Advertisement
Posted inଜାତୀୟ

ପ୍ରାକ୍ଟିକାଲ ଉତ୍ତର ଖାତାରେ ଭୋଜ୍‌ପୁରୀ ଗୀତ ଲେଖିଲେ ଛାତ୍ର

ପାଟନା,୨୪।୧୦: ପରୀକ୍ଷା ସମୟରେ ଉତ୍ତର ଖାତାରେ ଛାତ୍ରୀଛାତ୍ରମାନେ ଅନେକ ଅଜବ କଥା ଲେଖୁଥିବାର ନଜିର ରହିଛି। କିଏ ଗପ ତ କିଏ ନିଜ କାହାଣୀ ଆଉ କିଏ ପ୍ରଶ୍ନର ଉତ୍ତର ବଦଳରେ ଗୀତ ଲେଖି ପଳେଇ ଆସନ୍ତି। କିଛି ଏଭଳି ଏକ ଘଟଣା ଘଟିଛି ବିହାର ଛାପରା ଗ୍ରାମରେ। ସୂଚନାଯୋଗ୍ୟ, ଛପରା ସ୍ଥିତ ଏକ କଲେଜର କେମେଷ୍ଟ୍ରି ପ୍ରାକ୍ଟିକାଲ ପରୀକ୍ଷାରେ ଜଣେ ଛାତ୍ର ଉତ୍ତର ଖାତାରେ ଭୋଜପୁରୀ ଗୀତ ଲେଖିଥିବା ଜଣାପଡ଼ିଛି। ଛାତ୍ରଙ୍କ ଉତ୍ତର ଖାତାକୁ ଅଧ୍ୟାପିକା ଦେଖିବା ପରେ ତାଙ୍କୁ ଫୋନ୍‌ କରିଥିଲେ। ଉତ୍ତର ଖାତାରେ କ’ଣ ଲେଖିଥିବା ଅଧ୍ୟାପିକା ପଚାରିବାରୁ ଛାତ୍ର ଜଣକ ଗୀତ ଲେଖିଥିବା କହିଥିଲେ। ଏହାକୁ ନେଇ ଅଧ୍ୟାପିକା ରାଗିଯାଇ ପରଦିନ କଲେଜ୍‌କୁ ବାପାଙ୍କୁ ନେଇ ଆସିବା ପାଇଁ ଛାତ୍ରଙ୍କୁ ତାଗିଦ୍‌ କରିଥିଲେ। ହେଲେ ସେ ବାପା ଘରେ ନ ଥିବା କହିଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଛାତ୍ର ଜଣକ ଲେକ୍‌ଚରଙ୍କୁ କ୍ଷମା ମାଗିଥିଲେ। ଅନ୍ୟପଟେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା...

ମହାମାରୀରେ ବିଦେଶରୁ ଫେରିଛନ୍ତି ୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୫।୨: କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ବନ୍ଦେ ଭାରତ ମିଶନରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଶ୍ରମିକ ଫେରିଛନ୍ତି। ଏଥିସହିତ...

ସଂସଦ କ୍ୟାଣ୍ଟିନ୍‌ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !

ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍‌...

ଅକ୍ସିଜେନ୍‌ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା...

ଅଧ୍ୟକ୍ଷ ଦୌଡରେ ଦିଗ୍‌ବିଜୟ ସାମିଲ

ନୂଆଦିଲ୍ଲୀ,୨୮।୯:କଂଗ୍ରେସ ସଭାପତି ପଦ ଦୌଡ଼ରେ ଲଗାତର ନୂଆ ନାମ ଯୋଡାଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ...

ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର...

ଝିଅ ବାହାଘର କଲେ ସରକାର ଦେବେ ୨୦ ହଜାର ଟଙ୍କା

ଲକ୍ଷ୍ନୌ,୩୦ା୧୦: ଉତ୍ତରପ୍ରଦେଶର ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବିଶେଷ ଉପହାର ଦେଇଛନ୍ତି। ଯୋଗୀ ସରକାରଙ୍କ ଘୋଷଣା ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ବିବାହ ପାଇଁ...

ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’

ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌...

Advertisement
Archives

Model This Week