Posted inଖେଳ

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩-
ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ ହାରିଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ ରନ କରିଥିବାବେଳେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ନେଇଥିଲା। ଏଥିସହ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୦ ରନରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଜୋର୍ଫା ଆର୍ଚରଙ୍କ ଏକ ଅଫ୍‌ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇ ଲୋକେଶ ରାହୁଲ ପ୍ଲେଡ୍‌ଅନ୍‌ ହୋଇଯାଇଥିଲେ। ସେ ମାତ୍ର ୧ ରନ କରିଥିଲେ। ଅଭିଜ୍ଞ ଓପନର ଶିଖର ଧାଓ୍ବନ ୪ ରନ କରି ମାର୍କ ଉଡ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲି ଖରାପ ଫର୍ମ ଜାରି ରଖି କୌଣସି ରନ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ମିଡିଲ୍‌ ଅର୍ଡରରେ ରିଷଭ ପନ୍ତ ଓ ଶ୍ରେୟାସ ଆୟାର ଇନିଂସ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ଇଂଲଣ୍ଡ ବୋଲରମାନେ ଚମତ୍କାର ଲାଇନ୍‌ ଓ ଲେନ୍ଥରେ ବୋଲିଂ କରି ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ। ପନ୍ତ ୨୩ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରିଥିବାବେଳେ ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଶ୍ରେୟାସ ଆୟାର ଏକାକୀ ଲଢ଼େଇ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ୧୮ତମ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା (୧୯ରନ, ୨୧ ବଲ, ୧ ଚୌକା, ୧ ଛକା) ଓ ଶାର୍ଦ୍ଦୁଳ ଠାକୁର(୦)ଙ୍କୁ ଆଉଟ କରି ଆର୍ଚର ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଆୟାର ବ୍ୟକ୍ତିଗତ ସର୍ବାଧିକ ୬୭(୪୮ ବଲ, ୮ ଚୌକା, ୧ ଛକା) ରନ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ବଲ୍‌ରେ ଡିପ୍‌ ବ୍ୟାକ୍‌ଓ୍ବାର୍ଡ ସ୍କୋୟାରରେ ଦାଓ୍ବିଦ ମଲନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓ୍ବାଶିଂଟନ ସୁନ୍ଦର ୩ ଓ ଅକ୍ଷର ପଟେଲ ୭ ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଆଡିଲ ରଶିଦ, ମାର୍କ ଉଡ୍‌, କ୍ରିସ୍‌ ଜୋର୍ଡାନ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।
ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଓ ଜୋସ ବଟଲର ଦୃଢ଼ ଓପନିଂ କରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୪୮ ବଲ୍‌ରୁ ୭୨ ରନ ସଂଗ୍ରହ ପରେ ବଟଲରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ୟୁଜବେନ୍ଦ୍ର ଚହଲ ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ବଟଲର ୨୪ ବଲ୍‌ରୁ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ। ତେବେ ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରି ଇଂଲଣ୍ଡ ସହଜ ବିଜୟ ଦିଗରେ ଅଗ୍ରସର ହୋଇଥିଲା। ଆତ୍ମବିଶ୍ୱାସର ସହ ଇନିଂସ ଆରମ୍ଭ କରିଥିବା ଜାସନ ରୟ ଅର୍ଦ୍ଧଶତକ ହାସଲଠାରୁ ୧ ରନ ଦୂରରେ ଥିବାବେଳେ ଓ୍ବାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୪୯ ରନ କରିଥିଲେ। ଦାଓ୍ବିଦ ମଲନ ୨୪(୨୦ ବଲ, ୨ ଚୌକା, ୧ ଛକା) ଓ ଜନି ବେୟାରଷ୍ଟୋ ୨୬(୧୭ ବଲ, ୧ ଚୌକା, ୨ ଛକା) ରନରେ ଅପରାଜିତ ରହି ଆହୁରି ୪.୩ ଓଭର ବାକିଥାଇ ଦଳକୁ ବିଜୟୀ କରାଇଥିଲେ। ଯେଉଁ ପିଚ୍‌ରେ ଇଂଲଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ସେଥିରେ ଭାରତୀୟ ବୋଲର ପ୍ରଭାବହୀନ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ହକି ଗୋଲକିପରଙ୍କ ସ୍ବତନ୍ତ୍ର କ୍ୟାମ୍ପ୍‌

ନୂଆଦିଲ୍ଲୀ,୩୦।୬(ପିଟି)- ଭାରତୀୟ ହକି ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକଙ୍କ ଭଳି ଦେଶର ଅନ୍ୟ ଗୋଲକିପରମାନଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଆୟୋଜନ...

ଭାରତକୁ ପ୍ରଥମ ସଫଳତା ଦେଲେ ବିଜୟ ଶଙ୍କର

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଟଟେଜ୍‌ ମ୍ୟାଚ୍‌। ଭାରତର ୩୩୭ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପାକସ୍ତାନକୁ ପ୍ରାରମ୍ଭରୁ ଝଟକା...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲଛେତ୍ରୀଙ୍କ ଡବଲ ଗୋଲ ସତ୍ତ୍ୱେ ଭାରତ ପରାସ୍ତ

ଅହମ୍ମଦାବାଦ, ୮।୭-ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ଶନିବାର ଭାରତ ୨-୪ ଗୋଲ ବ୍ୟବଧାନରେ ତାଜିକ୍‌ସ୍ତାନଠାରୁ ହାରିଯାଇଛି। ମ୍ୟାଚରେ ସୁନୀଲ ଛେତ୍ରୀ ଦୁଇଟି ଗୋଲ୍‌...

ପେସାଦାର ମହିଳା ଫୁଟବଲର

ମାତ୍ର ୧୦ ବର୍ଷ ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କରିଥିବା ମହିଳା ଷ୍ଟ୍ରାଇକର ବାଲା ଦେବୀ ଏବେ ଇତିହାସ ସୃଷ୍ଟି କରିଛନ୍ତି।...

ଟୁର୍‌ ଡି ଫ୍ରାନ୍ସ: ୯ମ ଷ୍ଟେଜ୍‌ ସୁଦ୍ଧା ଜୁଲିଆନ ଆଗରେ

ପ୍ୟାରିସ୍‌, ୧୬।୭- ବିଶ୍ୱରେ ଅନୁଷ୍ଠିତ ହେଉଥିବା ତିନୋଟି ଗ୍ରାଣ୍ଡ ସାଇକ୍ଲିଂ ଟୁର୍‌ର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଟୁର୍‌ ଡି ଫ୍ରାନ୍ସର ୧୦୬ତମ ସଂସ୍କରଣ ଇତିମଧ୍ୟରେ ୯ମ...

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି।...

ପ୍ଲିସ୍କୋଭା- କୋଣ୍ଟା ଟାଇଟଲ ମୁକାବିଲା

ରୋମ,୧୯।୫(ଏଏଫପି)- ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲା ମଧ୍ୟ ସ୍ପଷ୍ଟି ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଚେକ୍‌ ଗଣରାଜ୍ୟର କରୋଲିନ ପ୍ଲିସ୍କୋଭା...

ଟି-୨୦ ବିଶ୍ୱକପ୍‌ରେ ସବଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ‘ସିକ୍ସର୍‌ କିଙ୍ଗ’ ଲିଆମ ଲିଭିଙ୍ଗଷ୍ଟୋନ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିଥିଲେ। ସେ ଶନିବାର ଦକ୍ଷିଣ...

Advertisement
Archives

Model This Week