ଏହିସବୁ ଜିଲାରେ ବିଗ୍‌ ଫାଇଟ୍‌, ଏହି ଠି ରହିଛି ଭାଜପାର ପଲା ଭାରି

ଭୁବନେଶ୍ୱର,୩୧।୩: ଲୋକ ସଭା ପ୍ରାର୍ଥୀ ଘୋଷଣା, ଆଉ ମଇଦାନ ବି ପ୍ରସ୍ତୁତ। ବିଜେଡି-ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏବେ ହେବ ବିଗ୍‌ ଫାଇଟ୍‌। ସାମ୍ନାସାମ୍ନି ହେବେ ଦୁଇ ଦଳର ମହାରାଥୀ। ଏନେଇ ଯୋଦ୍ଧାଙ୍କ ସହ କ୍ଷେତ୍ର ମଧ୍ୟ ପ୍ରସ୍ତୁତ। କିନ୍ତୁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ଏହି ଦୁଇ ଦଳର ଘମାଘୋଟ ଲଢେଇ ନେଇ ଚର୍ଚ୍ଚା ଚାଲିଛି। ସହର ବଜାର, ଗଳିକନ୍ଦିରୁ ଆରମ୍ଭ କରି ଚା’ ଦୋକାନ ଯାଏଁ କିଏ ଜିତିବ କିଏ ହାରିବ ଏନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା।

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପରେ ରୋଚକ ହେଉଛି ରାଜ୍ୟ ରାଜନୀତି । ସେହି କ୍ରମରେ ଟିକେଟ୍‌ ଘୋଷଣା ପରେ ପ୍ରସ୍ତୁତ ହେଲେଣି ନେତା। ଧୀରେ ଧୀରେ ଏବେ ମଇଦାନକୁ ଓହ୍ଲାଇବାକୁ ନେତାଏ ଅଣ୍ଟା ଭିଡିଲେଣି। ତେବେ ଚର୍ଚ୍ଚା ହେଉଛି ଓଡ଼ିଶାରେ ଏହି ସବୁ ଜିଲାରେ ସୁପର ଫାଇଟ୍‌ ଦେଖିବାକୁ ମିଳିବ।

ସମ୍ବଲପୁରରେ ହୋଇପାରେ ହେଭିଓ୍ବେଟ ଫାଇଟ। ଆଉ ଭୁବନେଶ୍ୱରରେ ହେବ ଘମାଘୋଟ ଲଢେଇ। ଭାଗ୍ୟ ପରୀକ୍ଷା କରିବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ, ମନ୍ମଥ ରାଉତରାୟ-ଅପରାଜିତା ଷଡଙ୍ଗୀ। ଧର୍ମେନ୍ଦ୍ର ପ୍ରଧାନ, ଜଣେ ହେଭିୱେଟ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ସାଂଗଠନିକ ସଂପାଦକ। ଉଭୟେ ନିଜ ନିଜ ଦଳର ବଡ ଚେହେରା। ସେପଟେ ଭୁବନେଶ୍ବରରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେବେ ରାଜନୀତିରେ ନାବାଗତ ମନ୍ଣଥ ରାଉତରାୟ। ବିଜେଡିରେ ଯୋଗଦେବା ଦିନ ହିଁ ତାଙ୍କୁ ଟିକେଟ ଦେଇଛି ବିଜେଡି। ଅପରାଜିତା ୨୦୧୯ରେ ବ୍ୟୁରୋକ୍ରାସିରୁ ରାଜନୀତିରେ ପାଦ ଥାପି ମାଷ୍ଟରଷ୍ଟ୍ରୋକ ମାରିଥିଲେ । ଏହି କ୍ରମରେ ମନ୍ମଥ ମଧ୍ୟ ନିଜ ବାପା ସୁର ରାଉତରାୟଙ୍କ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବା ସହ ତାଙ୍କ ବାପାଙ୍କ ସମର୍ଥନ ମଧ୍ୟ ରହିଛି। ତେଣୁ ଭୁବନେଶ୍ୱରରେ ଲୋକ ଦେଖିବେ ଆଇଏଏସ ବନାମ କ୍ୟାପଟେନ୍‌ ଲଢେଇ। କୁହାଯାଉଛି ଭୁବନେଶ୍ୱର ଓ ସମ୍ବଲପୁରରେ ଦୁଇ ଦଳର ନେତା ଜିତିବାକୁ ପୂରା ବଳ ଲଗାଇବେ। କାରଣ ଉଭୟ ଦଳ ପାଇଁ ଏହିସବୁ ସିଟ ଏବେ ସମ୍ମାନର ପ୍ରଶ୍ନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ତତ୍କାଳୀନ ଦେବଗଡ଼ ଲୋକ ସଭା ଆସନର ଏମପି ଥିଲେ । ସେହି ପାଖରେ ଥିବା ସମ୍ବଲପୁର ଆସନରେ ଲଢ଼ିବା ତାଙ୍କ ପାଇଁ ସହଜ ହୋଇପାରେ । ଧର୍ମେନ୍ଦ୍ର ହେଉଛନ୍ତି ଅନୁଗୁଳର ବାସିନ୍ଦା । ଧର୍ମେନ୍ଦ୍ରଙ୍କ ସପକ୍ଷରେ ଯାଉଥିବା ଆଉ ଏକ କଥା ହେଲା, ପଶ୍ଚିମ ଓଡ଼ିଶାରେ ଭାଜପାର ଭଲ ପକେଟ ଭୋଟ ରହିଛି । ୨୦୧୯ରେ ଏହାର ପ୍ରତିଫଳ ମଧ୍ୟ ଦେଖିବାକୁ ମିଳିଥିଲା । ୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିବା ସମୟରେ, ଉତ୍ତରପ୍ରଦେଶ ଓ କର୍ନାଟକ ଭଳି ବଡ଼ ବଡ଼ ରାଜ୍ୟରେ ସେ ପ୍ରଭାରୀ ଭାବେ ସଫଳତାର ସହ ନିର୍ବାଚନ ପରିଚାଳନା କରିଛନ୍ତି ।

ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ପରିଚାଳନାରେ ତାଙ୍କର ଭଲ ଦକ୍ଷତା ରହିଛି । ପଶ୍ଚିମ ଓଡ଼ିଶାର ବିଜେପୁର, ପଦ୍ମପୁର, ବ୍ରଜରାଜନଗର ଓ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଣବ ଦଳ ପାଇଁ ସଫଳତା ଆଣିଦେଇଥିଲେ । ଏହାଛଡ଼ା ସମଲେଇ ପ୍ରକଳ୍ପ ଓ ପଶ୍ଚିମ ଓଡ଼ିଶାରେ ବିକାଶମୂଳକ କାମ ପ୍ରଣବଙ୍କ ସପକ୍ଷରେ ଯିବ ବୋଲି ଯୁକ୍ତି ଦର୍ଶାଯାଉଛି ।

ଏଥର କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ବନାମ ଅଂଶୁମାନ ମହାନ୍ତି। ୨୦୧୯ରେ ବିଜେଡିର ଅନୁଭବ ମହାନ୍ତିଙ୍କ ଠାରୁ ହାରିବା ପରେ ବୈଜୟନ୍ତ ଜାତୀୟ ରାଜନୀତିରେ ଆକ୍ଟିଭ ଥିଲେ। ହେଲେ ପୁଣିଥରେ ତାଙ୍କୁ ଟିକେଟ ଦେଇଛି ଭାଜପା। ସେପଟେ ବିଜେଡି ଏଥର ଅନୁଭବଙ୍କ ଟିକେଟ କାଟି ଅଂଶୁମାନ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି । ଅଂଶୁମାନ ରାଜନଗରର ପୂର୍ବତନ ବିଧାୟକ ଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଆଉ ପ୍ରଥମ ପାଇଁ ଏମପି ଭାବେ ଲଢିବେ ଅଂଶୁମାନ । ତେଣୁ କଡା ମୁକାବିଲା ହେବ । ସେହିପରି ସୁନ୍ଦରଗଡ଼ ଲୋକ ସଭା ଆସନରେ ଜୁଏଲ ଓରାମଙ୍କୁ ଟକ୍କର ଦେବେ ଦିଲ୍ଲୀପ ତିର୍କି। ତେବେ ଏହିସବୁ ଆସନରେ ଲଢେଇ ଜମିବ ବୋଲି ସବୁଠୁ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?