ବଡ଼ ବ୍ୟବସ୍ଥା, ନିଯୁକ୍ତି ନାହିଁ

ଯାଜପୁର ଅଫିସ,୧୯ା୪ ଗତ ୫ ବର୍ଷ ମଧ୍ୟରେ ୪୫,୭୬୫ ଜଣ ଡିଗ୍ରୀ ଓ ଡିପ୍ଲୋମାଧାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ରାଜ୍ୟର ନିୟୋଜନ କାର୍ଯ୍ୟାଳୟଗୁଡ଼ିକରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସେଥିରୁ ମାତ୍ର ୨୭୫ ଜଣ ନିୟୋଜନ ପଞ୍ଜୀକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍‌ ଏହି ନିଯୁକ୍ତି ମୋଟ ପଞ୍ଜୀକରଣରୁ ୧ ପ୍ରତିଶତ ବି ନୁହେଁ। ସରକାର ଗଣ୍ଡା ଗଣ୍ଡା ନିୟୋଜନ କାର୍ଯ୍ୟାଳୟ ଖୋଲି ଅଫିସରଙ୍କଠାରୁ କିରାଣି ପର୍ଯ୍ୟନ୍ତ ନିଯୁକ୍ତି ଦେଇ ସେମାନଙ୍କ ବାବଦରେ ବିପୁଳ ଟଙ୍କା ଶ୍ରାଦ୍ଧ କରୁଛନ୍ତି। ଏତେ ବଡ଼ ବ୍ୟବସ୍ଥା ସତ୍ତ୍ୱେ ନିଯୁକ୍ତି ନାହିଁ।

ନିଯୁକ୍ତି ମିଳୁ ନ ଥିବାରୁୁ ଗତ ୫ ବର୍ଷରେ ରାଜ୍ୟର ପ୍ରାୟ ୭୭୦ ବୈଷୟିକ ଶିକ୍ଷାନୁଷ୍ଠାନରେ ୭,୪୯୬ ସିଟ୍‌ ଖାଲି ପଡ଼ିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକ ମୁହଁ ଫେରାଉଥିବା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ଗତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦେଇଥିବା ତଥ୍ୟରେ ଏହି ସୂଚନା ମିଳିଛି।
ଦେଶରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ବେକାରି ହାର କମ୍‌ ନୁହେଁ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍‌ଆଇଇ)ର ମାସିକ ଟାଇମ୍‌ ସିରିଜ୍‌ ତଥ୍ୟ ଅନୁଯାୟୀ, ୧୬ ଏପ୍ରିଲ ୨୦୨୨ରେ ଦେଶର ବେକାରି ହାର ବୃଦ୍ଧି ପାଇ ୮.୧% ହୋଇଛି। ମାର୍ଚ୍ଚ ୨୦୨୨ରେ ଏହି ହାର ୭.୬% ରହିଥିଲା। ଓଡ଼ିଶା କଥା ଦେଖିଲେ ଫେବୃୟାରୀ ୨୦୨୨ରେ ବେକାରି ହାର ୧% ଥିବାବେଳେ ମାର୍ଚ୍ଚରେ ତାହା ବୃଦ୍ଧି ପାଇ ୯.୭% ହୋଇଛି। ମେ ୨୦୨୧ରେ ମଧ୍ୟ ରାଜ୍ୟର ବେକାର ହାର ୭% ଥିଲା।
ଶିଳ୍ପ ଓ ଖଣି ଦ୍ୱାରା ବେକାରି ସମସ୍ୟା ଦୂର ହୋଇପାରିବ ବୋଲି ସରକାର କହୁଥିବାବେଳେ ବାସ୍ତବତାଠାରୁ ଏହା ବହୁ ଦୂରରେ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦିଆଯାଉଥିବାରୁ ସେଥିରେ ଓଡ଼ିଆଙ୍କ ସଂଖ୍ୟା ଅତି ନଗଣ୍ୟ। ଫଳରେ ରାଜ୍ୟର ବେକାରି ସମସ୍ୟା ବୃଦ୍ଧି ପାଇଥିବା କୁହାଯାଉଛି। ସେହିପରି ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ହାତଗଣତିରେ ରହିଛି। ଯାଜପୁର ଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ଆଦି ଶିଳ୍ପବହୁଳ ଜିଲାରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକଙ୍କୁ ବିଭିନ୍ନ ଆଳ, ଷଡ଼ଯନ୍ତ୍ର କରି ରୋକାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏପରି କି ଏନେଇ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ନିଯୁକ୍ତି ମିଳୁପାରୁନାହିଁ ତା’ହେଲେ ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ଅଧୀନରେ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟ ବର୍ଷ ବର୍ଷ ଧରି କରୁଛି କ’ଣ।
ବେକାରଙ୍କ ନାମ ପଞ୍ଜୀକରଣ କରିବା, କର୍ମନିଯୁକ୍ତି ଦେବା, ନିଯୁକ୍ତି ପୂର୍ବରୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ସରକାର ରାଜ୍ୟ ସାରା ଅନେକ କାର୍ଯ୍ୟାଳୟ ଖୋଲିଛନ୍ତି। ସେଥିମଧ୍ୟରେ ୩୦ ଜିଲାରେ ନିୟୋଜନ କାର୍ଯ୍ୟାଳୟ, ୧୫ଟି ସ୍ବତନ୍ତ୍ର କର୍ମନିୟୋଜନ କାର୍ଯ୍ୟାଳୟ, ୪ଟି ୟୁନିଭର୍ସିଟି ଏମ୍ଲଏମେଣ୍ଟ ଇନ୍‌ଫର୍ମେଶନ ଗାଇଡାନ୍ସ ବ୍ୟୁରୋ, ୩୩ଟି କର୍ମନିୟୋଜନ ଉପ କାର୍ଯ୍ୟାଳୟ, ୭ଟି ଏମ୍ଲଏମେଣ୍ଟ ବ୍ୟୁରୋ ଏବଂ ଗୋଟିଏ ରାଜ୍ୟସ୍ତରୀୟ କର୍ମ ନିୟୋଜନ କାର୍ଯ୍ୟାଳୟ ରହିଛି। ତେବେ ଏସବୁର ଆବଶ୍ୟକତା କେତେ ତାହାର ସମୀକ୍ଷା ଏବଂ ତଦନୁଯାୟୀ ପଦକ୍ଷେପ ନେବାର ସମୟ ଆସିଛି। ନଚେତ୍‌ ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ତ ମିଳୁନି, ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ମଧ୍ୟ ହୋଇଚାଲିଥିବ ବୋଲି ନିଯୁକ୍ତିରୁ ବଞ୍ଚତ୍ତ ଇଲେକ୍ଟ୍ରିକାଲ ବିଟେକ୍‌ ଛାତ୍ର ଦେବାଶିଷ ରାଉତ କହିଛନ୍ତି।
କେବଳ ନିୟୋଜନ କାର୍ଯ୍ୟାଳୟ ନୁହେଁ, ନିଯୁକ୍ତି ନିମନ୍ତେ ଅନ୍ୟ ସରକାରୀ ବ୍ୟବସ୍ଥା, ଯୋଜନା ମଧ୍ୟ ଫେଲ୍‌ ମାରୁଛି। ଇଞ୍ଜିନିୟରିଂ ଛାତ୍ରୀଛାତ୍ରମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ନିମନ୍ତେ ସପ୍ଟ ସ୍କିଲ୍‌ ଟ୍ରେନିଂ, ଏମ୍ପ୍ଲୋୟବିଲିଟି ସ୍କିଲ୍‌ ଟେଷ୍ଟ, ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ, ଚିଫ୍‌ ମିନିଷ୍ଟର ଏମ୍ପ୍ଲୋମେଣ୍ଟ ଜେନେରେଶନ ପ୍ରୋଗ୍ରାମ ଆଦି ଅନେକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହେଲେ ବିଭିନ୍ନ ଶିଳ୍ପସଂସ୍ଥା ଅଣଓଡ଼ଆ ଠିକାସଂସ୍ଥାଙ୍କୁ ନିୟୋଜନ କରି ସେମାନଙ୍କ ଜରିଆରେ ଅଧିକାଂଶ ବାହାର ରାଜ୍ୟର ଇଞ୍ଜିନିୟର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉଛନ୍ତି। ଏହି କାରବାରରେ ସେହି ଶିଳ୍ପ କାରଖାନାର ଅଧିକାରୀମାନଙ୍କ ହାତ ଚିକ୍କଣ ମଧ୍ୟ ହେଉଛି। ଏପରି କି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଅଣଓଡ଼ିିଆ ଠିକାସଂସ୍ଥାଙ୍କ ସୁରକ୍ଷା କବଚ ସାଜିଥିବାରୁ ନିଯୁକ୍ତିରୁ ବଞ୍ଚତ୍ତ ଓଡ଼ିଆ ଯୁବତୀଯୁବକଙ୍କ କୌଣସି ଆନ୍ଦୋଳନ କାମକୁ ଆସୁନାହିଁ ବୋଲି ବିସ୍ଥାପିତ ନେତା ବାବୁଲି ପୃଷ୍ଟି କହିଛନ୍ତି। ରାଜ୍ୟରେ ଓଡ଼ିଆଙ୍କ ନିଯୁକ୍ତି ସଙ୍କୁଚିତ ହେବା କାରଣରୁ ଅନେକେ ରାଜ୍ୟ ଓ ଦେଶ ବାହାରକୁ ଚାଲିଯାଉଛନ୍ତି। ମନ୍ତ୍ରୀ ନାୟକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌ ଜରିଆରେ ୪୫୦୦ ଜଣ ଡିପ୍ଲୋମାଧାରୀ ଏବଂ ୯୭୬୪ ଜଣ ଆଇଟିଆଇ ଛାତ୍ରୀଛାତ୍ର ଦେଶର ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି। ହେଲେ ଏହି ସଂଖ୍ୟାଠାରୁ କାହିଁ କେତେ ଗୁଣା ବେକାର ଡିଗ୍ରୀ ଓ ଡିପ୍ଲୋମାଧାରୀ ବାହାରକୁ ଯାଇ ନ ପାରି ଦୟନୀୟ ଜୀବନ ଜିଉଛନ୍ତି। ଫଳରେ ଅପରାଧ ଦୁନିଆରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସମ୍ପ୍ରତି ସାଇବର ଅପରାଧ, ନିଶା କାରବାର, ଅଭିନବ ଉପାୟରେ ଠକେଇ ଓ ଲୁଟ୍‌ ଆଦି ଉଚ୍ଚ ଶିକ୍ଷିତଙ୍କ ଦ୍ୱାରା ଘଟୁଥିବା ଅନେକ ଘଟଣାରୁ ଦେଖିବାକୁ ମିଳୁଛି।

ହର୍ଷବର୍ଦ୍ଧନ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?