ଜେଲ ଗଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି।
ବିଡିଓ ସାମନ୍ତରାୟ ସକାଳ ୭ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ସେ ମୋଟା ଅଙ୍କର ଟଙ୍କା ଧରି ଏକ କାର୍‌ରେ ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ବାସଭବନକୁ ଯାଉଥିବା ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ଭିଜିଲାନ୍ସ ଟିମ୍‌ ବିନିକା ମହାନଦୀ ସେତୁ ବ୍ରିଜ୍‌ ଛକରେ ବିଡିଓ ଯାଉଥିବା କାର୍‌କୁ ଅଟକାଇ ତନଖି କରିଥିଲେ। ବିଡିଓଙ୍କ ବ୍ୟାଗ୍‌ରୁ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା। ପଚରାଉଚୁରା ସମୟରେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଥିଲେ ତା’ର ସନ୍ତୋଷଜନକ ଉତ୍ତର ବିଡିଓ ଭିଜିଲାନ୍ସ ଅଧିକାରୀଙ୍କୁ ଦେଇପାରି ନ ଥିଲେ। ପରେ ସାମନ୍ତରାୟଙ୍କ ବିଜେପୁରସ୍ଥିତ ଅଫିସ, ଦାୟିତ୍ୱରେ ଥିବା ସିଡିପିଓଙ୍କ ଅଫିସ ଓ ବିଡିଓଙ୍କ ବାସଭବନରେ ଭିଜିଲାନ୍ସର ବରଗଡ଼ ଟିମ୍‌ ଚଢ଼ାଉ କରିଥିଲା । ବିଡିଓଙ୍କ ସରକାରୀ ବାସଭବନରୁ ନଗଦ ୪୫ ହଜାର ୧୫୦ ଟଙ୍କା ମିଳିଥିଲା। ସେହିପରି ଭିଜିଲାନ୍ସର ଅନ୍ୟ ଟିମ୍‌ ବିଡିଓଙ୍କ ପରିବାର ରହୁଥିବା ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ବାସଭବନ ଓ ପୁରୀ ଜିଲା ବଳଙ୍ଗା ଥାନା ଗଡ଼ଚାନ୍ଦପୁର ପୈତୃକ ଘରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଚଢ଼ାଉ ଜାରି ରହିଥିବା ବେଳେ ବିଡିଓଙ୍କ ପ୍ରକୃତ ସମ୍ପତ୍ତି ଆକଳନ କରାଯାଇପାରିନାହିଁ। ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା(ନଂ. ୨୮/୨୧)ରୁଜୁ ହୋଇଛି । ସାମନ୍ତରାୟ ଦୀର୍ଘ ୪ ବର୍ଷ ଧରି ବିଜେପୁର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। କିଛି ମାସ ହେବ ସିଡିପିଓ ଦାୟିତ୍ୱରେ ମଧ୍ୟ ରହିଥିଲେ। ତାଙ୍କର ସିନିୟର କ୍ଲାସ୍‌ ଓ୍ବାନ୍‌ ଅଫିସର ଭାବେ ପଦୋନ୍ନତି ହୋଇଥିଲେ ମଧ୍ୟ ଏଠାରୁ ବଦଳି ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରିରୁ ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ ଜବତ

ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର...

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର...

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ...

୬୫ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ

ଓଡ଼ଗାଁ,୩ା୨(ସ୍ବ.ପ୍ର.): ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ରଙ୍ଗଣୀପାଟଣା ଛକରୁ ବନ ବିଭାଗ ୬୫ କେଜି ଜଙ୍ଗଲୀ ମାଂସ ସହିତ ଏକ ଗାଡ଼ି ଜବତ ହୋଇଛି। ଏହା ସହିତ...

ଗାଁକୁ ପଶି ଆସି କୂଅରେ ପଡିଥିଲା ଭାଲୁ, ହେଲା ଉଦ୍ଧାର

କେନ୍ଦୁଝର,୧।୭(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ନେଳୁଙ୍ଗ ଗ୍ରାମ ଆମୁଆ ପଶି ସାହିରେ ଶୁକ୍ରବାର କୂଅରେ ପଡ଼ିଥିବା ଏକ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି କୂଅରେ ପଡ଼ିଥିବା...

ମାତିଲେ ଚୋର: ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ନେଇଗଲେ ପ୍ରାୟ ୨ଲକ୍ଷ ଟଙ୍କା

ପୁରୁଷୋତ୍ତମପୁର, ୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ରବିବାର ବିଳମ୍ବିତ ରାତିରେ ଚୋରି...

ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ...

Advertisement
Archives

Model This Week