ଜାଣିଶୁଣି ବଡ଼ ଭୁଲ୍‌…

କ୍ୱିଭ୍‌/ଓ୍ବାଶିଂଟନ/ମସ୍କୋ, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାଣିଶୁଣି ବଡ଼ ଭୁଲ୍‌ କରିଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ନାଟୋ ଏବଂ ରୁଷିଆ ମଧ୍ୟରେ ୟୁକ୍ରେନ୍‌ କେବଳ ବଳିର ଛେଳି ହୋଇ ରହି ଯାଇଛି। ନାଟୋର ସହାୟତା ମିଳିବା ଆଶାରେ ଜେଲେନସ୍କି ଯୁଦ୍ଧ ଲଢୁଥିଲେ ମଧ୍ୟ ଏବେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ନାଟୋ ନୋ ଫ୍ଲାଏ ଜୋନ୍‌ ଘୋଷଣା କରିବାକୁ ମନା କରିଛି।

ଫଳରେ ଜେଲେନସ୍କି ଏବେ ଅଡୁଆରେ ପଡ଼ିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଏହା ଦ୍ୱାରା ୟୁକ୍ରେନ୍‌ର ସମସ୍ତ ଗାଁ ଏବଂ ସହରରେ ବୋମା ବର୍ଷା ହେବାର ଆଶଙ୍କା ବଢ଼ିଯାଇଛି। ରୁଷିଆ ଯୁଦ୍ଧ ବିମାନ ନାଟୋ ଉପର ଦେଇ ଆସୁଥିଲେ ମଧ୍ୟ ସଦସ୍ୟ ରାଷ୍ଟ୍ର ୟୁକ୍ରେନ୍‌ର ନୋ ଫ୍ଲାଏ ଜୋନ୍‌ ଘୋଷଣା ଦାବିକୁ ଶେଷରେ ମନା କରି ଦେଇଛନ୍ତି।

ସେହିପରି ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏଥିରେ ଯୋଗଦେବାକୁ ମନା କରିଦେଇଥିଲେ। ୟୁକ୍ରେନ୍‌ରେ ଆମେରିକା ସୈନ୍ୟ ପ୍ରବେଶ କରିବେ ନାହିଁ ବୋଲି ସେ ରୋକଠୋକ୍‌ କହିଥିଲେ।

ଫଳରେ ୟୁକ୍ରେନ୍‌ କେବଳ ଯୁଦ୍ଧ ପଡ଼ିଆ ହିଁ ପାଲଟି ଯାଇଛି।

ଏହା ସହିତ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଜୋର୍‌ଦାର ଆକ୍ରମଣ ଜାରି ରଖିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜିବିଗ୍ନିୟେବ ବ୍ରୁିଜେନ୍ସକି ଦଶନ୍ଧି ପୂର୍ବରୁ ତାଙ୍କ ପୁସ୍ତକ ‘ଦ ଗ୍ରାଣ୍ଡ ଚେସ ବୋର୍ଡ’ରେ ଏହି ପ୍ରଶ୍ନ ଉଠାଇଥିଲେ ଯେ ଆମେରିକା ୟୁକ୍ରେନକୁ କାହିଁକି ସହାୟତା କରିବ କିମ୍ବା ୟୁକ୍ରେନକୁ କାହିଁକି ସମର୍ଥନ କରିବ? ଏହାର ଜବାବ ଦେଇ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ୟୁକ୍ରେନ ବିନା ରୁଷିଆ କେବଳ ଏସୀୟ ସାମ୍ରାଜ୍ୟବାଦୀ ଦେଶ ହୋଇ ରହିଯିବ।

