ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କୁ ମିଳିବ ନାଗରିକତା

ଓ୍ବାଶିଂଟନ,୨୪।୧: ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି ଏହି କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଅସ୍ଥାୟୀ ସ୍ଥଗିତାଦେଶ ମଧ୍ୟ ଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ, ଆମେରିକାରେ ଜନ୍ମିତ ପିଲାମାନେ ସେଠାରେ ନାଗରିକତା ପାଇବା ଜାରି ରହିବ।

ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ଦିନ, ଜାନୁଆରୀ ୨୦ରେ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଚାରୋଟି ଡେମୋକ୍ରାଟିକ ଶାସିତ ରାଜ୍ୟ ଏକ ଆବେଦନ ଦାଖଲ କରିଥିଲେ। ୱାଶିଂଟନ, ଆରିଜୋନା, ଇଲିନୋଇସ ଏବଂ ଓରେଗନ ଭଳି ଡେମୋକ୍ରାଟିକ ଶାସିତ ରାଜ୍ୟଗୁଡ଼ିକ ଆବେଦନରେ ଦାବି କରିଥିଲେ ଯେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନରେ ଦିଆଯାଇଥିବା ନାଗରିକତ୍ୱ ଅଧିକାରକୁ ଉଲ୍ଲଂଘନ କରୁଛି। ଆମେରିକା ଜିଲା ବିଚାରପତି ଜନ କଫନର ଏହି ଆବେଦନର ଶୁଣାଣି କରୁଥିଲେ। ଗୁରୁବାର ସେ ଟ୍ରମ୍ପ ପ୍ରଶାସନକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି ଏହି କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଅସ୍ଥାୟୀ ସ୍ଥଗିତାଦେଶ ମଧ୍ୟ ଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ, ଆମେରିକାରେ ଜନ୍ମିତ ପିଲାମାନେ ସେଠାରେ ନାଗରିକତା ପାଇବା ପାରିବେ।
ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ଦିନ, ଜାନୁଆରୀ ୨୦ରେ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଚାରୋଟି ଡେମୋକ୍ରାଟିକ ଶାସିତ ରାଜ୍ୟ ଏକ ଆବେଦନ ଦାଖଲ କରିଥିଲେ। ୱାଶିଂଟନ, ଆରିଜୋନା, ଇଲିନୋଇସ ଏବଂ ଓରେଗନ ଭଳି ଡେମୋକ୍ରାଟିକ ଶାସିତ ରାଜ୍ୟଗୁଡ଼ିକ ଆବେଦନରେ ଦାବି କରିଥିଲେ ଯେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନରେ ଦିଆଯାଇଥିବା ନାଗରିକତ୍ୱ ଅଧିକାରକୁ ଉଲ୍ଲଂଘନ କରୁଛି। ଆମେରିକା ଜିଲା ବିଚାରପତି ଜନ କଫନର ଏହି ଆବେଦନର ଶୁଣାଣି କରୁଥିଲେ। ଗୁରୁବାର ସେ ଟ୍ରମ୍ପ ପ୍ରଶାସନକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?