Posted inଜାତୀୟ

ବିହାର ବଢ଼ାଇଦେଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍‌ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ ଏହାଠାରୁ ଅଧିକ ମୃତ୍ୟୁ ମଧ୍ୟ କୌଣସି ଦିନ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ବିହାରର ନୀତୀଶ କୁମାର ସରକାର ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ନେଇ ସତ କହୁ ନ ଥିଲେ। ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସତ ପଦାକୁ ଆସିବାରୁ ମୃତ୍ୟୁସଂଖ୍ୟା ଏତେ ବଡ଼ ଦେଖାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକ ନିଜ ନିଜ ପ୍ରକୃତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆଣିଲେ ହୁଏତ ଆହୁରି ନୂଆ ରେକର୍ଡ ସୃଷ୍ଟି ହୋଇପାରେ।
ବିହାରରେ ୯,୪୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ବିହାରରେ ପୂର୍ବରୁ ମୃତ୍ୟୁସଂଖ୍ୟା ୩,୯୫୧ ବୋଲି ଦର୍ଶାଯାଇଥିଲା। ରାଜ୍ୟ ସରକାର ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ପାଟନା ହାଇକୋର୍ଟ ଏହାର ଅଡିଟ୍‌ କରିବା ପାଇଁ ତାଗିଦ କରିଥିଲେ। ସମସ୍ତ ୩୮ ଜିଲାରେ ୨୦ ଦିନ ଧରି ସମୀକ୍ଷା କରିବା ପରେ ନୂଆ ସଂଖ୍ୟା ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲ, ହୋମ୍‌ ଆଇସୋଲେଶନ ଏବଂ କୋଭିଡ୍‌ ପରବର୍ତ୍ତୀ ଜଟିଳତା ଯୋଗୁ ଏପରି ଘଟିଥିଲା ବୋଲି ରାଜ୍ୟର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରତ୍ୟୟ ଅମ୍ରିତ କହିଛନ୍ତି। ଏହାକୁ ପୁନଃ ସମୀକ୍ଷା କରି ୫,୫୦୦ ନୂଆ ସଂଖ୍ୟାକୁ ମିଶାଇ ଅପ୍‌ଡେଟ୍‌ କରାଯାଇଛି। ତେବେ ମୃତ୍ୟୁସଂଖ୍ୟାରେ ୭୨.୮% ଅଭିବୃଦ୍ଧିର କାରଣ କ’ଣ ଏବଂ କେଉଁ କେଉଁ ଜିଲାରେ ଅତିରିକ୍ତ ମୃତ୍ୟୁ କେବେ କେବେ ଘଟିଥିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟରେ ୭,୧୫,୧୭୯ ସଂକ୍ରମିତ ଥିବା ବିହାର ସରକାର ସୂଚନା ଦେଇଛନ୍ତି। ବିହାରର ନୂଆ ମୃତ୍ୟୁକୁ ମିଶାଇ ଭାରତରେ ଦୈନିକ ମୃତ୍ୟୁସଂଖ୍ୟା ୬,୧୪୮ରେ ପହଞ୍ଚତ୍ବା ସର୍ବକାଳୀନ ରେକର୍ଡ। ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩,୫୯,୬୭୬ ଛୁଇଁଛି। ଏହା ପୂର୍ବରୁ ମଙ୍ଗଳବାର ଦେଶରେ ୨,୨୧୯ ଜଣଙ୍କ କରୋନା ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଦେଶରେ ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୯୨,୫୬୯ ନୂଆ ମାମଲା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୧,୮୩,୧୨୧ରେ ପହଞ୍ଚତ୍ଛି। ସର୍ବାଧିକ ପ୍ରଭାବିତ ତାମିଲନାଡୁରେ ୧୭,୩୨୧, କେରଳ ୧୬,୨୦୪, ମହାରାଷ୍ଟ୍ର ୧୦,୯୮୯, କର୍ନାଟକ ୧୦,୯୫୯ ଓ ଆନ୍ଧ୍ରପ୍ରଦେଶରେ ୮,୭୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୮% ରହିଛନ୍ତି। କେବଳ ତାମିଲନାଡୁରେ ହେଉଛି ୧୮.୪୨%। ଏହି ଅବଧି ମଧ୍ୟରେ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୭୬,୫୫,୪୯୩ରେ ପହଞ୍ଚତ୍ଛି। ତେବେ ସକ୍ରିୟ ମାମଲା ୧୧,୬୭,୯୫୨କୁ ଖସିଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅପ୍‌ଡେଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri