ବାଇଡେନ-କମଲା ହାରିସଙ୍କ ଟ୍ୟାକ୍ସ ରିଟର୍ନରୁ ଜଣାପଡ଼ିଲା ତାଙ୍କର ମୋଟ ଆୟ…

ଓ୍ବାଶିଂଟନ,୧୯।୪ : ୨୦୨୨ ପାଇଁ ଆୟକର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଦ୍ୱାରା ସାର୍ବଜନୀନ କରାଯାଇଛି। ଏହା ଅନୁଯାୟୀ, ୨୦୨୨ ମସିହାରେ ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଜିଲ ବିଡେନଙ୍କ ମିଳିତ ଆୟ ୫ ଲକ୍ଷ ୮୦ ହଜାର ଡଲାର (୪ କୋଟି ୭୬ ଲକ୍ଷ ଟଙ୍କା) ଥିଲା, ଯାହା ୨୦୨୧ ମସିହାରେ ୬ ଲକ୍ଷ ୧୦ ହଜାର ୭୦୨ ଡଲାର (ପ୍ରାୟ ୫କୋଟି ଟଙ୍କା) ରୁ କମ ଥିଲା। । ଉଭୟ ୨୩.୮ ପ୍ରତିଶତ ହାରରେ ଏହି ଆୟ ଉପରେ ୧ ଲକ୍ଷ ୩୭ ହଜାର ୬୫୮(ପ୍ରାୟ ୧.୧୩ କୋଟି ଟଙ୍କା) ଟ୍ୟାକ୍ସ ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ରୋଜଗାରର ୩.୫ ପ୍ରତିଶତ ମଧ୍ୟ ୨୦ ଟି ଦାତବ୍ୟ ଅନୁଷ୍ଠାନକୁ ଦାନ କରାଯାଇଥିଲା ।

ଉଲ୍ଲେଖନୀୟ ବିଷୟ ହେଉଛି, ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନଙ୍କ ବାର୍ଷିକ ଦରମା ହେଉଛି ୪,୦୦,୦୦୦ ଡଲାର (୩ କୋଟି ୨୮ଲକ୍ଷ ଟଙ୍କା)। ଏହା ବ୍ୟତୀତ ଆମେରିକା ସଂସଦ ତାଙ୍କୁ ୫୦,୦୦୦ ଡଲାର (୪୧ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ବ୍ୟୟ ଭତ୍ତା ମଧ୍ୟ ପ୍ରଦାନ କରିଥାଏ। ଉତ୍ତର ଭର୍ଜିନିଆ କମ୍ୟୁନିଟି କଲେଜରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀ ଜିଲ ବାଇଡେନ ୨୦୨୨ ମସିହାରେ ୮୨ ହଜାର ୩୩୫ ଡଲାର (ପ୍ରାୟ ୬୭ ଲକ୍ଷ ୫୯ ହଜାର ଟଙ୍କା) ରୋଜଗାର କରିଥିଲେ। ଏହା ବ୍ୟତୀତ ଏହି ଦମ୍ପତି ବିନିଯୋଗ ସୁଧ, ପେନ୍ସନ ଏବଂ ଅନ୍ୟାନ୍ୟ ଜିନିଷରୁ ମଧ୍ୟ ଟଙ୍କା ପାଇଆନ୍ତି। ୨୦୨୨ ମସିହାରେ ଉଭୟ ମୋଟ ଆୟ ୫,୭୯,୫୧୪ ଡଲାର ଦେଖାଇଛନ୍ତି ।

ଅନ୍ୟପକ୍ଷରେ, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ତାଙ୍କ ସ୍ବାମୀ ଡଗ ଏମହୋମଙ୍କ ୨୦୨୨ ଆୟକର ମଧ୍ୟ ସାର୍ବଜନୀନ କରାଯାଇଛି। ଉଭୟଙ୍କ ଅଂଶୀଦାରୀ ଆୟକୁ ୪ ଲକ୍ଷ ୫୬ ହଜାର ୯୧୮ (୩ କୋଟି ୭୫ ଲକ୍ଷ ଟଙ୍କା) ଭାବରେ ଦର୍ଶାଯାଇଛି। ଉଭୟ ୨୦.୩ ପ୍ରତିଶତ ହାରରେ ଆୟକର ହିସାବରେ ୯୩ ହଜାର ୫୭୦ ଡଲାର (ପ୍ରାୟ ୭୬ ଲକ୍ଷ ୮୧ ହଜାର ଟଙ୍କା) ପ୍ରଦାନ କରିଛନ୍ତି ।

ଆମେରିକାର ଉପରାଷ୍ଟ୍ରପତି ଭାବେ କମଲା ହାରିସଙ୍କ ରୋଜଗାର ହେଉଛି ୨ ଲକ୍ଷ ୧୯ ହଜାର ୧୭୧ (୧ କୋଟି ୭୯ ଲକ୍ଷ ଟଙ୍କା)। ଏହା ବ୍ୟତୀତ ସେ ତାଙ୍କ ପୁସ୍ତକ ବିକ୍ରୟ ମାଧ୍ୟମରେ ୬୨ ହଜାର ୮୭୦ ଡଲାର (୫୧ ଲକ୍ଷ ୬୧ ହଜାର ଟଙ୍କା) ଆୟ ଦେଖାଇଛନ୍ତି। ଅନ୍ୟପକ୍ଷରେ, ଜର୍ଜେଟାଉନ ୟୁନିଭରସିଟି ଆଇନ କେନ୍ଦ୍ରରେ ଶିକ୍ଷାଦାନ କରୁଥିବା ତାଙ୍କ ସ୍ବାମୀ ଡଗ ଏମହୋମ ତାଙ୍କର ବେତନ ୧,୬୯,୬୬୫ ଡଲାର୍‌ (ପ୍ରାୟ ୧ କୋଟି ୩୯ ଲକ୍ଷ) ଦର୍ଶାଇଛନ୍ତି। ଏହି ଦମ୍ପତି ରୋଜଗାରର ପାଞ୍ଚ ପ୍ରତିଶତ ଦାତବ୍ୟ ଅନୁଷ୍ଠାନକୁ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri