Posted inଖେଳ

କ୍ରିକେଟ୍‌ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ସମୟରେ ଗୁରବାଜ ଆହତ ହୋଇଥିଲେ। ୧୫ତମ ଓଭରରେ ବଲ ଗୁରବାଜଙ୍କ ବେକରେ ବାଜିଥିଲା। ଗୁରବାଜ ନନ-ଷ୍ଟ୍ରାଇକ ଏଣ୍ଡରେ ଥିଲେ ଏବଂ ସେ କ୍ରିଜକୁ ଫେରିବାକୁ ଚେଷ୍ଟା କରିବା ସମୟରେ ଜଣେ ଫିଲ୍ଡରଙ୍କ ଥ୍ରୋ ସିଧାସଳଖ ତାଙ୍କ ବେକରେ ବାଜିଥିଲା।
ଗୁରବାଜଙ୍କ ବେକରେ ବଲ ବାଜିବା ମାତ୍ରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ହେଲମେଟ ତଳେ ପଡ଼ିଯାଇଥିଲା। ଅମ୍ପାୟାର ତୁରନ୍ତ ଆଫଗାନିସ୍ତାନ ଫିଜିଓଙ୍କୁ ପଡ଼ିଆକୁ ଡକାଇଥିଲେ। ଖେଳ ବହୁତ ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସୌଭାଗ୍ୟବଶତଃ, ଗୁରବାଜ ଗୁରୁତର ଆହତ ହୋଇ ନ ଥିଲେ ଏବଂ ସେ ଠିଆ ହୋଇପାରିଥିଲେ। ଏହା ପରେ ଗୁରବାଜ ବ୍ୟାଟିଂ ଜାରି ରଖିଥିଲେ। ସେ ୫୮ ବଲରୁ ୭୧ ରନ କରିଥିଲେ। ଗୁରବାଜ ଏବଂ ଇବ୍ରାହିମ ଜାଦ୍ରନ ଆଫଗାନିସ୍ତାନକୁ ୭୨ ରନରେ ପହଞ୍ଚାଇଥିଲେ, କିନ୍ତୁ ଏହା ପରେ, ଆଫଗାନିସ୍ତାନ ମଧ୍ୟକ୍ରମ ତାସ ପତା ପରି ଭୁଷୁଡି ପଡ଼ିଲା। ମଧ୍ୟକ୍ରମରେ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଷଲ ଏବଂ ଶେଷରେ ଆଫଗାନିସ୍ତାନ ୧୫୨ ରନର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଆଫଗାନିସ୍ତାନ କେବଳ ୧୩୬ ରନ କରିଥିଲା। ଆଫଗାନିସ୍ତାନ ମ୍ୟାଚ ହାରିଗଲା ସତ, କିନ୍ତୁ ସବୁଠାରୁ ବଡ଼ ଚିନ୍ତା ହେଉଛି ରହମାନୁଲ୍ଲାହ ଗୁରବାଜଙ୍କ ଫିଟନେସ। ଟି୨୦ ବିଶ୍ୱକପ ଆସନ୍ତା ମାସରେ ହେବାକୁ ଯାଉଛି ଏବଂ ଯଦି ଗୁରବାଜ ଫିଟ ନ ହୁଅନ୍ତି, ତେବେ ଏହା ଆଫଗାନିସ୍ତାନ ଦଳ ପାଇଁ ଏକ ବଡ଼ ଧକ୍କା ହେବ।

ଆଫଗାନିସ୍ତାନ ତୃତୀୟ ଟି୨୦ ମ୍ୟାଚ ହାରିଥିଲା ସତ, କିନ୍ତୁ ସେମାନେ ପୂର୍ବରୁ ସିରିଜ ଜିତି ସାରିଥିଲେ। ଆଫଗାନିସ୍ତାନ ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା। ସିରିଜରେ ଆଫଗାନିସ୍ତାନ ଦଳ ପାଇଁ ଦାରୱିଶ ରସୁଲି ସର୍ବାଧିକ ୧୫୬ ରନ କରିଥିଲେ। ଇବ୍ରାହିମ ଜାଦ୍ରନ ମଧ୍ୟ ୧୩୭ ରନ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?