Posted inଜାତୀୟ

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ କରିବାକୁ ପଡ଼ିବ ନାହିଁ। FASTag ନିୟମକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

FASTag ଉପରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। NHAI ପକ୍ଷରୁ ଘୋଷଣା କରାଯାଇଛି, ଯେ, ୨୦୨୬ ଫେବୃଆରୀ ୧ରୁ ନୂତନ ଯାନ ପାଇଁ KYC ର ଅସୁବିଧା ଦୂର କରାଯିବ।

ପୂର୍ୱରୁ, ନୂତନ FASTag ପାଇବା ସମୟରେ, ଗାଡି ମାଲିକ ପ୍ରାୟତଃ KYC ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏଥିରେ ଭୁଲ ସୂଚନା, ଡକ୍ୟୁମେଣ୍ଟ ଯାଞ୍ଚ ସମସ୍ୟା କିମ୍ୱା ବାରମ୍ୱାର ବିଜ୍ଞପ୍ତି ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ବର୍ତ୍ତମାନ, ସରକାର ନୂତନ FASTag ପାଇଁ ପୃଥକ KYC ଆବଶ୍ୟକତାକୁ ହଟାଇ ଏହି ଅସୁବିଧାକୁ ଦୂର କରିଛନ୍ତି। ଗାଡ଼ିର ପଞ୍ଜିକରଣ (RC) ପୂର୍ୱରୁ ଯାଞ୍ଚ କରାଯିବ। FASTag ନେବା ପରେ ସମସ୍ତ ସୂଚନା ଥରେ ଯାଞ୍ଚ କରାଯିବ। ଯଦି ଆପଣଙ୍କ ଗାଡ଼ିରେ ପୂର୍ୱରୁ FASTag ଅଛି, ତେବେ ଆପଣଙ୍କୁ KYC ପୁନଃ କରିବାକୁ ପଡିବ ନାହିଁ। ଅଭିଯୋଗ କିମ୍ୱା ସମସ୍ୟା ଉପୁଜିବା ପର୍ଯ୍ୟନ୍ତ ସବୁକିଛି ପୂର୍ୱପରି ଜାରି ରହିବ। ଯଦି FASTag ଭୁଲ ଭାବେ ଜାରି କରାଯାଇଛି କିମ୍ୱା ଯାନବାହନ ସୂଚନା ଭୁଲ ଅଛି ତେବେ ହିଁ ତଦନ୍ତ କରାଯିବ।

ବ୍ୟାଙ୍କଗୁଡ଼ିକୁ ଏବେ FASTag କରିବା ପୂର୍ୱରୁ ଏକ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ପଡିବ। VAHAN ପୋର୍ଟାଲ ସହିତ ଯାନବାହନ ସୂଚନା ମେଳ କରାଯିବ। ସମ୍ପୂର୍ଣ୍ଣ ଯାଞ୍ଚ ବିନା କୌଣସି FASTag ସକ୍ରିୟ ହେବ ନାହିଁ। ସରକାର କହିଛନ୍ତି ଯେ, ଏହି ନିଷ୍ପତ୍ତି ଜନସାଧାରଣଙ୍କୁ ଅସୁବିଧାରୁ ମୁକ୍ତି ଦେବ। ଏହା ଦ୍ୱାରା ନକଲି କିମ୍ୱା ଭୁଲ FASTag ବ୍ୟବହାରକୁ ରୋକା ଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ

ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା…

ସରଫରାଜଙ୍କ ଚାଞ୍ଚଲ୍ୟକର ବୟାନ: ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ନେଇ କହିଦେଲେ ସାଂଘାତିକ କଥା

ନୂଆଦିଲ୍ଲୀ, ୨।୧୧: ନୂଆଦିଲ୍ଲୀ, ୨।୧୧: ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ରନର ପାହାଡ଼ ଛିଡ଼ା କରୁଥିବା ସରଫରାଜ ଖାନ ଏକ ବଡ଼ ବୟାନ ଦେଇଛନ୍ତି।…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ…

ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?