Posted inଖେଳ

ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍‌କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ

ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ ପାକିସ୍ତାନରେ ଏହା ଘଟିଛି। ବିଶ୍ୱ ଚାମ୍ପିୟନସିପ ଅଫ ଲିଜେଣ୍ଡସର ଅନ୍ତିମ ମ୍ୟାଚ ଶନିବାର ରାତିରେ ଇଂଲଣ୍ଡର ବର୍ମିଂହାମଠାରେ ଖେଳାଯାଇଥିଲା। ଫାଇନାଲରେ ଇଣ୍ଡିଆ ଚାମ୍ପିୟନ୍ସ ପାକିସ୍ତାନ ଚାମ୍ପିୟନ୍ସକୁ ଭେଟିଛି। ଏହି ଲିଗ ଫାଇନାଲ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଜଣେ ପାକିସ୍ତାନୀ ଖେଳାଳିଙ୍କୁ ବରଖାସ୍ତ ପତ୍ର ପଠାଇଛି।

ସେହି କ୍ରିକେଟରମାନେ ଏହି ଲିଗରେ ଖେଳୁଥିଲେ ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଛନ୍ତି। ଏହି ଲିଗରେ ପାକିସ୍ତାନର ଅବଦୁଲ ରଜାକ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ପିସିବି ଚୟନ କମିଟିରେ ମଧ୍ୟ ଥିଲେ। କିନ୍ତୁ ଇଣ୍ଡିଆ ଚାମ୍ପିୟନ୍ସ ସହିତ ଫାଇନାଲ ପୂର୍ବରୁ ବୋର୍ଡ ରଜାକଙ୍କୁ ଚୟନ କମିଟିରୁ ବରଖାସ୍ତ କରିଥିଲା।

ତେବେ ଫାଇନାଲରେ, ରଜାକ ପାକିସ୍ତାନ ଚାମ୍ପିୟନର ପ୍ଲେ -୧୧ ର ଅଂଶ ନଥିଲେ। ଏହି ମ୍ୟାଚ ପୂର୍ବରୁ ପାକିସ୍ତାନୀ ଚ୍ୟାନେଲରେ ଏକ ଶୋ’ରେ ରଜାକଙ୍କୁ ପ୍ୟାନେଲିଷ୍ଟ ଭାବରେ ଡକାଯାଇଥିଲା। ଏହି ଶୋ’ରେ ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି ପାକିସ୍ତାନ ଚାମ୍ପିୟନ୍ସ ଦଳ ଫାଇନାଲରେ ପହଞ୍ଚିଛି, ତେବେ ଜିତିଲେ ପିସିବି କିଛି ପୁରସ୍କାର ଦେବାକୁ ପ୍ରତିଶୃତି ଦେଇଛି କି?
ଏହାର ଜବାବରେ ରଜାକ ବହୁତ ହାସ୍ୟାସ୍ପଦ ସ୍ବରରେ ଉତ୍ତର ଦେଲେ। ରଜାକ କହିଛନ୍ତି ଯେ ଟର୍ମିନେଶନର ଲେଟର ଆସିଛି। ରଜାକଙ୍କଠାରୁ ଏହା ଶୁଣି ଶୋ’ରେ ବସିଥିବା ସମସ୍ତ ପ୍ୟାନେଲିଷ୍ଟମାନେ ଜୋରରେ ହସିବାକୁ ଲାଗିଲେ। ଚାକିରୀ ହରାଇବା କାରଣରୁ ରଜାକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଥିଲେ। ଏହି କାମ ପାଇଁ ପିସିବି ତାଙ୍କୁ ଭଲ ପରିମାଣର ଅର୍ଥ ଦେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?