Posted inଜାତୀୟ

ବିନା ପୋଷ୍ଟମର୍ଟମ-ପଞ୍ଚନାମାରେ ନଦୀକୁ ମୃତଦେହ ଫିଙ୍ଗିଲେ ବିହାର ପୋଲିସ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…

ପାଟନା,୯।୧୦ : ବିହାରରେ ଜଙ୍ଗଲ ରାଜ ପୁଣି ଫେରିଛି। ଜଙ୍ଗଲ ରାଜକୁ ଭଲ ଶାସନରେ ପରିଣତ କରିବା ପାଇଁ ଦାୟିତ୍ୱବୋଧ ଥିବା ପୋଲିସର ଏକ ସମ୍ବେଦନଶୀଳ ଚେହେରା ଏବେ ସାମ୍ନାକୁ ଆସିଛି। ବାସ୍ତବରେ, ବିହାରର ମୁଜାଫରପୁରରେ ପୋଲିସ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁଘଟିଥିବା ବ୍ୟକ୍ତିଙ୍କ ମୃତଦେହକୁ ଡାକ୍ତରଖାନାକୁ ନ ପଠାଇ ସିଧାସଳଖ ନଦୀରେ ଫିଙ୍ଗି ଦେଇଛନ୍ତି। ମୃତକଙ୍କ ମୃତଦେହ ଅତି ଅମାନୁଷିକ ଭାବରେ ନଦୀରେ ଫିଙ୍ଗି ଦିଆଯାଇଥିଲା।
ଖବର ଅନୁଯାୟୀ, ମୁଜାଫରପୁରର ଫାକୁଲି ଅଞ୍ଚଳରେ ଜାତୀୟ ରାଜପଥ ୨୨ ରେ ଏକ ସଡକ ଦୁର୍ଘଟଣାରେ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଏକ ଅଜ୍ଞାତ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇବା ପରେ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ମୃତଦେହକୁ ଡାକ୍ତରଖାନା ପଠାଇବାକୁ ଅବା ପଞ୍ଚନାମା କରି ନ ଥିଲେ। ବିହାର ପୋଲିସ କର୍ମଚାରୀମାନେ ମୃତଦେହକୁ ରାସ୍ତାରୁ ଉଠାଇ ନେଇଥିଲେ ଏବଂ ଅମାନୁଷିକ ଭାବେ ବାଡ଼ି ସାହାଯ୍ୟରେ ବ୍ରିଜରୁ ନଦୀକୁ ଫିଙ୍ଗି ଦେଇଥିଲେ। ପୋଲିସର ଏହି ଅମାନୁଷିକ କାର୍ଯ୍ୟକୁ ଊପସ୍ଥିତ ଥିବା ଲୋକେ ଫୋନରେ ରେକର୍ଡିଂ କରିଥିଲେ।

ଏବେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଳାଗିଛି। ମୃତ ବ୍ୟକ୍ତିଙ୍କ କୌଣସି ତଥ୍ୟ ଜଣା ପଡି ନାହିଁ।
ଭିଡିଓ ଭାଇରାଲ ହେବା ପରେ ବିହାର ପୋଲିସର ସର୍ବଦଳୀୟ ସମାଲୋଚନା ଆରମ୍ଭ ହୋଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ପୋଲିସ କର୍ମଚାରୀମାନେ ବାଡ଼ି ସାହାଯ୍ୟରେ ମୃତହେବ ବ୍ରିଜରୁ ନଦୀକୁ ଫିଙ୍ଗି ଦେଉଛନ୍ତି। ତେବେ ଏହି ଭିଡିଓର ତାରିଖ ନିଶ୍ଚିତ ହୋଇପାରି ନାହିଁ। ଭିଡିଓ ଭାଇରାଲ ହେବା ପରେ ପୋଲିସ ରାତିରେ ମୃତଦେହକୁ ନଦୀରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଦୋଷୀ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ପୋଲିସ ଏ ସମ୍ପର୍କରେ କହିଛି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା, କେବଳ ରାସ୍ତାରେ ପଡ଼ିଥିବା ଅବଶେଷକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ମାତ୍ର ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଜଣେ ପୋଲିସ ମୃତଦେହକୁ ନଦୀରେ ଫିଙ୍ଗିବା ପାଇଁ ବ୍ରିଜର ରେଲିଂରେ ଗୋଡରେ ଧରି ରଖିଛନ୍ତି। ଏହା ପରେ ଅନ୍ୟ ଜଣେ ପୋଲିସ ବାଡ଼ି ସାହାଯ୍ୟରେ ମୃତଦେହକୁ ନଦୀରେ ଭିଙ୍ଗୁଛନ୍ତି। ଭିଡିଓରେ ଅନେକ ଲୋକ ଘଟଣାସ୍ଥଳରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ଜିଲାର ଏସଏସପି କହିଛନ୍ତି ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଦୋଷୀ ସାବ୍ୟସ୍ତ ହେଲେ ସେ ସମ୍ପୃକ୍ତ ପୋଲିସଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

https://twitter.com/UtkarshSingh_/status/1710936892764725712?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1710936892764725712%7Ctwgr%5E88d45a3a1698d5238b3729da4de576c3074f1c43%7Ctwcon%5Es1_&ref_url=https%3A%2F%2Fwww.newstracklive.com%2Fnews%2Fwho-will-conduct-the-postmortem-and-prepare-the-panchnama-bihar-police-threw-dead-body-in-the-river-watch-video-mc23-nu764-ta764-1585061-1.html


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri