ମେସେଞ୍ଜର ଆର୍‌ଏନ୍‌ଏ କୋଭିଡ୍‌ ଟିକା

”ଅତି ଫଳପ୍ରଦ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକାର ବିକାଶ ଲାଗି ହଙ୍ଗେରୀର ମହିଳା ଜୀବ ରସାୟନ ବିଜ୍ଞାନୀ କାଟାଲିନ୍‌ କାରିକୋ ଏବଂ ଆମେରିକୀୟ ଭେଷଜ ବିଜ୍ଞାନୀ ତଥା ଶରୀର ପ୍ରତିରକ୍ଷାତନ୍ତ୍ର ବିଶେଷଜ୍ଞ ଡ୍ରିଉ ଓ୍ବେଇସମ୍ୟାନ୍‌ ଚଳିତ ବର୍ଷ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।“

କେଉଁମାନେ ପାଇଛନ୍ତି
୬୮ ବର୍ଷ ବୟସ୍କା ହଙ୍ଗେରୀର ମହିଳା ଜୀବ ରସାୟନ ବିଜ୍ଞାନୀ କାଟାଲିନ୍‌ କାରିକୋ ଏବଂ ୬୪ ବର୍ଷ ବୟସ୍କ ଆମେରିକୀୟ ଭେଷଜ ବିଜ୍ଞାନୀ ତଥା ଶରୀର ପ୍ରତିରକ୍ଷାତନ୍ତ୍ର ବିଶେଷଜ୍ଞ ଡ୍ରିଉ ଓ୍ବେଇସମ୍ୟାନ୍‌ ଚଳିତ ବର୍ଷ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଫେସର କାରିକୋ ସମ୍ପ୍ରତି ସେଜେଟ୍‌ ୟୁନିଭର୍ସିଟିରେ ପ୍ରଫେସର ତଥା ୟୁନିଭର୍ସିଟି ଅଫ ପେନ୍‌ସିଲଭାନିଆ ଅଧୀନ ସ୍କୁଲ ଅଫ୍‌ ମେଡିସିନ୍‌ରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ। ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିବାରେ ସେ ହେଉଛନ୍ତି ୧୩ତମ ମହିଳା। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଆର୍‌.ଏନ୍‌.ଏ. ଇନୋଭେସନ୍ସର ନିର୍ଦ୍ଦେଶକ ତଥା ରବର୍ଟ୍‌ସ ଫାମିଲି ପ୍ରଫେସର ଭାବେ ଅଧିଷ୍ଠିତ ରହି ଆସିଛନ୍ତି ଡ୍ରିଉ ଓ୍ବେଇସ୍‌ମ୍ୟାନ୍‌। ତାଙ୍କୁ ମିଶାଇ ଏଯାବତ ୧୧୪ ଜଣ ବିଜ୍ଞାନୀ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।
କାହିଁକି ପାଇଛନ୍ତି : ଅତି ଫଳପ୍ରଦ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକାର ବିକାଶ କରାଇବାରେ ଏହି ଦୁଇ ବିଜ୍ଞାନୀଙ୍କର ରହିଛି ଅସାଧାରଣ ଅବଦାନ। ୨୦୨୦ ମସିହାର ପ୍ରାରମ୍ଭରେ ବ୍ୟାପିଥିବା କୋଭିଡ୍‌-୧୯ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହି ଟିକାର ଅବଦାନ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କ’ଣ ପାଇବେ : ନୋବେଲ ପୁରସ୍କାର ବାବଦକୁ ଉଭୟ ବିଜ୍ଞାନୀ ପାଇବେ ନୋବେଲ ଡିପ୍ଲୋମା ବା ପୁରସ୍କାର ପାଇଥିବାର ପ୍ରମାଣପତ୍ର, ଗୋଟିଏ ଲେଖାଏଁ ଗୋଲ୍ଡ ମେଡାଲ ଏବଂ ୫ଲକ୍ଷ ଡଲାର ଲେଖାଏଁ ଅର୍ଥ। ଏହା ପ୍ରଦତ୍ତ ହେବ ଚଳିତ ବର୍ଷ ଡିସେମ୍ବର ୧୦ ତାରିଖ ନୋବେଲ ଦିବସରେ। କାରଣ ଏହି ତାରିଖ ହେଉଛି ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲ୍‌ଫ୍ରେଡ୍‌ ନୋବେଲଙ୍କ ଜନ୍ମଦିନ।
କୋଭିଡ୍‌ ପୂର୍ବର ଟିକା : ଯେକୌଣସି ସଂକ୍ରାମକ ଟିକା କେବଳ ସେହି ନିର୍ଦ୍ଦିଷ୍ଟ ରୋଗ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ। ଟିକାରେ ଯେଉଁ ଉପାଦାନ ଥାଏ, ତାହା ଶରୀର ଭିତରକୁ ଯାଇ ଶରୀରର ପ୍ରତିରକ୍ଷା ତନ୍ତ୍ରକୁ ଉଦ୍ଦୀପିତ କରାଏ ଓ ଏହାଫଳରେ ସଂଶ୍ଳେଷିତ ହୁଏ ଅଣୁଜୀବ ବିରୋଧୀ ଉପାଦାନ ବା ଆଣ୍ଟିବଡି। ପରେ ସେହି ଅଣୁଜୀବ ଟିକା ନେଇଥିବା ବ୍ୟକ୍ତିର ଶରୀର ଭିତରକୁ ପ୍ରବେଶ କଲେ ଉକ୍ତ ଆଣ୍ଟିବଡି ଅଣୁଜୀବକୁ୍‌ ଧ୍ୱଂସ କରିଦିଏ। ଫଳରେ ବ୍ୟକ୍ତିଜଣକ ରୋଗ ଭୋଗିବାର ଆଶଙ୍କା ଉପୁଜେ ନାହିଁ। ଟିକାର ଉପାଦାନ ଭାବେ ଏଯାବତ୍‌ ବ୍ୟବହୃତ ହୋଇ ଆସୁଛି ମୃତ କିମ୍ବା ନିଷ୍କ୍ରିୟ ବା ଦୁର୍ବଳ ଭାଇରସ୍‌। ଏହି ପ୍ରକାର ପ୍ରତିଷେଧକ ଟିକା ଦିଆଯାଉଛି ପୋଲିଓ, ମିଳିମିଳା ଏବଂ ପୀତଜ୍ୱରର ନିବାରଣ ପାଇଁ। ପୀତ ଜ୍ୱରର ପ୍ରତିଷେଧକ ଟିକାର ଉଦ୍ଭାବନ ପାଇଁ ୧୯୫୧ରେ ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର ପାଇଥିଲେ ମାକ୍ସ ଥେଇଲର।
ମେସେଞ୍ଜର ଆର୍‌.ଏନ୍‌.ଏ. ଟିକା ଆମ୍ଭମାନଙ୍କ ଜୀବକୋଷରେ ରହିଥାଏ ଡି.ଏନ୍‌.ଏ.। ଏହା ହେଉଛି ଜିନ୍‌ଗୁଡ଼ିକର ବାହକ। ଜିନ୍‌ ସମ୍ପର୍କିତ ତଥା ଏକ ସାଂକେତିକ ରାସାୟନିକ ଭାଷାରେ ସ୍ଥାନାନ୍ତରିତ ହୋଇଯାଏ ମେସେଞ୍ଜର ଆର୍‌.ଏନ୍‌.ଏ.କୁ, ଯାହାକୁ ବ୍ୟବହାର କରି ସଂଶ୍ଳେଷିତ ହୁଏ ପ୍ରୋଟିନ୍‌। ୧୯୮୦ ଦଶକରେ ବୈଜ୍ଞାନିକମାନେ ଗବେଷଣାଗାରରେ ମେସେଞ୍ଜର ଆର୍‌.