ଓ୍ବାଶିଂଟନ,୨୪।୧: ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି ଏହି କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଅସ୍ଥାୟୀ ସ୍ଥଗିତାଦେଶ ମଧ୍ୟ ଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ, ଆମେରିକାରେ ଜନ୍ମିତ ପିଲାମାନେ ସେଠାରେ ନାଗରିକତା ପାଇବା ଜାରି ରହିବ।
ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ଦିନ, ଜାନୁଆରୀ ୨୦ରେ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଚାରୋଟି ଡେମୋକ୍ରାଟିକ ଶାସିତ ରାଜ୍ୟ ଏକ ଆବେଦନ ଦାଖଲ କରିଥିଲେ। ୱାଶିଂଟନ, ଆରିଜୋନା, ଇଲିନୋଇସ ଏବଂ ଓରେଗନ ଭଳି ଡେମୋକ୍ରାଟିକ ଶାସିତ ରାଜ୍ୟଗୁଡ଼ିକ ଆବେଦନରେ ଦାବି କରିଥିଲେ ଯେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନରେ ଦିଆଯାଇଥିବା ନାଗରିକତ୍ୱ ଅଧିକାରକୁ ଉଲ୍ଲଂଘନ କରୁଛି। ଆମେରିକା ଜିଲା ବିଚାରପତି ଜନ କଫନର ଏହି ଆବେଦନର ଶୁଣାଣି କରୁଥିଲେ। ଗୁରୁବାର ସେ ଟ୍ରମ୍ପ ପ୍ରଶାସନକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି ଏହି କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଅସ୍ଥାୟୀ ସ୍ଥଗିତାଦେଶ ମଧ୍ୟ ଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ, ଆମେରିକାରେ ଜନ୍ମିତ ପିଲାମାନେ ସେଠାରେ ନାଗରିକତା ପାଇବା ପାରିବେ।