Posted inଜାତୀୟ

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଦ୍ଦିକ୍‌ଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ନିକଟ ବାନ୍ଦ୍ରା ଖେରଓ୍ବାଡି ସିଗନାଲରେ ଗୁଳି କରାଯାଇଥିଲା। ଏବେ ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ। ଅଭିଯୁକ୍ତମାନେ ଗତ ୨୫-୩୦ଦିନ ଧରି ସେହି ଅଞ୍ଚଳରେ ରହୁଥିଲେ। ଏହି ୩ ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ଗୁଳିମାଡ଼ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ, ବାବା ସିଦ୍ଦିକ୍‌ଙ୍କ ଉପରେ ଗୁଳିମାଡ଼ ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

ପୋଲିସ ସନ୍ଦେହ କରୁଛି ଯେ, ଅନ୍ୟ କେହି ମଧ୍ୟ ଅଭିଯୁକ୍ତଙ୍କୁ ସମସ୍ତ ତଥ୍ୟ ଦେଉଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ (ହରିୟାଣା) ଏବଂ ଧରମରାଜ କାଶ୍ୟପ (ଉତ୍ତରପ୍ରଦେଶ)। ଦୁର୍ବୃତ୍ତମାନେ ୬ ରାଉଣ୍ଡ ଗୁଳି ଚଳାଇଥିଲେ,  ସେଥିରୁ ତିନିଟି ଗୁଳି ସିଦ୍ଦିକ୍‌ଙ୍କ ଦେହରେ ବାଜିଥିଲା। ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ବୁଲେଟ୍‌ ଶରୀରର ଅନ୍ୟ ଅଙ୍ଗରେ ବାଜିଥିଲା। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକ୍‌ଙ୍କର ପ୍ରାଣହାନି ଘଟିଛି।

ଚଳିତ ବର୍ଷ ଫେବୃଆରୀରେ ବାବା ସିଦ୍ଦିକ୍‌ କଂଗ୍ରେସ ଛାଡ଼ି ଏନ୍‌ସିପି (ଅଜିତ ପାଓ୍ବାର ଦଳ)ରେ ଯୋଗ ଦେଇଥିଲେ। ସେ ଗତ ୪୮ ବର୍ଷ ଧରି କଂଗ୍ରେସରେ ଥିଲେ। ସେତେବେଳେ ସେ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ବିଷୟରେ ଲେଖିଥିଲେ, ‘ମୁଁ ଜଣେ ଯୁବ କିଶୋର ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ଏହି ଯାତ୍ରା ୪୮ବର୍ଷ ଧରି ଚାଲିଥିଲା। ଆଜି ମୁଁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଛାଡ଼ି ଏନ୍‌ସିପିରେ ଯୋଗଦେଉଛି। ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ବୋଲି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri