Posted inଜାତୀୟ

ମୋଦି ସରକାରଙ୍କୁ ବଡ଼ ଝଟ୍‌କା: କୃଷି ଆଇନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଏହା ସହିତ ଏନେଇ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ଭାରତୀୟ କିଷାନ ୟୁନିଅନର ଅଧ୍ୟକ୍ଷ ଭୂପିନ୍ଦର ମାନ୍‌ ସିଂ ମାନ୍‌, ଇଣ୍ଟରନ୍ୟାଶନାଲ ପଲିସି ହେଡ୍‌ ଡ. ପ୍ରମୋଦ କୁମାର ଜୋଷୀ, ଏଗ୍ରିକଲଚର ଇକୋନୋମିଷ୍ଟ୍‌ ଅଶୋକ ଗୁଲାଟି ଏବଂ ମହାରାଷ୍ଟ୍ର ଶେତକରି ସଂଗଠନ ଅନୀଲ ଧନଓ୍ବତ୍‌ଙ୍କୁ ସାମିଲ୍‌ କରାଯାଇଛି। କମିଟି କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଲାଗି ରହିଥିବା ବିବାଦ ସମ୍ପର୍କରେ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ। କୃଷି ଆଇନ ଲାଗୁ ହେବା ଅବା ନ ହେବା ନେଇ ଗଠନ କରାଯାଇଥିବା କମିଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କମିଟି ରିପୋର୍ଟ ଦାଖଲ ନ କରାଯିବା ପର୍ଯ୍ୟନ୍ତ କୃଷି ଆଇନ ଉପରେ ରୋକ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କ ଭିଡିଓ ଶେୟାର୍‌ କରି କାନ୍ଦିପକାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୨୪।୯: ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥା’ନ୍ତି। ଅନେକଥର ବିଭିନ୍ନ ସାମାଜିକ ଘଟଣାକୁ ନେଇ ସେ ଫଟୋ କିମ୍ବା...

ଅଯୋଧ୍ୟା ପରେ କର୍ନାଟକରେ ନିର୍ମାଣ ହେବ ରାମ ମନ୍ଦିର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୧୭।୨: ଅଯୋଧ୍ୟା ପରେ କର୍ନାଟକରେ ମଧ୍ୟ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ। ଶୁକ୍ରବାର ରାଜ୍ୟ ବିଧାନସଭାରେ ୨୦୨୩-୨୪ ବଜେଟ ଉପସ୍ଥାପନ ସମୟରେ କର୍ନାଟକ...

କୃଷକଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨।୧୦: ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା...

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର...

୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଲେ ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର

ଜୟପୁର,୧୬।୧୧: ପାକିସ୍ତାନର ଜଣେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି। ଏହା ସହିତ ସେ ବିମାନକୁ ସୁରକ୍ଷିତ ଭାବେ ଯାତ୍ରା କରିବାରେ...

ଥରିଲା ଆସାମ-ହିମାଚଳପ୍ରଦେଶ

ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ...

ଲ୍ୟାବ୍‌ରେ କରୋନା ଭୂତାଣୁ କଲ୍‌ଚର କଲେ ଭାରତୀୟ ବୈଜ୍ଞାନିକ

ହାଇଦ୍ରାବାଦ୍‌,୩୦।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଲ୍ୟାବ୍‌ରେ କରୋନା...

ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ...

Advertisement
Archives

Model This Week