ଏହା ଦ୍ୱାରା ମଧ୍ୟ ଏସୀୟ ଦେଶଗୁଡିକର ବିବାଦରେ ରୁଷିଆ ଜଡ଼ିତ ହୋଇଯିବ। ଅପରପକ୍ଷେ, ଯଦି ୟୁକ୍ରେନ ରୁଷିଆର ନିୟନ୍ତ୍ରଣରେ ରୁହେ ତେବେ ଏହାକୁ ଏକ ’ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି’ ପାଲଟିଯିିବ। ବ୍ରୁିଜେନ୍ସକଙ୍କ ବିବୃତ୍ତି ଏବେ ଆମେରିକାର ବୈଦେଶିକ ନୀତିର ଏକ ମୁଖ୍ୟ ସିଦ୍ଧାନ୍ତ ପାଲଟିଛି। ବିଶେଷ କରି ଶୀତଳ ଯୁଦ୍ଧ ପରେ ରୁଷିଆକୁ ଦୁର୍ବଳ କରିବାକୁ ହେଲେ ୟୁକ୍ରେନକୁ ଏଥିରୁ ଅଲଗା ହେବାକୁ ପଡିବ।

ଏହି ଆମେରିକୀୟ ନୀତି ଅନୁଯାୟୀ, ୟୁକ୍ରେନ ଏବେ ଆମେରିକା ଏବଂ ରୁଷିଆ ମଧ୍ୟରେ ଚେସ୍‌ ବୋର୍ଡର ମୋହରା ପାଲଟିଛି। ୟୁକ୍ରେନ ପ୍ରକୃତରେ ରୁଷିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ରୁଷିଆର ପରିଚୟ ସହିତ ଜଡିତ ଏକ ପ୍ରସଙ୍ଗ। ୟୁକ୍ରେନ, ଏକ ଖଣ୍ଡବିଖଣ୍ଡିତ ସୋଭିଏତ୍‌ ୟୁନିଅନର ଅଂଶ ହୋଇ ରୁଷିଆ ସହିତ ପ୍ରାଚୀନ କାଳରୁ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ରଖିଛି।

୧୯୯୧ରେ ସୋଭିଏତ୍‌ ୟୁନିଅନର ବିଲୋପ ପରେ ୟୁକ୍ରେନ, ୟୁରୋପରେ ଦ୍ୱିତୀୟ ବୃହତ୍ତମ ଦେଶର ମାନ୍ୟତା ହାସଲ କରିଛି। ୟୁକ୍ରେନର ପଶ୍ଚିମ ଭାଗ ୟୁରୋପୀୟ ଦେଶ ବିଶେଷ କରି ପୋଲାଣ୍ଡ ସହିତ ଘନିଷ୍ଠ ସମ୍ପର୍କ ରହିଛି । ୟୁକ୍ରେନର ପଶ୍ଚିମ ଭାଗରେ ଜାତୀୟତାର ଭାବନା ଶକ୍ତିଶାଳୀ । ତଥାପି, ୟୁକ୍ରେନରେ ମଧ୍ୟ ରୁଷୀୟ ଭାଷାଭାଷୀ ସଂଖ୍ୟାଲଘୁଙ୍କ ସଂଖ୍ୟା ରହିଛି ଏବଂ ବିକଶିତ ପୂର୍ବ ଅଞ୍ଚଳରେ ଏହି ଲୋକମାନେ ଅଧିକ ଅଛନ୍ତି।

୨୦୧୪ରେ ୟୁକ୍ରେନ ରାଷ୍ଟ୍ରପତି ବିକାଶ ୟାନୁକୋଭିଚଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେ ରୁଷିଆକୁ ସମର୍ଥନ କରୁଥିଲେ। ଏହାର ସୁଯୋଗ ନେଇ ରୁଷିଆ ୟୁକ୍ରେନର କ୍ରିମିୟା ଉପରେ ଦଖଲ କରିନେଲା। ସୂଚନାଯୋଗ୍ୟ ଯେ ସେହି ସମୟରେ ବାରାକ ଓବାମା ରାଷ୍ଟ୍ରପତି ଏବଂ ଜୋ ବାଇଡେନ ଉପରାଷ୍ଟ୍ରପତି ଥିଲେ। ସେବେଠାରୁ ୟୁକ୍ରେନ୍‌କୁ ମୋହରା କରି ଆମେରିକା ଏବଂ ରୁଷିଆ ନିଜ ନିଜର ପତିଆରା ବୃଦ୍ଧିର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri