Posted inଖେଳ

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପାଟ୍‌ନା ଦଳର ଶ୍ରେଷ୍ଠ ଖେଳାଳି ଥିଲେ। ସେ ୧୩ପଏଣ୍ଟ ସ୍କୋର କରିଥିଲେ। ସାଥୀ ଖେଳାଳି ରୋହିତ ଗୁଲିଆଙ୍କଠାରୁ ତାଙ୍କୁ ଉପଯୁକ୍ତ ସହାୟତା ମିଳିଥିଲା। ଖେଳର ୧୦ତମ ମିନିଟ୍‌ରେ ଏକ ଅଲ୍‌ ଆଉଟ୍‌ ଯୋଗୁ ପାଟ୍‌ନା ଦଳ ୧୦-୫ରେ ଅଗ୍ରଣୀ ଲାଭ କରିଥିଲା। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରତୀକ ଧଇୟାଙ୍କ ଏକ ସୁପର ରେଡ୍‌ ବଳରେ ଜାଏଣ୍ଟ୍ସ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ରୋହିତ ରେଡ୍‌ ପଏଣ୍ଟ ଜାରି ରଖିବାରୁ ପାଟ୍‌ନା ୧୫-୯ ସ୍କୋର ଲାଇନ୍‌ରେ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲା। ୧୬ତମ ମିନିଟ୍‌ରେ ସଚିନଙ୍କ ଏକାଧିକ ରେଡ୍‌ ପଏଣ୍ଟ ଯୋଗୁ ପାଟଣାର ଅଗ୍ରଣୀ ବ୍ୟବଧାନ ବୃଦ୍ଧି ପାଇଥିଲା। ପ୍ରଥମାର୍ଦ୍ଧ ପୂର୍ବରୁ ପାଇରେଟ୍ସ ବିପକ୍ଷ ଦଳକୁ ଆଉଥରେ ଅଲ୍‌ ଆଉଟ କରିଦେବା ଦ୍ୱାରା ୨୧-୧୩ରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଗୁଲିଆ ତାଙ୍କ ଫର୍ମ ଜାରି ରଖିଥିଲେ। ଅଧିନାୟକ ନୀରଜ କୁମାରଙ୍କ ନେତୃତ୍ୱରେ ଡିଫେନ୍ସ ୟୁନିଟ୍‌ର ରେଡରମାନଙ୍କୁ ସହାୟତା କରିବା ଦ୍ୱାରା ପାଇରେଟ୍ସ ଆଗେଇ ଚାଲିଥିଲା। ଗୁଜରାଟର ରାକେଶଙ୍କ ଦୁଇଟି ଚମତ୍କାର ରେଡ୍‌ ସତ୍ତ୍ୱେ ତାଙ୍କ ଦଳ ପାଟଣାକୁ ରୋକିବାରେ ସମର୍ଥ ନ ଥିଲା। ୩୮ତମ ମିନିଟ୍‌ରେ ଜାଏଣ୍ଟ୍ସ ମ୍ୟାଟ୍‌ରେ ପାଇରେଟ୍ସ ସଦସ୍ୟ ସଂଖ୍ୟା ୩ କୁ ହ୍ରାସ କରି ଦେଇଥିଲା। ମାତ୍ର ସଚିନ ଜବରଦନ୍ତ ରେଡ୍‌ କରି ତାଙ୍କ ଦଳକୁ ଆଗୁଆ ରଖିଥିଲେ। ମ୍ୟାଚର ଶେଷ ମିନିଟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରି ପାଟ୍‌ନା ଦଳ ବୃହତ୍‌ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?