Advertisement

ଚେତାବନୀ ଦେଲେ ବାଇଡେନ

ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେରିକାର ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ନାଁ ନ ନେଇ ସେ ଏହି ଆକ୍ରମଣ ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି।
ଗଣତନ୍ତ୍ର ତଥା ରାଜନୈତିକ ହିଂସା ପ୍ରତି ବିପଦ ସମ୍ପର୍କରେ ବାଇଡେନ କହିଛନ୍ତି, ଡେମୋକ୍ରାଟ୍‌, ରିପବ୍ଲିକାନ୍ସ ଅଧିକାରୀଙ୍କ ପ୍ରତି ହେଉଥିବା ହିଂସା ଶକ୍ତି ଏବଂ ଲାଭ ପାଇଁ କୁହାଯାଇଥିବା ମିଥ୍ୟାର ଫଳାଫଳ। ଏହି ମୁହୂର୍ତ୍ତରେ ଆମକୁ ସେହି ମିଥ୍ୟାକୁ ସାମ୍ନା କରିବାକୁ ପଡିବ, ଆମ ଦେଶର ଭବିଷ୍ୟତ ଏହା ଉପରେ ନିର୍ଭର କରେ। ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସମ୍ମୁଖୀନ ହେଉଛୁ। ଆମେ ସମସ୍ତେ ଏକ ହୋଇ ଏଭଳି ରାଜନୈତିକ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିବା। ହିଂସାକାରୀଙ୍କୁ ଉପଯୁକ୍ତ ଜବାବ ଦେବା।
ବାଇଡେନ ଆହୁରି ମଧ୍ୟ କହିଛନ୍ତି,ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ୨୦୨୦ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ ଲୋକଙ୍କ ଇଚ୍ଛା ପାଳନ କରିବାକୁ ମନା କରନ୍ତି। ସେ ହାରିଯାଇଥିବା ସତ୍ୟକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ନ୍ୟୁକ୍ଲିୟର ଟ୍ରାଏଡ ଯୁଦ୍ଧାଭ୍ୟାସ ଆରମ୍ଭ: ଆଲର୍ଟରେ ମିଶାଇଲ କମାଣ୍ଡ

ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ...

ସେଲ୍‌ ଚାବି ହାତେଇ ୯ କଏଦୀ ଫେରାର

କୋହିମା,୨୦।୧୧: ନାଗାଲାଣ୍ଡର ମୋନ୍‌ ଜିଲା କାରାଗାରରୁ ୯ଜଣ ଅନ୍ତେବାସୀ ଫେରାର ଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛି। ଫେରାର କଏଦୀଙ୍କ...

ଆମେରିକାର ଦାବି, ୟୁକ୍ରେନ୍‌ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି ରୁଷିଆ…

ଓ୍ବାଶିଂଟନ, ୭।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି। ଆମେରିକାର ଅଧିକାରୀମାନେ ଏହା ଦାବି କରିଛନ୍ତି। ସେମାନେ...

ଆଫଗାନିସ୍ତାନ ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ: ଜାତିସଂଘ…

ଜେନେଭା,୧୧।୯: ଆଫଗାନିସ୍ତାନର ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ସହାୟତା ମିଶନର ପ୍ରମୁଖ...

ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା...

ଜଳବାୟୁ ପରିବର୍ତ୍ତନ:ଛାତ୍ରୀଛାତ୍ର ଭିଡ଼ିଲେ ଅଣ୍ଟା; ସରକାରଙ୍କ ଆଗରେ ରଖିଲେ ଦାବି

ନୂଆଦିଲ୍ଲୀ/ସିଡ୍‌ନୀ,୩୦।୧୧: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହି ମର୍ମରେ ସୁଇଡେନ୍‌ର ୧୬ ବର୍ଷ ବୟସ୍କା ଜଳବାୟୁ...

ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ନିରପେକ୍ଷ ରହିବା ସମ୍ଭବ ନୁହେଁ

ଡାଭୋସ୍‌, ୨୪ା୫: ଅନ୍ତର୍ଜାତୀୟ ଆଇନ କଥା ଉଠିଲେ କୌଣସି ପ୍ରସଙ୍ଗରେ ନିରପେକ୍ଷ ରହିବା ସମ୍ଭବ ନୁହେଁ ବୋଲି ଡବ୍ଲ୍ୟୁଇଏଫ୍‌ ବାର୍ଷିକ ସମ୍ମିଳନୀରେ କହିଛନ୍ତି ସୁଇଜରଲାଣ୍ଡ ରାଷ୍ଟ୍ରପତି...

Advertisement
Archives

Model This Week