Posted inଜାତୀୟ

ତେଜ ପ୍ରତାପଙ୍କୁ ଅଡୁଆରେ ପକାଇ ପାରନ୍ତି ପତ୍ନୀ କିନ୍ତୁ ସହଯୋଗ କରିପାରନ୍ତି ଶାଳୀ

ପାଟନା,୨୮ ।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏହା ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଏଥର କିନ୍ତୁ ନିଜ ବିଜୟକୁ ନେଇ ଚିନ୍ତିତ ଅଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । କାରଣ ତାଙ୍କ ବିରୋଧରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ନିର୍ବାଚନ ଲଢି ଇମୋସନାଲ କାର୍ଡ ଖେଳିବେ ବୋଲି ଅନୁମାନ କରାଯାଉଛି । ଏହି ଡରରେ ଏଥର ପୂର୍ବ ନିର୍ବାଚନ ମଣ୍ଡଳୀ ବୈଶାଳୀର ମହୁଆ ଆସନକୁ ବଦଳାଇ ହସନପୁରରୁ ନିର୍ବାଚନ ଲଢୁଛନ୍ତି ତେଜ ପ୍ରତାପ । ତେବେ ସେଠାରେ ବି ପତ୍ନୀ ଐଶ୍ୱର୍ଯ୍ୟା ଠିଆ ହୋଇ ପାରନ୍ତି ବୋଲି ତେଜ ପ୍ରତାପଙ୍କ ଶ୍ୱଶୁର ତଥା ଆର୍‌ଜେଡି ନେତା ଚନ୍ଦ୍ରିକା ରାୟ ସାମାନ୍ୟ ସୂଚନା ଦେଇଛନ୍ତି । ତେଣୁ ଗୋଟିଏ ପଟେ ତେଜ ପ୍ରତାପଙ୍କୁ ହରାଇବାକୁ ଶ୍ୱଶୁର ଓ ପତ୍ନୀ ଲାଗି ପଡିଥିବା ବେଳେ ଅନ୍ୟପଟେ ତାଙ୍କୁ ତାଙ୍କ ଶାଳୀ ଡ. କରିସ୍ମା ରାୟ ସାହାଯ୍ୟ କରିବେ ବୋଲି ଶୁଣିବାକୁ ମିଳୁଛି । କାରଣ କରିସ୍ମା କିଛିଦିନ ତଳେ ଆର୍‌ଜେଡିରେ ଯୋଗ ଦେଇଥିବାରୁ ସେ ଭିଣୋଇ ତେଜ ପ୍ରତାପଙ୍କୁ ସାହାଯ୍ୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ତେଜ ପ୍ରତାପ ଏବେ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାପାଇଁ କୋର୍ଟରେ ମାମଲା ଚାଲିଛି । ତେଣୁ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତୁତୁମେମେ ଲାଗି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ...

ଅନ୍ତିମ ବିଦାୟ ପାଇଁ ତିଆରି ହେଲା ରାସ୍ତା

ଆଗ୍ରା, ୧୨ା୧୨: ସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ୍ବିଙ୍ଗ କମାଣ୍ଡର ପୃଥ୍ବୀ ସିଂଙ୍କୁ ଶେଷ ବିଦାୟ ଦେବା ପାଇଁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଙ୍କ ଘରକୁ...

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ...

ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲି: ଆଲାପନ୍‌

କୋଲକାତା, ୪ା୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଛନ୍ତି।...

ଦିଲ୍ଲୀ ଉପରାଜ୍ୟପାଳଙ୍କ ବହିଷ୍କାର ଦାବିକଲା ଏଏପି

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର...

ହିନ୍ଦୁଙ୍କ ତୁଳନାରେ କମ ସନ୍ତାନ ପ୍ରସବ କରନ୍ତି ମୁସଲମାନ, ୨୦୨୮ ସୁଦ୍ଧା ଜନ୍ମହାର ହୋଇଯିବ ସମାନ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ନେତା ଦିଗବିଜୟ ସିଂ ହିନ୍ଦୁୁ ମୁସଲମାନ ପ୍ରଜନନ ହାରକୁ ନେଇ ଗୁରୁବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏକ...

ସ୍ଥିତି ସମୀକ୍ଷା ପରେ ଲକ୍‌ଡାଉନ ନେଇ ନିଆଯିବ ନିଷ୍ପତ୍ତି: ପାଓ୍ବାର

ମୁମ୍ବାଇ,୨୨।୧୧: ଭାରତରେ କରେନା ସଂକ୍ରମଣ ଥମିବାରେ ନାଁ ନେଉନି। କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ...

Advertisement
Archives

Model This Week