RI, ICDS, ARI, AMIN, SFS ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ

ଭୁବନେଶ୍ୱର,୧୪।୯: ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀମାନେ ସବିଶେଷ ତଥ୍ୟ ପାଇପାରିବେ।

ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ କରିବା ପାଇଁ osssc ଓ୍ବେବସାଇଟ୍‌ www.osssc.gov.in  ରେ ଲଗ ଇନ୍‌ କରନ୍ତୁ। ନିଜ ୟୁଜର୍‌ ID ଏବଂ ପାସୱାର୍ଡରେ ଲଗ୍‌ ଇନ୍‌ ପରେ ସ୍କ୍ରିନରେ ଏକ ମକ୍‌ ଟେଷ୍ଟ ଆସିବ।
ଏହି ମକ୍‌ ଟେଷ୍ଟ ଲିଙ୍କ୍‌କୁ ଡାଉନଲୋଡ କରି ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ।

-ଏହି ଆଡମିଟ୍‌ କାର୍ଡରେ ତାରିଖ, ସ୍ଥାନ, ସମୟ ଏବଂ ପରୀକ୍ଷା କେନ୍ଦ୍ର ସମସ୍ତ ବିବରଣୀ ଉପଲବ୍ଧ ଅଛି। ଜାଣିରଖନ୍ତୁ ଆଡମିଟ୍‌ କାର୍ଡର କୌଣସି ହାର୍ଡକପି ଆପଣଙ୍କୁ ପୋଷ୍ଟ ଦ୍ୱାରା ପଠାଯିବ ନାହିଁ। ଏହା କେବଳ ଅନଲାଇନ୍‌ରେ ଉପଲବ୍ଧ।

-ଯେହେତୁ ପରୀକ୍ଷା ଅଲଗା ଅଲଗା ତାରିଖ ଏବଂ ଭିନ୍ନ ଭିନ୍ନ ସିଫ୍ଟରେ ଏକାଧିକ ପ୍ରଶ୍ନ ସେଟ ବ୍ୟବହାର କରି ପରୀକ୍ଷା କରାଯିବ ତେଣୁ (NTA) ଦ୍ୱାରା ସଦ୍ୟତମ ଢାଞ୍ଚାରେ ଆପଣାଯାଇଥିବା ପର୍ସଣ୍ଟାଇଲା ସ୍କୋର ଭିତ୍ତିରେ ମାର୍କ ଚେକ୍‌ କରାଯିବ।

-ସମସ୍ତ ଜିଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। କିନ୍ତୁ କେତେକ ଜିଲାର ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ହେତୁ କିଛି ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର ଆଲର୍ଟ କରାଯାଇଛି।

-ପରୀକ୍ଷାର୍ଥୀ ଉଭୟ ଓଡ଼ିଆ ଓ ଇଂରାଜୀରେ ପରୀକ୍ଷା ଦେଇପାରିବେ। ଓଡିଆରେ ଦ୍ୱନ୍ଦ୍ୱ ଥିଲେ ଇଂରାଜୀରେ ଦେଇପାରିବେ। ତେବେ PwD ପରୀକ୍ଷାର୍ଥୀଙ୍କୁ ୩୦ ମିନିଟ୍‌ ଅଧିକ ସମୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?