Posted inଖେଳ

ଜୁନିୟର ଦଳର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଜୁନିୟର ହକି ଦଳ କୋରିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଅଧିନାୟକ ଉତ୍ତମ ସିଂ(୪୦ ଓ ୫୭), ଶାରଦା ନନ୍ଦ ତିଓ୍ବାରୀ (୬ ଓ ୪୬) ଓ ବବି ସିଂ ଧାମୀ(୧୫ ଓ ୧୮ ମିନିଟ) ଡବଲ ଗୋଲ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି.ବି. ପୁଭାନ୍ନା, ଅଲୀ ଅମିର୍‌, ଅମନଦୀପ୍‌, ଆଦିତ୍ୟ ଲାଲାଗେ ଓ ରାଜିନ୍ଦର ସିଂ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। କୋରିଆ ଜୁନିୟର ଦଳ ପକ୍ଷରୁ ପାର୍କ ହ୍ୟୁନ୍‌ ଓ ଲିମ୍‌ ଡୋ ହ୍ୟୁନ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପ୍ରଥମ ଓ ତୃତୀୟ କ୍ୱାର୍ଟରରେ ଭାରତ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲା। ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଦଳ ୩ଟି ଓ ଚତୁର୍ଥ କ୍ୱାର୍ଟରରେ ୪ଟି ଗୋଲ ଦେଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରେ ପେନାଲ୍ଟି କର୍ନରରୁ କୋରିଆ ଦଳ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଏହି ମ୍ୟାଚରେ ଓଡ଼ିଆ ଅଫିସିଆଲ ମାନେ ମ୍ୟାଚ ପରିଚାଳନା କରିଥିଲେ। ଗୌଡା ପ୍ରିୟେଶ ଓ ରାଜକୁମାର ଝା ଅମ୍ପାୟାର ଦାୟିତ୍ୱରେ ରହିଥିବା ବେଳେ ବିଶ୍ୱରଞ୍ଜନ ଷଡଙ୍ଗୀ ଓ ପ୍ରଫୁଲ ତୀର୍କି ବିଚାରକ, ନିଶାନ ଜ୍ୟୋତି ମହାନ୍ତି ବୈଷୟିକ ଅଫିସରଓ ରାଜେନ ଏକ୍କା ରିଜର୍ଭ ଅମ୍ପାୟାର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ଜୋଶ୍‌ରେ ଏମିତି ଟୁଇଟ୍‌ କରିଦେଲେ ମହାନ କ୍ରିକେଟର୍‌

ଲଣ୍ଡନ,୬।୮: ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ବ୍ୟାହତ ହୋଇଥିଲା ଏବଂ ଦିନସାରା କେବଳ ୩୩.୪ ଓଭର ବୋଲିଂ କରାଯାଇପାରେ।...

ଶାନ୍ତନୁ ଶତପଥୀଙ୍କ ବିୟୋଗରେ ଓସିଏର ଶୋକ

ଭୁବନେଶ୍ୱର,୫।୧୧(ସ୍ପୋଟ୍ସବ୍ୟୁରୋ): ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଶାନ୍ତନୁ ଶତ୍‌ପଥୀଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ସକାଳେ ସେ...

ରୋହିତଙ୍କ ସର୍ଟରେ ଝୁମିଲେ ସାରା

ମୁମ୍ବାଇ,୧୮ ।୫: ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ)୨୦୨୨ରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ...

ମେ ୫ରେ କିରଣଙ୍କ ବାହାଘର

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଜଗତରେ ଅନେକ ନାଁ କମାଇଥିବା ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଆସନ୍ତା ମେ ୫ରେ ନୂଆ...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌...

ଗୋଟିଏ ହୋଟେଲରେ ରହୁଥିଲେ କନିକା କାପୁର, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଖେଳାଳି

ନୂଆଦିଲ୍ଲୀ,୨୨।୩- ଏକ ହଜାର ସ୍ଥାନୀୟ ପ୍ରଶାସକ ଓ ଉତ୍ତର ପ୍ରଦେଶ (ୟୁପି) ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ଗଠିତ ୧୦୦ ଦଳକୁ ବଲିଉଡ କଣ୍ଠଶିଳ୍ପୀ କନିକା...

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ...

ଆଣ୍ଟିଗୁଆରୁ ଭାରତର ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ

ଆଣ୍ଟିଗୁଆ,୧୩।୬: ଆଣ୍ଟିଗୁଆର ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରୁ ଭାରତୀୟ ଦଳର ତା’ର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଆୟୋଜନ କରିିବ। ଏଠାରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ...

Advertisement
Archives

Model This Week