Posted inଜାତୀୟ

ୟୁପି ବିଧାନସଭାରେ ନମାଜ, ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠକୁ ନେଇ କୋଠରି ଦାବି କଲେ ନେତା

କାନପୁର/ପାଟନା,୭ ।୯: ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି । ଏମିତି ବିବାଦ ଏବେ ଉତ୍ତର ପ୍ରଦେଶ ଓ ବିହାର ପର୍ଯ୍ୟନ୍ତ ଲମ୍ବି ଗଲାଣି । ଏଠାର ବିଧାନସଭାରେ ବି ଏମିତି ବ୍ୟବସ୍ଥା କରିବାକୁ ଦାବି କରାଗଲାଣି । ଉତ୍ତର ପ୍ରଦେଶ କାନପୁରର ବିଧାୟକ ଇରଫାନ ସୋଲାଙ୍କି ଦାବି କରିଛନ୍ତି କି ୟୁପି ବିଧାନସଭାରେ ନମାଜ ପାଠ କରିବା ଭଳି ବ୍ୟବସ୍ଥା କରାଯାଉ । ସେ କହିଛନ୍ତି ବିଧାନସଭା ସମୟରେ ନମାଜ ପଢିବାକୁ ଅସୁବିଧା ହେଉଛି । ତେଣୁ ବିଶ୍ୱାସକୁ ନଜରରେ ରଖି ଏହା ଉଚିତ ନିଷ୍ପତି ହେବ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ବ୍ୟତୀତ ବିହାରରେ ବି ଏହିଭଳି ମାମଲାକୁ ନେଇ ଚର୍ଚ୍ଚା ହେଲାଣି । ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ହରିଭୂଷଣ ଠାକୁର ଦାବି କରିଛନ୍ତ କି ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠ କରିବାକୁ ଭିନ୍ନ ଏକ କୋଠରି ତିଆରି କରାଯାଉ । ଏହାସହ ମଙ୍ଗଳବାର ଛୁଟି ଘୋଷଣା କରାଯାଉ । ଭାଜପା ବିଧାୟକ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଯଦି ନମାଜ ପାଇଁ ଭିନ୍ନ କୋଠରି ମିଳୁଛି ତେବେ ହନୁମାନ ଚାଳିଶା ପାଇଁ କାହିଁକି ନୁହେଁ । ହରିଭୂଷଣ ଠାକୁର କହିଛନ୍ତି ଏହାକୁ ନେଇ ସେ ବିଧାନସଭା ଅଧ୍ୟକ୍ଷଙ୍କ ସହ କଥା ହେବେ, କାରଣ ସମସ୍ତଙ୍କୁ ପୂଜା କରିବାର ଅଧିକାର ରହିଛି । ଏହି ଘଟଣାକୁ ନେଇ ବିହାରର ପୂର୍ବତନ ବିଧାନସଭା ଅଧ୍ୟକ୍ଷ ତଥା ଶିକ୍ଷାମନ୍ତ୍ରୀ ବିଜୟ ଚୌଧୁରି କହିଛନ୍ତି, ଯେଉଁମାନେ ଅସଲ ନମାଜୀ ସେମାନେ କେଉଁଠିବି ନମାଜ ପଢିପାରିବେ ସେଥିପାଇଁ ଭିନ୍ନ କୋଠରିର ଆବଶ୍ୟକତା ନାହିଁ । ସେହିପରି ଯେଉଁମାନେ ଈଶ୍ୱରଙ୍କୁ ଡାକିବା କଥା ଯେଉଁଠି ଡାକିଲେ ବି ସେ ଶୁଣିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri