ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…

ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ ଏବଂ ଜର୍ମାନୀକୁ ସମର୍ଥନ କରିଛନ୍ତି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣଙ୍କ ବୁଧବାର କହିଛନ୍ତି ଯେ ଏହି ଦିଗରେ ଏପର୍ଯ୍ୟନ୍ତ ବହୁ କାମ କରାଯିବା ବାକି ରହିଛି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେ ଏହା ପୂର୍ବରୁ ଚିନ୍ତା କରିଥିଲୁ ଯେ ଭାରତ, ଜାପାନ ଏବଂ ଜର୍ମାନୀକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ଉଚିତ।

ଏହାପୂର୍ବରୁ ରାଷ୍ଟ୍ରପତି ବାଇଡେନ ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନକୁ ସମ୍ବୋଧିତ କରି ସୁରକ୍ଷା ପରିଷଦର ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ସଂଗଠନରେ ଅଧିକ ସଦସ୍ୟ ଅନ୍ତର୍ଭୂକ୍ତ କରିବାର ସମୟ ଆସିଛି ଯାହା ଦ୍ୱାରା ଏହା ଆଜିର ଯୁଗର ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିପାରିବ।

ସେ କହିଛନ୍ତି ଯେ ଆମେରିକା ସମେତ ସୁରକ୍ଷା ପରିଷଦର ସଦସ୍ୟମାନେ ମିଳିତ ଜାତିସଂଘର ଚାର୍ଟରକୁ ରକ୍ଷା କରିବା ଉଚିତ ଏବଂ ଭିଟୋରୁ ଦୂରେଇ ରହିବା ଉଚିତ। ଭିଟୋ କେବଳ ସ୍ବତନ୍ତ୍ର କିମ୍ବା ଅତ୍ୟଧିକ ଗୁରୁତର ପରିସ୍ଥିତିରେ କରାଯିବା ଉଚିତ। ଯାହାଦ୍ୱାରା ପରିଷଦର ବିଶ୍ୱାସନୀୟତା ଏବଂ ପ୍ରଭାବ ବଜାୟ ରହିବ।

ସେ କହିଛନ୍ତି ଯେ ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଏବଂ ଅଣ-ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆମେରିକା ଜିଦ ଧରିଛି। ଯେଉଁ ଦେଶଗୁଡ଼ିକର ସ୍ଥାୟୀ ସଦସ୍ୟତା ପାଇଁ ଚାହିଦା ଦୀର୍ଘ ଦିନ ଧରି ଆମ ଦ୍ୱାରା ସମର୍ଥିତ କରାଯାଉଛି ସେହି ଦେଶଗୁଡିକୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ପତ୍ରକୁ ନେଇ ବାଇଡେନଙ୍କୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦।୯: ବର୍ତ୍ତମାନ ଦେଶରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହୋଇଛି। ଏହା ରବିବାର ଶେଷ ହୋଇଛି। ଏହି...

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୩ ଭାରତୀୟ…

ନୂଆଦିଲ୍ଲୀ/ଷ୍ଟକହୋମ,୬।୧୦ : ଅକ୍ଟୋବର ୭ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ଏହାପୂର୍ବରୁ କିଛି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଏହି...

ଜେଲେନସ୍କିଙ୍କ ମୃତ୍ୟୁ ଘଟିଲେ କ’ଣ ରହିଛି ବିକଳ୍ପ, ଆମେରିକା ଏପରି ଉତ୍ତର ଦେଲା…

ଓ୍ବାଶିଂଟନ/କ୍ୱିଭ୍‌,୭।୩ : ଯଦି ରୁଷିଆର ଆକ୍ରମଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରାଯାଏ, ତେବେ ୟୁକ୍ରେନ ସରକାରଙ୍କର ଏକ ବିକଳ୍ପ ଯୋଜନା ଅଛି।...

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି।...

ତାଲିବାନର ନୂଆ ମନ୍ତ୍ର: ଶିକ୍ଷାମନ୍ତ୍ରୀ କହିଲେ, ପିଏଚ୍‌ଡି, ମାଷ୍ଟରଡିଗ୍ରୀ ସବୁ ବେକାର

କାବୁଲ,୮।୯: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛି। ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ କୌଲଭି ନୁରଲା ମୁନିରଙ୍କୁ...

ଇସ୍ରାଏଲ୍‌ ନିର୍ବାଚନରେ ମୋଦି ପୋଷ୍ଟର

ତେଲ୍‌ ଆଭିଭ୍‌,୨୯ା୭(ପି.ଟି.): ସେପ୍ଟେମ୍ବର ୧୭ରେ ଇସ୍ରାଏଲ୍‌ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ତେଲ୍‌...

ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ଇସଲାମାବାଦ୍‌,୨୨।୩: ପାକିସ୍ତାନ ସୁକୁର ରୋହିରରେ ଜଣେ ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଏଡ୍‌ ଓ ଘର ସିନ୍ଧରେ।...

Advertisement
Archives

Model This Week