ଶଙ୍ଖ ଭବନରେ ବଡ଼ ହଲଚଲ; ଅନସ୍ଥା ପ୍ରସ୍ତାବ ନେଇ ନବୀନ ଦେଲେ ସଙ୍କେତ!

ଭୁବନେଶ୍ୱର,୨୭ା୭(ସୁନିତ୍‌ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ସରକାର ବିରୋଧରେ ପ୍ରସ୍ତାବିତ ଅନାସ୍ଥା ବିଷୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜେଡି ଏ ନେଇ କ’ଣ ନିଷ୍ପତ୍ତି ନେବ, ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଶେଷକରି ଭକ୍ତଙ୍କ ଏହି ବାଣ ପରେ ବିଜେଡି ଭିତରେ ଅନାସ୍ଥାକୁ ନେଇ ପ୍ରବଳ ଆଲୋଚନା ଆରମ୍ଭ ହୋଇଯାଇଛି। ଯଦି ଦଳ କଂଗ୍ରେସର ଏହି ଆହ୍ବାନକୁ ଗ୍ରହଣ ନ କରୁଛି ତେବେ ବିଜେଡି ଓ ଭାଜପା ଭିତରେ ମଧୁର ସମ୍ପର୍କ ଥିବା ବୁଝପଡ଼ିବ। ଏହି କଥାକୁ ନେଇ ବିଜେଡି ଭିତରେ ବହୁ ମାତ୍ରାରେ ଚର୍ଚ୍ଚା ଚାଲୁଛି। ବିଜେଡି ଏହି କଥାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ତାଙ୍କ ଦଳର ଅନେକ ନେତା ଇଚ୍ଛା କରୁଛନ୍ତି। ଭକ୍ତ ଏହି କଥା ଉଠାଇବା ପରେ ଗଣମାଧ୍ୟମ ଆଗରେ ବିଜେଡି ପକ୍ଷରୁ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖି କହିଲେ, ବିଧାନସଭା ଅଧିବେଶନ ଘୋଷଣା ହେବା ପରେ ନିଷ୍ପତ୍ତି ହେବ। ଏହି କଥା ଉପରେ ସେ କୌଣସି ଷ୍ଟାଣ୍ଡ କ୍ଲିୟର କଲେ ନାହିଁ। ଫଳରେ ଦଳର ଅନ୍ୟ ନେତାମାନଙ୍କଠାରୁ ଅନାସ୍ଥା ଉପରେ ମତାମତ ନେବା ଲାଗି ଯେଉଁ ଯୋଗାଯୋଗ କରାଯାଇଥିଲା ବହୁ ଜଣ କହିଥିଲେ, ଦେବୀ ମିଶ୍ର ଗଣମାଧ୍ୟମକୁ ଯାହା କହିଥିଲେ ସେଥିରେ ଦଳ ଏକଥାରେ ପଛଘୁଞ୍ଚା ଦେଇଥିବା ବୁଝିଯିବା କଥା। ତେଣୁ ଏ ପ୍ରସଙ୍ଗରେ ମୁହଁ ଖୋଲିବାକୁ ମନା କରିଦେଲେ। ହେଲେ ଦଳ ଭିତରେ ଏହି କଥାରେ ବିଜେଡି ନିଜର ଷ୍ଟାଣ୍ଡ କ୍ଲିୟର କରୁ ବୋଲି ଦାବି ଉଠିଛି। ଶନିବାର ଶଙ୍ଖ ଭବନଠାରେ ୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ବସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏଥିରେ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସଚୀ ନାୟକ, ଅରୁଣ କୁମାର ସାହୁ ଏବଂ ପ୍ରମିଳା ମଲ୍ଲିକ ରହିଥିଲେ। ବୈଠକରେ କେତେକ ବିଷୟରେ ଆଲୋଚନା ହୋଇଥିବା ବେଳେ ଅନାସ୍ଥା କଥା ମଧ୍ୟ ଉଠିଥିଲା। ଅନାସ୍ଥା ବିଷୟ ବିଧାନସଭାରେ ନ ଆଣିବା ଛଡ଼ା ବାଟ କ’ଣ ରହିଛି ବୋଲି ଆଲୋଚନାର ସାରାଂଶ ଥିଲା ବୋଲି ବିଶେଷ ସୂତ୍ରରୁ ଜଣାପ଼ଡିଛି। ତେବେ ଅନାସ୍ଥାକୁ ସମର୍ଥନ କରିବା ଲାଗି ନବୀନଙ୍କ ଅନୁଗତ ଭି.କେ. ପାଣ୍ଡିଆନ୍‌ଙ୍କ ନିକଟକୁ ବାର୍ତ୍ତା ପଠାଇବା ଏବଂ ଏହା ଉପରେ ସହମତି ଆଣିବା ପାଇଁ ଆଲୋଚନା ହୋଇଥିବା ଶୁଣିବାକୁ ମଧ୍ୟ ମିଳିଛି। ଅନାସ୍ଥା ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ କିପରି ରଣନୀତି ଆପଣାଇବେ ଏଥର ଦେଖାଯିବ ବୋଲି ଦଳର କେତେଜଣ ବରିଷ୍ଠ ନେତା ଚର୍ଚ୍ଚା ମଧ୍ୟ କରୁଛନ୍ତି। ସେଥିଲାଗି କେତେଜଣ ଦଳୀୟ ନେତା ଏହି କଥା ଉପରେ ଗଣ୍ଠି ପକାଇବା ଆରମ୍ଭ କରିଦେଇଛନ୍ତି। ଅନାସ୍ଥା ଯଦି ନ ଆଣନ୍ତି ଏବଂ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ କଥାରେ ଦଳର ଆଭିମୁଖ୍ୟ କ’ଣ ହେବ ସେକଥାକୁ ମଧ୍ୟ ଜଗିଲେଣି।

ଏପରି ସ୍ଥିତିରେ ଅନାସ୍ଥା ବିଷୟକୁ ନେଇ ବରିଷ୍ଠ ନେତା ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଭାଜପା ପକ୍ଷରୁ ଯେଉଁ ଚ୍ୟାଲେଞ୍ଜ କରାଯାଉଛି ବିରୋଧୀ ଅନାସ୍ଥା ଆଣନ୍ତୁ ତା’ପରେ ସେମାନେ ଦେଖିବେ। ଏହା ସେମାନଙ୍କ ଫମ୍ପା ଦମ୍ଭୋକ୍ତି। ସେମାନେ ଆଗେ ବିଧାନସଭା ଡକାନ୍ତୁ, ସେଠି ଦେଖାଦେଖି ହେବ। ସମସ୍ତେ ଜାଣିରଖିବା ଦରକାର, ବର୍ଷକୁ ବିଧାନସଭାରେ ୩ଟି ଅଧିବେଶନ ହୁଏ। ବର୍ଷାଦିନରେ ଏକ ଅଳ୍ପଦିନିଆ ଅଧିବେଶନ ବସେ ଯାହା ଅଗଷ୍ଟ ପ୍ରଥମ ସପ୍ତାହରୁ ବସିଥାଏ। ତାହା ଏପର୍ଯ୍ୟନ୍ତ କଲେନାହିଁ। ଶୁଣିବାକୁ ମିଳୁଛି ଭାଜପା ସରକାର ଏଥର ସେପ୍ଟେମ୍ବର ମାସରେ ଡାକିବେ ବୋଲି ଚିନ୍ତା କରିଛନ୍ତି। ଗୋପାଳପୁରର ଛାତ୍ରୀ ଗଣବଳାତ୍କାର, ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣା ଭଳି ରାଜ୍ୟରେ ଯେଉଁ ନାରୀ ନିର୍ଯାତନା ବଢ଼ିଚାଲିଛି ସେଥିନେଇ ସରକାର ସାହସ ଜୁଟାଇ ପାରୁନାହାନ୍ତି। ଏମାନଙ୍କ ବର୍ଷ ଏକ ବିଫଳତା ଅନେକ। ଏମାନେ ବିଧାନସଭା ଡାକନ୍ତୁ ଏମାନଙ୍କ ଆସ୍ଥା, ଅନାସ୍ଥା, ଅବସ୍ଥା ଏବଂ ବ୍ୟବସ୍ଥା ସବୁ ଆଲୋଚନା ହେବ। ରାଜ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ରାଜ୍ୟର ପ୍ରକୃତ ଅନାସ୍ଥା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ ବିଜେଡିର ବହୁ ନେତା ଏବେ କହୁଛନ୍ତି କଂଗ୍ରେସକୁ ରାଜ୍ୟରୁ ସଫାକରି ଭାଜପା ସହ ସଲାସୁତୁରା ଯୋଗୁ ବିଜେଡିର ଏବେ ଏହି ଅବସ୍ଥା। ବିଜେଡିକୁ ଅକ୍ତିଆର କରିଥିବା କେତେଜଣଙ୍କ ଭୁଲ୍‌ ରାଜନୈତିକ ଗୋଟିଚାଳନା ଏବଂ ନିହିତ ସ୍ବାର୍ଥ ଲାଗି ଭାଜପା ରାଜ୍ୟରେ ସରକାର କରିଛି। ଏବର ସ୍ଥିତିରେ ଯଦି ଭାଜପା ସପକ୍ଷରେ ଯିବାଭଳି କୌଣସି ନିଷ୍ପତ୍ତି ବିଜେଡିକୁ ଅକ୍ତିଆର କରିଥିବା ବ୍ୟକ୍ତି ନିଅନ୍ତି, ତେବେ କର୍ମୀଙ୍କ ଯେଉଁ ଚାପ ଦଳ ଉପରେ ବଢ଼ିଛି ତାହା ଉଗ୍ରରୂପ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?