ଏନ୍‌.ଏ. ବା ଏମ୍‌.ଆର୍‌.ଏନ୍‌.ଏ.କୁ ସଂଶ୍ଳେଷଣ କରିବାରେ ସଫଳ ହୋଇଥିଲେ। ଏହି ଏମ୍‌.ଆର୍‌.ଏନ୍‌.ଏ. ପ୍ରଯୁକ୍ତିକୁ ବିନିଯୋଗ କରି ଟିକା ପ୍ରସ୍ତୁତି ଓ ରୋଗ ଚିକିତ୍ସାର ମୂଳଦୁଆ ପଡ଼ିଥିଲା। ମାତ୍ର ଏଥିରେ ଉପୁଜିଲା ସମସ୍ୟା। ସମସ୍ୟା ହେଲା, ଏହାକୁ ଶରୀର ଭିତରେ ପ୍ରବେଶ କରାଇବା ସମସ୍ୟାମୁକ୍ତ ନ ଥିଲା; ପୁଣି ଏହା ଶରୀର ଭିତରେ ପରିବର୍ତ୍ତିତ ହୋଇଯାଉଥିଲା। ତାହାଛଡ଼ା ଏହି କୃତ୍ରିମ ତଥା ସଂଶ୍ଳେଷିତ ଏମ୍‌.ଆର୍‌.ଏନ୍‌.ଏ. ଜାତ କରାଉଥିଲା ଗୁରୁତର ପ୍ରଦାହ। ହେଲେ ଏହି ସମସ୍ୟାର ସମାଧାନକୁ ଏକ ଆହ୍ବାନ ରୂପେ ଗ୍ରହଣ କଲେ ହଙ୍ଗେରିଆନ୍‌ ଜୀବ ରସାୟନ ବିଜ୍ଞାନୀ କାଟାଲିନ୍‌ କାରିକୋ। ତାଙ୍କ ସହ ଗବେଷଣାରେ ଆସି ମିଳିତ ହୋଇଗଲେ ଡ୍ରିଉ ଓ୍ବେଇସମ୍ୟାନ୍‌। ଓ୍ବେଇସମ୍ୟାନ୍‌ ଗବେଷଣା କରୁଥିଲେ ପ୍ରତିରକ୍ଷାତନ୍ତ୍ର ସହ ଜଡ଼ିତ ଡେଣ୍ଡାଇଟିକ୍‌ ନାମକ ଜୀବକୋଷ ଉପରେ। ବିଭିନ୍ନ ପ୍ରକାର ଆର୍‌.ଏନ୍‌.ଏ. କିପରି ପ୍ରତିରକ୍ଷାତନ୍ତ୍ର ସହିତ ପାରସ୍ପରିକ କ୍ରିୟା କରିଥାଏ, ଏ ସମ୍ପର୍କରେ ଉଭୟ ବିଜ୍ଞାନୀ ଗବେଷଣା ଆରମ୍ଭ କରିଦେଲେ।
ଅସାଧାରଣ ଉଦ୍ଭାବନ : କାରିକୋ ଓ ଓ୍ବେଇସମ୍ୟାନ୍‌ ଲକ୍ଷ୍ୟ କଲେ ଯେ ପ୍ରତିରକ୍ଷାତନ୍ତ୍ର ଡେଣ୍ଡ୍ରାଇଟିକ୍‌ ସେଲ ଗବେଷଣାଗାରରେ ସଂଶ୍ଳେଷିତ ଏମ୍‌.ଆର୍‌.ଏନ୍‌.ଏ.କୁ ଏକ ବିଦେଶୀ ଉପାଦାନ ଭାବରେ ଚିହ୍ନଟ କରିପକାଉଛି। ଫଳରେ ପ୍ରତିରକ୍ଷାତନ୍ତ୍ର ଏହା ବିରୋଧରେ ପ୍ରତିକ୍ରିୟାଶୀଳ ହୋଇ ଜାତ କରିପକାଉଛି ପ୍ରଦାହ। କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରରେ ସଂଶ୍ଳେଷିତ ଏମ୍‌.ଆର୍‌.ଏନ୍‌.ଏ. ବିରୋଧରେ ପ୍ରତିରକ୍ଷାତନ୍ତ୍ର ଏହି ପ୍ରକାର ଅସ୍ବାଭାବିକ ପ୍ରତିକ୍ରିୟା ପ୍ରକାଶ କରୁନାହିଁ। ତାହାହେଲେ କ’ଣ ଏହାର କାରଣ? ସଂଶ୍ଳେଷିତ ଏମ୍‌.ଆର୍‌.ଏନ୍‌.ଏ. ଓ ପ୍ରାକୃତିକ ଏମ୍‌.ଆର୍‌.ଏନ୍‌.ଏ.ରେ କ’ଣ ରହିଛି ପ୍ରଭେଦ?
ଆର୍‌.ଏନ୍‌.ଏ.ରେ ରହିଥାଏ ଆଡିଡିନ୍‌, ୟୁରୋସିଲ୍‌, ଗୁଆନିନ ଏବଂ ସାଇଟୋସିନ୍‌ ନାମକ ବେସ୍‌, ପେଣ୍ଟୋଜ ନାମକ ଶର୍କରା ଏବଂ ଫସ୍‌ଫରିକ୍‌ ଏସିଡ୍‌। ବେସ୍‌ ଓ ଶର୍କରା ସଂଯୁକ୍ତ ହୋଇ ଗଠନ କରିଥାଆନ୍ତି ନ୍ୟୁକ୍ଲିଓସାଇଡ୍‌। କାରିକୋ ଓ ଓ୍ବେଇସ୍‌ମ୍ୟାନ ଜାଣିଥିଲେ ଯେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବକୋଷରେ ଥିବା ଆର୍‌.ଏନ୍‌.ଏ.ରେ ନ୍ୟୁକ୍ଲିଓସାଇଡ୍‌ ବେସ୍‌ଗୁଡ଼ିକ ପରିବର୍ତ୍ତନଶୀଳ, କିନ୍ତୁ ଗବେଷଣାଗାରରେ ସଂଶ୍ଳେଷିତ ଆର୍‌.ଏନ୍‌.ଏ.ର ବେସ୍‌ଗୁଡ଼ିକ ଅପରିବର୍ତ୍ତନୀୟ। ସଂଶ୍ଳେଷିତ ଆର୍‌.ଏନ୍‌.ଏ. ଅଣୁରେ ବେସ୍‌ ମାନ ପରିବର୍ତ୍ତିତ ହେଉ ନ ଥିବା କ’ଣ ତେବେ ପ୍ରଦାହର ପ୍ରତିକ୍ରିୟା ସୃଷ୍ଟି କରିବାର କାରଣ? କାରିକୋ ଓ ଓ୍ବାଇସମ୍ୟାନ୍‌ ଏଇଆ ଭାବି ମେସେଞ୍ଜର ଆର୍‌.ଏନ୍‌.ଏ.ରେ ବେସ୍‌ଗୁଡ଼ିକରେ ପରିବର୍ତ୍ତନ କରାଇ ଦେଖିଲେ ଯେ ଗବେଷଣାଗାରରେ ସଂଶ୍ଳେଷିତ ମେସେଞ୍ଜର ଆର୍‌.ଏନ୍‌.ଏ.ରେ ବେସ୍‌ ପରିବର୍ତ୍ତନ କରିଦେଲେ ତାହା ଆଉ ପ୍ରଦାହ ସୃଷ୍ଟି କରୁନାହିଁ। ସେମାନେ କରିପାରିଛନ୍ତି ଏକ ଯୁଗାନ୍ତକାରୀ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଏବଂ ଏଭଳି ବେସ୍‌ ପରିବର୍ତ୍ତିତ ହୋଇଥିବା ମେସେଞ୍ଜର ଆର୍‌.ଏନ୍‌.ଏ.କୁ ଚିକିତ୍ସା ବିଜ୍ଞାନରେ ବ୍ୟବହାର କରାଯାଇପାରିବ ବୋଲି ବୁଝି ପାରିଲେ। କୋଭିଡ୍‌-୧୯ ମହାମାରୀ ବ୍ୟାପିଥିବା ସମୟରେ ସେମାନଙ୍କର ଫଳାଫଳ ନିବନ୍ଧ ଭାବରେ ପ୍ରକାଶ ପାଇଥିଲା। ସେମାନଙ୍କର ଆବିଷ୍କାର ମେସେଞ୍ଜର ଆର୍‌.ଏନ୍‌.ଏ.କୁ ରୋଗୀ ଚିକିତ୍ସାରେ ବ୍ୟବହାର କରିବାର ସମସ୍ତ ପ୍ରତିବନ୍ଧକ ଦୂର କରିଦେଲା। କୋଭିଡ୍‌-୧୯ ମହାମାରୀ ବ୍ୟାପିଥିବା ସମୟରେ ବେସ୍‌ ପରିବର୍ତ୍ତିତ ହୋଇଥିବା ଦୁଇଟି ମେସେଞ୍ଜର ଆର୍‌.ଏନ୍‌.ଏ. ଟିକା ପ୍ରସ୍ତୁତ ହୋଇ ବ୍ୟବହାର କରାଯାଇପାରିଲା। ଫଳରେ ରୋକି ଦେଇହେଲା ଏହି ମହାମାରୀର ପ୍ରସାରକୁ। ଏବେ ଅନ୍ୟାନ୍ୟ ସଂକ୍ରାମକ ରୋଗ ଏପରିକି କ୍ୟାନ୍‌ସରକୁ ପ୍ରତିହତ କରିବା ପାଇଁ ବେସ୍‌-ରୂପାନ୍ତରିତ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକା ବେଶ୍‌ ଉପଯୋଗ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ।
ବାସ୍ତବରେ କାଟାଲିନ୍‌ କାରିକୋ ଏବଂ ଡ୍ରିଉ ଓ୍ବେଇସମ୍ୟାନ୍‌ଙ୍କ ଦ୍ୱାରା ବିକଶିତ ବେସ୍‌-ରୂପାନ୍ତରିତ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକା ଥିଲା ଏକ ଅସାଧାରଣ ଆବିଷ୍କାର। କୋଭିଡ୍‌-୧୯ ମହାମାରୀ ସମୟରେ ବ୍ୟବହୃତ ହୋଇଥିଲା ୧୩୦୦ କୋଟି ଡୋଜ୍‌ର ପ୍ରତିଷେଧକ ଟିକା ଏବଂ ଆମ୍ଭେମାନେ ଏହି ସଫଳତାର ପ୍ରତ୍ୟକ୍ଷଦର୍ଶୀ।

ଡ. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?