ବଡ଼ ଘୋଷଣା: ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍‌ଆଇଆର୍‌!

ନୂଆଦିଲ୍ଲୀ,୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ ସାରା ଦେଶରେ ଏସ୍‌ଆଇଆର୍‌ ଆରମ୍ଭ କରିପାରନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ କମିଶନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ସମ୍ମିଳନୀର ଆୟୋଜନ କରିଛନ୍ତି।

ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ଗତ ଜୁନ୍‌ ୨୪ରେ ଇସିଆଇ ନିଷ୍ପତ୍ତି ନେଇଥିଲେ। ତେବେ ଆଗକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସେଠାରେ ପ୍ରଥମେ ଏସ୍‌ଆଇଆର୍‌ ଆରମ୍ଭ କରିଥିଲେ। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉପଯୁକ୍ତ ସମୟରେ ନିର୍ଦ୍ଦେଶନାମା ଜାରି ହେବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଥିଲା। ସେପ୍ଟେମ୍ବର ୧୦ରେ ହେବାକୁ ଥିବା ବୈଠକରେ ସମସ୍ତ ସିଇଓ ଉପସ୍ଥିତ ରହି ସେମାନଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ସଂଖ୍ୟା ଏବଂ ପୂର୍ବରୁ ହୋଇଥିବା ସଂଶୋଧନର ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି। ଦ୍ୱାରକାରେ ଥିବା କମିଶନଙ୍କ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେମୋକ୍ରାସି ଅଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (ଆଇଆଇଆଇଡିଇଏମ୍‌)ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଷୀ ସିଇଓମାନଙ୍କୁ ଭେଟିବେ।
ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯେପରି ସେମାନେ ମତାଧିକାର ସାବ୍ୟସ୍ତ କରିପାରିବେ, ତାହା ହେଉଛି ଏସ୍‌ଆଇଆର୍‌ର ମୁଖ୍ୟ ଲକ୍ଷ୍ୟ। ଏଥିସହିତ ଯେପରି କୌଣସି ଅଯୋଗ୍ୟ ଭୋଟର ତାଲିକାରେ ସାମିଲ ନ ହୁଅନ୍ତି ସେଥିପାଇଁ ଅଯୋଗ୍ୟଙ୍କୁ ବାଦ୍‌ ଦେଇ ଯୋଗ୍ୟଙ୍କୁ ତାଲିକାରେ ସାମିଲ କଲାବେଳେ ଏହି ପ୍ରକ୍ରିୟା ଯେପରି ସ୍ବଚ୍ଛ ରହେ, ତାହା ସୁନିଶ୍ଚିତ କରିବା ମଧ୍ୟ ଏସ୍‌ଆଇଆର୍‌ର ଉଦ୍ଦେଶ୍ୟ। ବିହାରରେ ୨୦୦୩ରେ ଶେଷ ଥର ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ହୋଇଥିଲା। ଏସ୍‌ଆଇଆର୍‌ ବେଳେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘରକୁ ଘର ଯାଇ ସର୍ଭେ କରିଥିଲେ। ତେବେ ବିହାରରେ ଆଗକୁ ନିର୍ବାଚନ ଥିବାରୁ ଭାଜପାକୁ ସହାୟତା କରିବା ପାଇଁ ବହୁ ଭୋଟରଙ୍କୁ ମତଦାନରୁ ବଞ୍ଚତ୍ତ କରିବା ପାଇଁ ଇସି ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଥିଲେ। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଦୀର୍ଘଦିନ ଅଚଳ କରି ରଖିଥିଲେ। ପ୍ରକାଶ ଥାଉକି ପ୍ରତିବର୍ଷ ଏବଂ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ ହୋଇ କେତେକ ନାମ ସଂଯୋଗ ହେବା ସହ ଅନ୍ୟ କେତେଜଣଙ୍କ ନାମ ବାଦ୍‌ ଦିଆଯାଇଥାଏ। ତେବେ ଏଥର ବିହାରରେ ସମ୍ପୂର୍ଣ୍ଣ ନୂଆ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି। ସେଥିପାଇଁ ନାଗରିକମାନଙ୍କୁ ନୂଆ ଏନୁମେରେଶନ ଫର୍ମ ପୂରଣ ସହ ଘୋଷଣାନାମା ଦେବାକୁ ହେବ। ଭୋଟର ଭାବେ ନିଜର ଯୋଗ୍ୟତା ପ୍ରମାଣ ପାଇଁ କମିଶନ ଜାରି କରିଥିବା ୧୧ଟି ଯୋଗ୍ୟ ଦସ୍ତାବିଜ୍‌ ଦାଖଲ କରିବାକୁ ହେବ। ଇସିଙ୍କ ଏହି ଏସ୍‌ଆଇଆର୍‌ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର ହୋଇଥିଲା। ଇସିଙ୍କ ୧୧ ଦସ୍ତାବିଜ୍‌ ତାଲିକାର ଆଧାର, ରାଶନ କାର୍ଡ ନ ଥିବାରୁ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଅଗଷ୍ଟ ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ସହ ଯେଉଁମାନଙ୍କର ଆପତ୍ତି ଅଭିଯୋଗ ଅଛି, ତାହା ସେପ୍ଟେମ୍ବର ୧ ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ନିକଟରେ ନିର୍ବାଚନ କମିଶନ ସମୟସୀମାକୁ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?