ସରକାରଙ୍କ ବଡ଼ ଘୋଷଣା, ଉଚ୍ଚ ଶିକ୍ଷାନୁଷ୍ଠାନରେ ହେବ…

ଭୁବନେଶ୍ୱର,୧୦ା୮(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ ହେବ। ଏଥିସହ ‘ଶକ୍ତିଶ୍ରୀ ସାଥୀ’ ନିଯୁକ୍ତ ହେବେ। ସେହିପରି ଛାତ୍ରୀ ଓ ମହିଳା କର୍ମଚାରୀ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ‘ସକ୍ତିଶ୍ରୀ ସେଲ୍‌’ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପ୍ରଚେଷ୍ଟା କରିବ। କେନ୍ଦ୍ରର ସଂଯୋଜିକା ଭାବେ ଜଣେ ଅଧ୍ୟାପିକା ଓ ‘ଶକ୍ତିଶ୍ରୀ ସାଥୀ’ ଭାବେ ଜଣେ ଛାତ୍ରୀ କାର୍ଯ୍ୟ କରିବେ। କେନ୍ଦ୍ରର ଅଧ୍ୟକ୍ଷ ଦାୟିତ୍ୱରେ କଲେଜ ପ୍ରିନ୍ସିପାଲ ଓ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍‌ ରହିବେ। ସେମାନେ ଶକ୍ତିଶ୍ରୀ ସାଥୀ ଓ ସଂଯୋଜିକାଙ୍କ ସହ ସମନ୍ବୟ ରଖି ମାସିକ କ୍ୟାଲେଣ୍ଡର ମୁତାବକ ଅଧିବେଶନ ଆୟୋଜନ କରିବେ। ଚଳିତ ମାସ ୧୪ ତାରିଖ ସୁଦ୍ଧା ପ୍ରତି ଶ୍ରେଣୀରେ ଜଣେ ଲେଖାଏ ମହିଳା ପ୍ରତିନିଧି ଚୟନ କରାଯିବ। ୨୦ ତାରିଖ ସୁଦ୍ଧା ‘ଶକ୍ତିଶ୍ରୀ ସାଥୀ’ ବାଛିବା ପାଇଁ ପଦକ୍ଷେପ ନିଆଯିବ। ମନୋନୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ବେଚ୍ଛାସେବୀ, ନେତୃତ୍ୱ ନେବାର ଦକ୍ଷତା, କମ୍ୟୁନିକେସନ ସ୍କିଲ, ଦାୟିତ୍ୱ, ଉତ୍ତରଦାୟୀ, ସମସ୍ୟାର ସମାଧାନ କରିବାର କ୍ଷମତା ଥିବା ଛାତ୍ରୀଙ୍କୁ ‘ଶକ୍ତିଶ୍ରୀ ସାଥୀ’ ଭାବେ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଶେଷ ବର୍ଷର ପ୍ରତି ଶ୍ରେଣୀର ଜଣେ ଲେଖାଏ ଛାତ୍ରୀ ଶ୍ରେଣୀ ପ୍ରତିନିଧି ଭାବେ କାମ କରିବେ। ଛାତ୍ରୀମାନଙ୍କୁ ୬ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ଶିକ୍ଷାନୁଷ୍ଠାନରେ ସାପ୍ତାହିକ ଯୋଗ, ପ୍ରାଣାୟମ, ବ୍ୟାୟାମ ଆଦି କରାଯିବା ସହିତ ସେମିନାର, ଆଲୋଚନାଚକ୍ର ଆଦି ଆୟୋଜନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri