ବଡ଼ ବ୍ୟବସ୍ଥା, ନିଯୁକ୍ତି ନାହିଁ

ଯାଜପୁର ଅଫିସ,୧୯ା୪ ଗତ ୫ ବର୍ଷ ମଧ୍ୟରେ ୪୫,୭୬୫ ଜଣ ଡିଗ୍ରୀ ଓ ଡିପ୍ଲୋମାଧାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ରାଜ୍ୟର ନିୟୋଜନ କାର୍ଯ୍ୟାଳୟଗୁଡ଼ିକରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସେଥିରୁ ମାତ୍ର ୨୭୫ ଜଣ ନିୟୋଜନ ପଞ୍ଜୀକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍‌ ଏହି ନିଯୁକ୍ତି ମୋଟ ପଞ୍ଜୀକରଣରୁ ୧ ପ୍ରତିଶତ ବି ନୁହେଁ। ସରକାର ଗଣ୍ଡା ଗଣ୍ଡା ନିୟୋଜନ କାର୍ଯ୍ୟାଳୟ ଖୋଲି ଅଫିସରଙ୍କଠାରୁ କିରାଣି ପର୍ଯ୍ୟନ୍ତ ନିଯୁକ୍ତି ଦେଇ ସେମାନଙ୍କ ବାବଦରେ ବିପୁଳ ଟଙ୍କା ଶ୍ରାଦ୍ଧ କରୁଛନ୍ତି। ଏତେ ବଡ଼ ବ୍ୟବସ୍ଥା ସତ୍ତ୍ୱେ ନିଯୁକ୍ତି ନାହିଁ।

ନିଯୁକ୍ତି ମିଳୁ ନ ଥିବାରୁୁ ଗତ ୫ ବର୍ଷରେ ରାଜ୍ୟର ପ୍ରାୟ ୭୭୦ ବୈଷୟିକ ଶିକ୍ଷାନୁଷ୍ଠାନରେ ୭,୪୯୬ ସିଟ୍‌ ଖାଲି ପଡ଼ିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକ ମୁହଁ ଫେରାଉଥିବା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ଗତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦେଇଥିବା ତଥ୍ୟରେ ଏହି ସୂଚନା ମିଳିଛି।
ଦେଶରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ବେକାରି ହାର କମ୍‌ ନୁହେଁ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍‌ଆଇଇ)ର ମାସିକ ଟାଇମ୍‌ ସିରିଜ୍‌ ତଥ୍ୟ ଅନୁଯାୟୀ, ୧୬ ଏପ୍ରିଲ ୨୦୨୨ରେ ଦେଶର ବେକାରି ହାର ବୃଦ୍ଧି ପାଇ ୮.୧% ହୋଇଛି। ମାର୍ଚ୍ଚ ୨୦୨୨ରେ ଏହି ହାର ୭.୬% ରହିଥିଲା। ଓଡ଼ିଶା କଥା ଦେଖିଲେ ଫେବୃୟାରୀ ୨୦୨୨ରେ ବେକାରି ହାର ୧% ଥିବାବେଳେ ମାର୍ଚ୍ଚରେ ତାହା ବୃଦ୍ଧି ପାଇ ୯.୭% ହୋଇଛି। ମେ ୨୦୨୧ରେ ମଧ୍ୟ ରାଜ୍ୟର ବେକାର ହାର ୭% ଥିଲା।
ଶିଳ୍ପ ଓ ଖଣି ଦ୍ୱାରା ବେକାରି ସମସ୍ୟା ଦୂର ହୋଇପାରିବ ବୋଲି ସରକାର କହୁଥିବାବେଳେ ବାସ୍ତବତାଠାରୁ ଏହା ବହୁ ଦୂରରେ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦିଆଯାଉଥିବାରୁ ସେଥିରେ ଓଡ଼ିଆଙ୍କ ସଂଖ୍ୟା ଅତି ନଗଣ୍ୟ। ଫଳରେ ରାଜ୍ୟର ବେକାରି ସମସ୍ୟା ବୃଦ୍ଧି ପାଇଥିବା କୁହାଯାଉଛି। ସେହିପରି ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ହାତଗଣତିରେ ରହିଛି। ଯାଜପୁର ଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ଆଦି ଶିଳ୍ପବହୁଳ ଜିଲାରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକଙ୍କୁ ବିଭିନ୍ନ ଆଳ, ଷଡ଼ଯନ୍ତ୍ର କରି ରୋକାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏପରି କି ଏନେଇ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ନିଯୁକ୍ତି ମିଳୁପାରୁନାହିଁ ତା’ହେଲେ ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ଅଧୀନରେ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟ ବର୍ଷ ବର୍ଷ ଧରି କରୁଛି କ’ଣ।
ବେକାରଙ୍କ ନାମ ପଞ୍ଜୀକରଣ କରିବା, କର୍ମନିଯୁକ୍ତି ଦେବା, ନିଯୁକ୍ତି ପୂର୍ବରୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ସରକାର ରାଜ୍ୟ ସାରା ଅନେକ କାର୍ଯ୍ୟାଳୟ ଖୋଲିଛନ୍ତି। ସେଥିମଧ୍ୟରେ ୩୦ ଜିଲାରେ ନିୟୋଜନ କାର୍ଯ୍ୟାଳୟ, ୧୫ଟି ସ୍ବତନ୍ତ୍ର କର୍ମନିୟୋଜନ କାର୍ଯ୍ୟାଳୟ, ୪ଟି ୟୁନିଭର୍ସିଟି ଏମ୍ଲଏମେଣ୍ଟ ଇନ୍‌ଫର୍ମେଶନ ଗାଇଡାନ୍ସ ବ୍ୟୁରୋ, ୩୩ଟି କର୍ମନିୟୋଜନ ଉପ କାର୍ଯ୍ୟାଳୟ, ୭ଟି ଏମ୍ଲଏମେଣ୍ଟ ବ୍ୟୁରୋ ଏବଂ ଗୋଟିଏ ରାଜ୍ୟସ୍ତରୀୟ କର୍ମ ନିୟୋଜନ କାର୍ଯ୍ୟାଳୟ ରହିଛି। ତେବେ ଏସବୁର ଆବଶ୍ୟକତା କେତେ ତାହାର ସମୀକ୍ଷା ଏବଂ ତଦନୁଯାୟୀ ପଦକ୍ଷେପ ନେବାର ସମୟ ଆସିଛି। ନଚେତ୍‌ ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ତ ମିଳୁନି, ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ମଧ୍ୟ ହୋଇଚାଲିଥିବ ବୋଲି ନିଯୁକ୍ତିରୁ ବଞ୍ଚତ୍ତ ଇଲେକ୍ଟ୍ରିକାଲ ବିଟେକ୍‌ ଛାତ୍ର ଦେବାଶିଷ ରାଉତ କହିଛନ୍ତି।
କେବଳ ନିୟୋଜନ କାର୍ଯ୍ୟାଳୟ ନୁହେଁ, ନିଯୁକ୍ତି ନିମନ୍ତେ ଅନ୍ୟ ସରକାରୀ ବ୍ୟବସ୍ଥା, ଯୋଜନା ମଧ୍ୟ ଫେଲ୍‌ ମାରୁଛି। ଇଞ୍ଜିନିୟରିଂ ଛାତ୍ରୀଛାତ୍ରମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ନିମନ୍ତେ ସପ୍ଟ ସ୍କିଲ୍‌ ଟ୍ରେନିଂ, ଏମ୍ପ୍ଲୋୟବିଲିଟି ସ୍କିଲ୍‌ ଟେଷ୍ଟ, ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ, ଚିଫ୍‌ ମିନିଷ୍ଟର ଏମ୍ପ୍ଲୋମେଣ୍ଟ ଜେନେରେଶନ ପ୍ରୋଗ୍ରାମ ଆଦି ଅନେକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହେଲେ ବିଭିନ୍ନ ଶିଳ୍ପସଂସ୍ଥା ଅଣଓଡ଼ଆ ଠିକାସଂସ୍ଥାଙ୍କୁ ନିୟୋଜନ କରି ସେମାନଙ୍କ ଜରିଆରେ ଅଧିକାଂଶ ବାହାର ରାଜ୍ୟର ଇଞ୍ଜିନିୟର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉଛନ୍ତି। ଏହି କାରବାରରେ ସେହି ଶିଳ୍ପ କାରଖାନାର ଅଧିକାରୀମାନଙ୍କ ହାତ ଚିକ୍କଣ ମଧ୍ୟ ହେଉଛି। ଏପରି କି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଅଣଓଡ଼ିିଆ ଠିକାସଂସ୍ଥାଙ୍କ ସୁରକ୍ଷା କବଚ ସାଜିଥିବାରୁ ନିଯୁକ୍ତିରୁ ବଞ୍ଚତ୍ତ ଓଡ଼ିଆ ଯୁବତୀଯୁବକଙ୍କ କୌଣସି ଆନ୍ଦୋଳନ କାମକୁ ଆସୁନାହିଁ ବୋଲି ବିସ୍ଥାପିତ ନେତା ବାବୁଲି ପୃଷ୍ଟି କହିଛନ୍ତି। ରାଜ୍ୟରେ ଓଡ଼ିଆଙ୍କ ନିଯୁକ୍ତି ସଙ୍କୁଚିତ ହେବା କାରଣରୁ ଅନେକେ ରାଜ୍ୟ ଓ ଦେଶ ବାହାରକୁ ଚାଲିଯାଉଛନ୍ତି। ମନ୍ତ୍ରୀ ନାୟକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌ ଜରିଆରେ ୪୫୦୦ ଜଣ ଡିପ୍ଲୋମାଧାରୀ ଏବଂ ୯୭୬୪ ଜଣ ଆଇଟିଆଇ ଛାତ୍ରୀଛାତ୍ର ଦେଶର ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି। ହେଲେ ଏହି ସଂଖ୍ୟାଠାରୁ କାହିଁ କେତେ ଗୁଣା ବେକାର ଡିଗ୍ରୀ ଓ ଡିପ୍ଲୋମାଧାରୀ ବାହାରକୁ ଯାଇ ନ ପାରି ଦୟନୀୟ ଜୀବନ ଜିଉଛନ୍ତି। ଫଳରେ ଅପରାଧ ଦୁନିଆରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସମ୍ପ୍ରତି ସାଇବର ଅପରାଧ, ନିଶା କାରବାର, ଅଭିନବ ଉପାୟରେ ଠକେଇ ଓ ଲୁଟ୍‌ ଆଦି ଉଚ୍ଚ ଶିକ୍ଷିତଙ୍କ ଦ୍ୱାରା ଘଟୁଥିବା ଅନେକ ଘଟଣାରୁ ଦେଖିବାକୁ ମିଳୁଛି।

ହର୍ଷବର୍ଦ୍ଧନ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri