ଅବକାରୀ ବିଭାଗକୁ ବଡ ସଫଳତା: ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୫।୧୦(ଡି.ଏନ.ଏ): ମାଲକାନଗିରି ଜିଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ରବିବାର ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡି୧୦ ଏନ ୦୮୦୧ )ରୁ ୭ କୁଏଣ୍ଟାଲରୁ ଊଦ୍ଧ୍ୱର୍ର୍ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ ଅଭିଯୁ୍‌କ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଥିବା ଜଣାପଡିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣ ଥମିବାର ନା ଧରୁନି। ଏନେଇ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଅବମ୍ବନ କରାଯାଉଛି। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ତରଫରୁ ଜୋରଦାର ଚଢ଼ାଉ କରାଯିବ। ଯେଉଁ ଅଞ୍ଚଳରୁ ଗଞ୍ଜେଇ ଚାଷ କରାଯାଉଛି ସେଇ ଅଞ୍ଚଳମାନଙ୍କୁ ଚଢାଉ କରି ଚାଷ ନଷ୍ଟ କରାଯିବ ବୋଲି ଜିଲା ଅବକାରୀ ଅଧିକାରୀ ଅଶୋକ କୁମାର ସେଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ...

ରୋଗ୍‌ ଛଡ଼େଇ ନେଲା କୁଲ୍‌ବୁର୍‌ତି: ସରକାରୀ ସାହାଯ୍‌ ଆଶ୍‌ରେ ରଙ୍କମଣି

ଗଣ୍ଡତୁରୁମ, ୨୯।୧ (ଡି.ଏନ୍‌.ଏ.)- କ୍ୟାନ୍‌ସର ଗୁଟେ ଅମାନ୍‌ତିଆ ରୋଗ୍‌। ଇ ରୋଗ୍‌ ଏହେଦେ ସାରା ଦେଶ୍‌ରେ ଚିନ୍‌ତାର କାରନ୍‌ ପାଲଟିଥିଲାବେଲେ ବରଗଡ଼ ଜିଲା ଇ ତାଲିକାଥି...

ସିଜେଡ୍‌ଏମ୍‌ପି ଜନଶୁଣାଣି: ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲା ପାଇଁ ପ୍ରସ୍ତୁତ ସିଜେଡ୍‌ଏମ୍‌ପି (ଉପକୂଳ ଜୋନ୍‌ ପରିଚାଳନା ପ୍ଲାନ୍‌) ଡ୍ରାଫ୍ଟ ନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜନଶୁଣାଣି ହୋଇଥିଲା ା...

ମହୁଲଗଛରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଛେଣ୍ଡିପଦା,୨୨।୪(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସାପୋଇସାହିସ୍ଥିତ କଢିବୁରୀ ନିକଟ ଏକ ମହୁଲ ଗଛରୁ ଗୁରୁବାର ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ...

ଜେଲ୍‌ରେ ପୂରାଇଥିବା ଦୁଇ ଝିଅଙ୍କୁ କାଢ଼: ଲେଖାଶ୍ରୀ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାନୁୟାରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ପରେଡ୍‌ ଗ୍ରାଉଣ୍ଡରୁ ଉଠାଇ ନେଇଛନ୍ତି। ସେମାନଙ୍କୁ...

୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ...

ଜୁଆ ଆଡ୍ଡାରେ ଚଢାଉ: ୨୨ ଗିରଫ

ପୁରୁଷୋତ୍ତମପୁର,୩୦।୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ହିଣ୍ଡୁଳା, ଆଙ୍ଗୁ ଓ ଡି ପାଟପୁର ଗ୍ରାମରେ ଗୁରବାର ପୋଲିସ ଚଢାଉ କରି ୨୨ ଜଣ ଜୁଆଡିଙ୍କୁ ଗିରଫ କରିଛି।...

ଭୁବନେଶ୍ୱରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୨୬।୪: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୫୭...

Advertisement
Archives

Model This Week