Posted inଖେଳ

ବିଜେନ୍ଦର-ଲୋପସାନ ମୁକାବିଲା

ନୂଆଦିଲ୍ଲୀ, ୧୩ା୩(ପି.ଟି.)- କୋଭିଡ୍‌ ପାଇଁ ଏକବର୍ଷ ପରେ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ଭାରତର ପ୍ରଫେସନାଲ ବକ୍ସର ବିଜେନ୍ଦର ସିଂ। ଚଳିତ ମାସ ୧୯ରେ ଏକ ସୁପର ମିଡ୍‌ଲଓ୍ବେଟ୍‌ (୭୬କେଜି) ମୁକାବିଲାରେ ସେ ରୁଷିଆର ଆର୍ତ୍ତିସ ଲୋପସାନ୍‌ଙ୍କୁ ଭେଟିବେ। ଏହି ଲଢେଇ ଗୋଆର ପଣଜୀସ୍ଥିତ ମାଜେଷ୍ଟି ପ୍ରାଇଡ୍‌ କ୍ୟାସିନୋଶିପ୍‌ ରୁଫ୍‌ଟପ୍‌ରେ ହେବ। ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ବିଜେତା ଜୟ ଭଗଓ୍ବାନ ବର୍ତ୍ତମାନ ବିଜେନ୍ଦରଙ୍କୁ ଟ୍ରେନିଂରେ ସହାୟତା କରୁଛନ୍ତି। ଏହାଛଡ଼ା ଭାରତୀୟ ବକ୍ସର ତାଙ୍କ ବ୍ରିଟିଶ ଟ୍ରେନର ଲି’ ବିୟର୍ଡଙ୍କ ସହିତ ଅନ୍‌ଲାଇନ୍‌ ଯୋଗାଯୋଗରେ ରହିଛନ୍ତି। ୨୬ ବର୍ଷୀୟ ଲୋସାନ ଏପର୍ଯ୍ୟନ୍ତ ୬ଟି ପ୍ରଫେସନାଲ ବାଉଟ୍‌ରେ ଲଢେଇ କରିଛନ୍ତି। ଦୁଇ ନକ୍‌ ଆଉଟ ସମେତ ସେ ୪ଟିରେ ବିଜୟ ହାସଲ କରିଛନ୍ତି। ଶେଷ ଥର ସେ ୨୦୨୦ ଡିସେମ୍ବରରେ ନିଜ ଦେଶର ୟୁସୁପ୍‌ ମାଗୋମେଦ୍‌ବେକୋଭଙ୍କ ସହ ମୁକାବିଲା କରିଥିଲେ। ଏଥିରେ ସେ ଟେକ୍‌ନିକାଲ ନକ୍‌ଆଉଟରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ବିଜେନ୍ଦର ତାଙ୍କ ପ୍ରଫେସନାଲ କ୍ୟାରିୟରରେ ଏପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ସେ ୧୨ଟି ଯାକ ମୁକାବିଲାରେ ବିଜୟ ଲାଭ କରିଥିବାବେଳେ ତନ୍ମଧ୍ୟରେ ୮ଟି ନକ୍‌ଆଉଟ ରହିଛି। ୨୦୦୮ ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ୨୦୧୯ ନଭେମ୍ବରରେ ଦୁବାଇରେ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ଚାଲର୍‌ସ ଆଡାମୁଙ୍କୁ ପରାସ୍ତ କରି ତାଙ୍କ ୧୨ତମ କ୍ରମାଗତ ବିଜୟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?