Posted inଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଇ-ତୋଏବାର ଟପ୍‌ କମାଣ୍ଡର ମୁଦାସିର୍‌ ପଣ୍ଡିତଙ୍କ ସହିତ ଅନ୍ୟ ୨ ଜଣ ଆତଙ୍କବାଦୀ ରହିଛନ୍ତି। ସ୍ଥାନୀୟ ତନ୍ତ୍ରପୋରାର ବ୍ରାଥ୍‌ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେମାନେ ମିଳିତ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମର କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ୍‌ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ମୃତ ମୁଦାସିର୍‌ ୩ ଜଣ ପୋଲିସ, ୨ ଜଣ କାଉନସିଲର୍‌, ୨ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହିତ ବହୁ ଆତଙ୍କବାଦୀ କାର୍ଯ୍ୟ କଳାପରେ ଜଡ଼ିତ ଥିବା ସେ କହିଛନ୍ତି। ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ଭାରତୀୟ ସେନା, ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ବୋଲି ଆଇଜି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇଦେଲେ ସରକାରୀ ବାବୁ

ରାୟପୁର, ୨୬ା୫: ଛତିଶଗଡ଼ର ଜଣେ ସରକାରୀ ବାବୁଙ୍କ ମୋବାଇଲ୍‌ ଫୋନ୍‌ ଜଳଭଣ୍ଡାରରେ ଖସିପଡ଼ିବାରୁ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଗ୍ୟାଲୋନ୍‌ ପାଣିକୁ ଶୁଖାଇ ଦିଆଯାଇଛି।...

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୩ ଗିରଫ

ଅଗରତାଲା,୭ ।୮: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ଏହି ସୂଚନା...

୧୧୫ ନିଖୋଜ ଆନ୍ଦୋଳନକାରୀଙ୍କ ତାଲିକା ଜାରି କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକୁ...

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮...

ଟିକାକରଣ: ୯୦୦ କୋଟି ଡଲାର ଦେବ ଏଡିବି

ନୂଆଦିଲ୍ଲୀ, ୧୨।୧୨(ପି.ଟି.): ବିକାଶଶୀଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୋଭିଡ୍‌ ଟିକା ସଂଗ୍ରହ ଓ ପ୍ରଦାନରେ ସହାୟତା ଲାଗି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ୯୦୦ କୋଟି ଡଲାରର...

ନିଯୁକ୍ତି ମେଳା: ୭୧,୦୫୬ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୧,୦୫୬ ନିଯୁକ୍ତି ପତ୍ର...

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୭ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମେଜର(ଅବସରୀପ୍ରାପ୍ତ) ଯଶୱନ୍ତ ସିଂଙ୍କର ରବିବାର ସକାଳ ପ୍ରାୟ ୬ଟା ୫୫ ମିନିଟରେ...

Advertisement
Archives

Model This Week