Posted inଜାତୀୟ

ପଦାରେ ପଡିଲା ଭାଇ-ଭାଇ କଳି

ପାଟନା,୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପଙ୍କ ବିବାଦୀୟ ବିବୃତ୍ତି ପରେ ସାନ ପୁଅ ତେଜସ୍ବୀ ଯାଦବ ଏହାର ପ୍ରତିଶୋଧ ନେଇଛନ୍ତି। ତେଜସ୍ବୀ କହିଛନ୍ତି ଯେ ତାଙ୍କ ପିତା ଲାଲୁ ପ୍ରସାଦଙ୍କ ବ୍ୟକ୍ତିତ୍ୱ ଏପରି ଯେ ତାଙ୍କୁ କେହି ବନ୍ଧକ ରଖିପାରିବେ ନାହିଁ। ତେଜସ୍ବୀ କହିଛନ୍ତି ଯେ ଲାଲୁ ଜୀ ଦୀର୍ଘ ସମୟ ଧରି ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ଏଥିସହ ସେ ଏଲ.କେ ଆଡଭାନୀଙ୍କୁ ଗିରଫ କରାଇଥିଲେ ବୋଲି ତେଜସ୍ବୀ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ତେଜ ପ୍ରତାପ ଅଭିଯୋଗ କରି କହିଥିଲେ ତେଜସ୍ବୀ ତାଙ୍କ ପିତା ଲାଲୁ ପ୍ରସାଦଙ୍କୁ ବନ୍ଧକ ରଖିଛନ୍ତି। ଅବଶ୍ୟ ସେ ତେଜସ୍ବୀଙ୍କ ନାମ ସିଧା ନେଇ ନ ଥିଲେ, ଅଙ୍ଗଭଙ୍ଗୀରେ ଏକ ବଡ଼ କଥା କହିଥିଲେ। ଚାରି-ପାଞ୍ଚ ଜଣ ଆରଜେଡି ମୁଖିଆଙ୍କୁ ପାଟନାକୁ ଆସିବାକୁ ଦେଉ ନାହାଁନ୍ତି। ଲାଲୁଙ୍କୁ ଜେଲରୁ ବାହାରିବାର ପ୍ରାୟ ଏକ ବର୍ଷ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ପାଟନାକୁ ଥରେ ଆସିବାକୁ ଅନୁମତି ଦିଆଯାଇ ନାହିଁ। ତାଙ୍କୁ ବନ୍ଧକ ରଖାଯାଇଛି ବୋଲି ତେଜ ପ୍ରତାପ କହିଥିଲେ।
ଏହାର ଜବାବରେ ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ଯେ, ଲାଲୁ ପ୍ରସାଦଙ୍କ ସହ ଆମର ଆଦର୍ଶଗତ ଏବଂ ରାଜନୈତିକ ମତଭେଦ ରହିଛି, କିନ୍ତୁ ତାଙ୍କୁ ବନ୍ଧକ ରଖାଯିବା ଏକ ଗୁରୁତର ବିଷୟ। ନୀରଜ ତେଜ ପ୍ରତାପଙ୍କୁ ସମର୍ଥନ କରି କହିଛନ୍ତି ଯେ, ତାଙ୍କର ଶିକ୍ଷାଗତ ଯୋଗ୍ୟତା ତେଜସ୍ବୀଙ୍କ ଠାରୁ ଅଧିକ, କିନ୍ତୁ ସେ ଲାଲୁଙ୍କ ଉତ୍ତରାଧିକାରୀ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିପାଇଁ ସେ ତାଙ୍କ ସାନଭାଇ ତେଜସ୍ବୀଙ୍କ ଉପରେ ରାଗିଛନ୍ତି। ତେଜ ପ୍ରତାପଙ୍କୁ ରାଜନୈତିକ ଉତ୍ତରାଧିକାରୀ ହେବା କଷ୍ଟସାଧ୍ୟ ହେଉଛି, ତେଣୁ ଏଭଳି ପରିସ୍ଥିତିରେ ଟାର୍ଗେଟର ଖେଳ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ, ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri