ ହୋଇଥିବା ମେଣ୍ଟ କଥା ମନେପଡ଼େ। ସେତେବେଳେ ବିଜୟ ମହାପାତ୍ର ଓ ଭାଜପାର ତତ୍କାଳୀନ ବରିଷ୍ଠ ନେତା ସ୍ବର୍ଗତ ପ୍ରମୋଦ ମହାଜନଙ୍କ ମଧ୍ୟରେ ଆଲୋଚନା ହେବା ପରେ ମେଣ୍ଟ ଚୁକ୍ତି ହୋଇଥିଲା। ମେଣ୍ଟ ୧୯୯୮, ୧୯୯୯ ଓ ୨୦୦୪ ଲୋକ ସଭା ନିର୍ବାଚନରେ ଅଧିକ ଆସନ ପାଇଥିବା ବେଳେ ୨୦୦୦ ଓ ୨୦୦୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ଏବେ ବିଜେଡିରେ ଅରବିନ୍ଦ ଯୋଗଦେବା ପରେ ପାଣ୍ଡିଆନ ୧୯୯୮ ମେଣ୍ଟ ସମୟର ବିଜୟ ମହାପାତ୍ରଙ୍କ ଅଭିଜ୍ଞତାକୁ ଉପଯୋଗ କରି ଆସନ ଭାଗବଣ୍ଟା କରିବାକୁ ସୁଯୋଗ ପାଇବେ ବୋଲି ଚର୍ଚ୍ଚା ହେଲାଣି।
ଯେ, ପୁଅମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିବା ପରେ ବିଜୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ଏଠାରେ ସମସ୍ୟାଟି ହେଉଛି ଯେ, ୧୯୯୮ ବେଳେ ବିଜୟ ମହାପାତ୍ରଙ୍କ ଓଡ଼ିଶା ଉପରେ ଯେଉଁ ଅଭିଜ୍ଞତା ଥିଲା, ତାହା ଏହି ୨୪ ବର୍ଷରୁ ଅଧିକ ସମୟ ଭିତରେ ନିଶ୍ଚିତ ଭାବେ ହ୍ରାସ ପାଇଯାଇଛି। କାରଣ ବିଜୟଙ୍କ ରାଜନୈତିକ ଜୀବନ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ରଗ୍ରହଣ ଭଳି ଅନ୍ଧକାର ହୋଇଯାଇଛି। ତାଙ୍କ ବୁଦ୍ଧିରେ ଯାଇ ପାଣ୍ଡିଆନ କେତେଦୂର ପର୍ଯ୍ୟନ୍ତ ବିଜେଡିର ସ୍ବାର୍ଥରକ୍ଷା କରିପାରିବେ ତାହା ନିକଟ ଭବିଷ୍ୟତରେ ଜଣାପଡ଼ିବ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିଲ୍ଲୀରୁ ଆସିବା ପରେ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇନି ଓ ଭାଜପା ଏକା ଲଢ଼ିବ। ଆଗକୁ କ’ଣ ହେଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର।

– ସମରେଶ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri