Posted inଖେଳ

ଭାରତୀୟ ଦଳକୁ ବଡ଼ ଝଟ୍‌କା: ସିରିଜରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ବାଦ ଦିଆଯାଇଛି। ପୁଣେରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କ କାନ୍ଧରେ ଆଘାତ ଗୁରୁତର ଏବଂ ଶ୍ରେୟସ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲୋଗିବ ବୋଲି ଜଣାପଡିଛି। ଶ୍ରେୟସ ଆୟର ଅଧା ଆଇପିଏଲରୁ ମଧ୍ୟ ବାଦ୍‌ ପଡିପାରନ୍ତି। ଶ୍ରେୟାସ ଆୟର ହେଉଛନ୍ତି ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଇଂଲଣ୍ଡ ଇନିଂସର ଅଷ୍ଟମ ଓଭରରେ ଶ୍ରେୟାସ ଆୟର ଆହତ ହୋଇଥିଲେ। ଶାର୍ଦ୍ଦୁଲ ଠାକୁର ଇଂଲଣ୍ଡର ଇନିଂସର ଅଷ୍ଟମ ଓଭର ଫିଙ୍ଗିଥିଲେ। ଏହି ସମୟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଠାକୁରଙ୍କ ବଲରୁ ଏକ ଡ୍ରାଇଭ୍‌ ମାରିଥିଲେ। ଏହାକୁ ରୋକିବା ପାଇଁ ଶ୍ରେୟସ ଚେଷ୍ଟା କରୁଥିବାବେଳେ ଆହତ ହୋିଥିଲେ। ଅନ୍ୟପକ୍ଷରେ ପୁଣେରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଧ୍ୟ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri